fbpx
BJD SKY
BJD SKY

ଅହଙ୍କାର ପରିତ୍ୟାଗ କରନ୍ତୁ ନବୀନ ସରକାର: ଶ୍ରୀମନ୍ଦିର ପ୍ରସଙ୍ଗରେ ଘେରିଲେ ସମ୍ବିତ ପାତ୍ର

BJD

ଓଡ଼ିଶା ଭାସ୍କର (ଭୁବନେଶ୍ୱର) : ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପ୍ରସଙ୍ଗରେ ହାଇକୋର୍ଟରେ ଏଏସଆଇ ସତ୍ୟପାଠ ପରେ ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି । ସେ କହିଛନ୍ତି, ଓଡିଶା ସରକାର ଅହଂକାର ଓ କଳାପାହାଡିଆ ମନୋଭାବ ଛାଡନ୍ତୁ ଓ ସରକାର ଭୁଲ ସ୍ୱୀକାର କରନ୍ତୁ ବୋଲି ସମ୍ବିତ ପାତ୍ର କହିଛନ୍ତି  ।

କୀର୍ତ୍ତିରାଜି ଧ୍ୱଂସ ପାଇଁ ଓଡିଶା ସରକାରଙ୍କୁ ଭବିଷ୍ୟତ ପୀଢି କ୍ଷମା କରିବନାହିଁ  । ସେ ଆହୁରି ମଧ୍ୟ କହିଛନ୍ତି ଯେ, ଚାଲିଥିବା ପ୍ରକଳ୍ପ ପାଇଁ କୌଣସି ଅନୁମତ ମିଳିନଥିଲା । ପ୍ରକଳ୍ପ କାମ କିମ୍ବା ସୌନ୍ଦର୍ଯ୍ୟକରଣକୁ ବିରୋଧ କରୁନାହୁଁ  ।

କିନ୍ତୁ ଏଥିପାଇଁ ଆଇନର ପରିଧି ଭିତରେ କାମ ହେବା ଆବଶ୍ୟକ ବୋଲି କହିଛନ୍ତି ସମ୍ବିତ ପାତ୍ର  । ଏଏସ୍ଆଇ ପକ୍ଷରୁ ଦାଖଲ ହୋଇଥିବା ରିପୋର୍ଟରେ ବାରମ୍ବାର ଡିପିଆର ବଦଳାଯାଇଥିବା ଉଲ୍ଲେଖ ରହିଛି  । ଯଦି ନିର୍ମାଣରେ ସନେ୍ଦହନଥିଲା ତେବେ କାହିଁକି ଡିପିଆର ବଦଳାଯାଉଥିଲା ବୋଲି ସେ ପ୍ରଶ୍ନ କରିଛନ୍ତି  ।

Get real time updates directly on you device, subscribe now.