fbpx

ସୁଶାନ୍ତଙ୍କ ମୃତ୍ୟୁରେ ନବୀନଙ୍କ ଶୋକ, ଦୁଃଖରେ ବୁଡିଲା ବଲିଉଡ ଜଗତ

ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି । ଅତି କମ୍ ବୟସରେ ସଫଳତାର ଶିଡି ଚଢିଥିବା ଅଭିନେତାଙ୍କ ଆତ୍ମହତ୍ୟା ଖବରକୁ କେହି ବି ସହଜରେ ବିଶ୍ୱାସ କରିପାରୁନାହାନ୍ତି । ତେବେ ସୁଶାନ୍ତଙ୍କ ମୁତ୍ୟୁରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଠାରୁ ଆରମ୍ଭ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପର୍ଯ୍ୟନ୍ତ, ସମସ୍ତ ରାଜନେତା ଶୋକ ପ୍ରକାଶ କରିବା ସହ ବଲିଉଡ ଜଗତ ଶୋକ ପ୍ରକାଶ କରିଛି ।

ସୁଶାନ୍ତଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଏକ ଉଜ୍ଜଳ ଯୁବ ଅଭିନେତା ବହୁତ ଶୀଘ୍ର ଚାଲିଗଲା । ମନୋରଞ୍ଜନ ଦୁନିଆରେ ସୁଶାନ୍ତଙ୍କ ଉଦୟ ଅନେକଙ୍କୁ ପ୍ରେରିତ କରିଥିଲା । ଏଥିସହ ସୁଶାନ୍ତଙ୍କ ପରିବାର ପ୍ରତି ସମବେଦନା ଜଣାଇଲେ ପ୍ରଧାନମନ୍ତ୍ରୀ ।

ସେହିପରି ସୁଶାନ୍ତ ସିଂ ରାଜପୁତଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସୁଶାନ୍ତ ସିଂଙ୍କ ଆତ୍ମାର ସଦଗତି କାମନା କରିବା ସହ ଏହି ସଙ୍କଟ ସମୟରେ ତାଙ୍କ ପରିବାରକୁ ଭଗବାନ ଧୈର୍ଯ୍ୟ ଓ ଶକ୍ତି ଦିଅନ୍ତୁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ସେହିପରି କେନ୍ଦ୍ର ମନ୍ତ୍ରୀ ରାମ ବିଳାସ ପାସୱାନ, ମହାରାଷ୍ଟ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ, ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାଭିସ୍, ପୂର୍ବତନ କେନ୍ଦ୍ରମନ୍ତ୍ରୀ ସାହାନୱାଜ ହୁସେନ, ଭାରତୀୟ କ୍ରିକେଟ୍‌ ଦଳର ଅଧିନାୟକ ବିରାଟ କୋହଲୀ, କ୍ରିକେଟର ଇର୍ଫାନ ପଠାନ, ରିଦ୍ଧିମାନ ଶାହା, ଭାରତୀୟ ମହିଳା ଟେନିସ୍ ଖେଳାଳି ସାନିଆ ନେହୱାଲ ଶୋକ ପ୍ରକାଶ କରିଛନ୍ତି ।

ସେହିପରି ବଲିଉଡ ଜଗତରେ ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟାକୁ ନେଇ ସ୍ତବ୍ଧ । ସୁଶାନ୍ତ ସିଂହ ରାଜପୁତଙ୍କ ବିୟୋଗରେ ବରିଷ୍ଠ ଅଭିନେତା ଅନୁପମ ଖେରଙ୍କ ଶୋକ ପ୍ରକାଶ କରିବା ସହ ମୋ ପ୍ରିୟ ସୁଶାନ୍ତ କାହିଁକି ଏଭଳି କଲ ବୋଲି କହିଛନ୍ତି । ସେହିପରି ଭିନେତା ରିତେଶ ଦେଶମୁଖ, ମନୋଜ ଯୋଶୀ, ଅକ୍ଷୟ କୁମାର ଶୋକ ପ୍ରକାଶ କରିଛନ୍ତି ।

Get real time updates directly on you device, subscribe now.