fbpx

Hollywood ସିନେମାରେ ଅଭିନୟ କରିଛନ୍ତି ନବୀନ ପଟ୍ଟନାୟକ: ଆଜି ମନେ ପକାଉଛି ସାରା ଓଡ଼ିଶା

ଓଡ଼ିଶା ଭାସ୍କର: ଚଳିତବର୍ଷ ନିର୍ବାଚନ ସାରା ଓଡ଼ିଶା ପାଇଁ ଏକ ଦୁଃଖର ଖବର ଆଣି ଦେଇଛି । ଦୀର୍ଘ ୨୪ ବର୍ଷ କ୍ଷମତାରେ ରହିବା ପରେ ମୁଖ୍ୟମନ୍ତ୍ରୀ ପଦରୁ ବିଦାୟ ନେଇଛନ୍ତି ନବୀନ ପଟ୍ଟନାୟକ । ୨୦୨୪ ନିର୍ବାଚନର ଫଳାଫଳ ଆସିବା ପରେ କ୍ଷମତାରୁ ଇସ୍ତଫା ଦେଇଛନ୍ତି ଓଡ଼ିଶାର ପ୍ରିୟର ମୁଖ୍ୟମନ୍ତ୍ରୀ । ଏହାପରେ ସାରା ଓଡ଼ିଶା ନବୀନ ବାବୁଙ୍କୁ ମନେ ପକାଉଛି ଏବଂ ତାଙ୍କ ପ୍ରଶଂସାରେ କିଛି ଲେଖି ସୋସିଆଲ ମିଡିଆରେ ପୋଷ୍ଟ କରୁଛନ୍ତି । ଏହାଭିତରେ କିଛି ଲୋକ ତାଙ୍କ ଅଭିନୀତ ଏକ ସିନେମାକୁ ମଧ୍ୟ ମନେ ପକାଇଛନ୍ତି । ତେବେ ଅଧିକାଂଶ ଓଡ଼ିଶାବାସୀ ଜାଣି ନଥିବେ ଯେ, ନବୀନ ପଟ୍ଟନାୟକ ଏକ ହଲିଉଡ ସିନେମାରେ ଅଭିନୟ ମଧ୍ୟ କରିଛନ୍ତି ।

୧୯୮୮ ମସିହାରେ ରିଲିଜ ହୋଇଥିବା ଏକ ହଲିଉଡ ସିନେମାରେ ଅଭିନୟ କରିଛନ୍ତି ଓଡ଼ିଶାର ପୂର୍ବ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ‘ଦ ଡିସିଭର୍ସ(The Deceivers)’ ନାମକ ଏକ ହଲିଉଡ ସିନେମାରେ ନବୀନ ପଟ୍ଟନାୟକଙ୍କ ଅଭିନୟର ଜଲୱା ଦେଖିବାକୁ ମିଳିଥିଲା । ଓଡ଼ିଶାର ସର୍ବଶ୍ରେଷ୍ଠ ମୁଖ୍ୟମନ୍ତ୍ରୀ ଭାବରେ ପରିଚୟ ପାଇଥିବା ନବୀନ ପଟ୍ଟନାୟକ ଏହି ସିନେମାରେ ଖୁବ କମ୍ ସମୟ ପାଇଁ ପରଦାକୁ ଆସିଥିଲେ । ଏହି ସିନେମାର ଏକ ଦୃଶ୍ୟରେ ସେ ଜଣେ ସୈନ୍ୟ/ସେବକ ଚରିତ୍ରରେ ଠିଆ ହୋଇଛନ୍ତି । ବରିଷ୍ଠ ସାମ୍ବାଦିକ ରୁବେନ ବାନାର୍ଜୀ ଲେଖିଥିବା ମୁଖ୍ୟମନ୍ତ୍ରୀଙ୍କ ଉପରେ ଆଧାରିତ ‘ନବୀନ ପଟ୍ଟନାୟକ’ ପୁସ୍ତକ(2018)ରେ ମଧ୍ୟ ଏହାର ବର୍ଣ୍ଣନା କରାଯାଇଛି । ତେବେ କେଉଁ ଦୃଶ୍ୟରେ ନବୀନ ପଟ୍ଟନାୟକ ସିନେମାରେ ଅଭିନୟ କରିଥିଲେ, ସେ ନେଇ କୌଣସି ସୂଚନା ଦିଆ ଯାଇନାହିଁ ।

Odisha's shy, chain-smoking CM and his art of survival

ନବୀନ ପଟ୍ଟନାୟକ ଦୀର୍ଘ ୨୪ ବର୍ଷ ପର୍ଯ୍ୟନ୍ତ(୨୦୦୦-୨୦୨୪) ଓଡ଼ିଶାର ମୁଖ୍ୟମନ୍ତ୍ରୀ ପଦ ସମ୍ଭାଳିଛନ୍ତି । ଏହାଭିତରେ ସାରା ଓଡ଼ିଶାରେ ବିଭିନ୍ନ ବିକାଶଭିମୁଖୀ କାର୍ଯ୍ୟ କରିବା ସହ ଅନେକ ସଫଳତା ଆଣି ଦେଇଛନ୍ତି । କିନ୍ତୁ ୨୦୨୪ ନିର୍ବାଚନରେ ଜନତାଙ୍କ ମତ ନବୀନ ପଟ୍ଟନାୟକଙ୍କ ସପକ୍ଷରେ ରହିନାହିଁ । ତେଣୁ ନିର୍ବାଚନରେ ପରାସ୍ତ ହେବା ପରେ ସେ ରାଜଭବନରେ ରାଜ୍ୟପାଳଙ୍କୁ ଭେଟି ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି । ଏହାପରେ ତାଙ୍କୁ ନେଇ ସୋସିଆଲ ମିଡିଆରେ ଅନେକ ଲୋକ ପ୍ରଶଂସା କରିବା ସହ ତାଙ୍କ କାର୍ଯ୍ୟକୁ ମନେ ପକାଇ କୃତଜ୍ଞତା ଜଣାଇଛନ୍ତି ।

Get real time updates directly on you device, subscribe now.