fbpx

ଡ୍ରାଇଭିଂ ଲାଇସେନ୍ସ ତିଆରିକୁ ନେଇ ସରକାର ବଦଳାଇଲେ ନିୟମ: ଆଉ ଯିବାକୁ ପଡ଼ିବନି RTO ଅଫିସ୍, ଜାଣନ୍ତୁ ଗାଇଡଲାଇନ୍

ନୂଆଦିଲ୍ଲୀ: ଯଦି ଆପଣ ବି ଡ୍ରାଇଭିଂ ଲାଇସେନ୍ସ କରିବା ବା ରିନ୍ୟୁ କରିବାକୁ ପ୍ଲାନ୍ କରୁଛନ୍ତି, ତେବେ ଏହି ଖବରଟି ଆପଣଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । କେନ୍ଦ୍ର ସରକାରଙ୍କ ପକ୍ଷରୁ ଡ୍ରାଇଭିଂ ଲାଇସେନ୍ସ ତିଆରି କରିବାର ନିୟମରେ ପରିବର୍ତ୍ତନ କରାଯାଇଛି । ସାଧାରଣ ଲୋକଙ୍କୁ ନୂଆ ନିୟମର ଫାଇଦା ମିଳିବ ସୁନିଶ୍ଚିତ । ଏହି ନିୟମ ଲାଗୁ ହେବା ପରେ ଡ୍ରାଇଭିଂ ଲାଇସେନ୍ସ ତିଆରି କରିବାକୁ ଆଉ ଆରଟିଓ ଅଫିସର ଚକ୍କର କାଟିବାକୁ ପଡିବ ନାହିଁ । କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରସ୍ତୁତ ହୋଇଥିବା ଡ୍ରାଇଭିଂ ଲାଇସେନ୍ସର ନୂଆ ନିୟମ ପୂର୍ବ ଅପେକ୍ଷା ଅତି ସହଜ ।

ଡ୍ରାଇଭିଂ ଲାଇସେନ୍ସ ତିଆରି ପାଇଁ ସଂଶୋଧିତ ନିୟମ ଅନୁସାରେ, ବର୍ତ୍ତମାନ ଆପଣଙ୍କୁ ଆରଟିଓ ଅଫିସ୍ ଯାଇ କୌଣସି ପ୍ରକାରର ଡ୍ରାଇଭିଂ ଟେଷ୍ଟ ଦେବାକୁ ପଡିବ ନାହିଁ । କେନ୍ଦ୍ର ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟ ଦ୍ୱାରା ଜୁଲାଇ ନୂଆ ନିୟମ ୧ ଜୁଲାଇ ୨୦୨୨ ରୁ ଲାଗୁ ହେବ । ନୂଆ ନିୟମ ଲାଗୁ ହେବା ପରେ ଡ୍ରାଇଭିଂ ଲାଇସେନ୍ସ ପାଇବା ପାଇଁ ୱେଟିଂ ତାଲିକାରେ ଥିବା କୋଟି କୋଟି ଲୋକଙ୍କୁ ଆରାମ ମିଳିବ ।

ତେବେ ଡ୍ରାଇଭିଂ ଲାଇସେନ୍ସ ତିଆରି କରିବାକୁ ଏଣିକି ଆରଟିଓରେ ଟେଷ୍ଟ ଦେବାକୁ ପଡ଼ିବନି । ଆପଣ ଯେକୌଣସି ସ୍ୱୀକୃତିପ୍ରାପ୍ତ ଡ୍ରାଇଭିଂ ଟ୍ରେନିଂ ସ୍କୁଲରେ ଡିଏଲ ପାଇଁ ରେଜିଷ୍ଟ୍ରେସନ କରିପାରିବେ । ଏଠାରୁ ଟ୍ରେନିଂ ନେବା ପରେ ଆପଣଙ୍କୁ ସେଠାରେ ପରୀକ୍ଷା ଦେବାକୁ ପଡିବ । ଯେଉଁମାନେ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୁଅନ୍ତି ସେମାନଙ୍କୁ ଟ୍ରେନିଂ ସ୍କୁଲ ସାର୍ଟିଫିକେଟ୍ ଦେବ । ଏହି ସାର୍ଟିଫିକେଟ୍ ଆଧାରରେ ଆପଣଙ୍କର ଡିଏଲ ହେବ ।

ଟ୍ରେନିଂ ସେଣ୍ଟର ପାଇଁ ଗାଇଡଲାଇନ୍:-
ସଡକ ଏବଂ ପରିବହନ ମନ୍ତ୍ରଣାଳୟ ପକ୍ଷରୁ ଟ୍ରେନିଂ ସେଣ୍ଟର ପାଇଁ କେତେକ ଗାଇଡଲାଇନ୍ ଏବଂ ସର୍ତ୍ତ ମଧ୍ୟ ସ୍ଥିର କରାଯାଇଛି । ଏହି ଗାଇଡଲାଇନ୍ ବିଷୟରେ ସଚେତନ ହେବା ମଧ୍ୟ ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ।

– ଦୁଇ ଚକିଆ ଯାନ, ତିନି ଚକିଆ ଯାନ ଏବଂ ହାଲୁକା ମୋଟର ଯାନ ପାଇଁ ଟ୍ରେନିଂ ସେଣ୍ଟର ପାଖରେ ଅତି କମରେ ଏକ ଏକର ଜମି ଥିବା ଆବଶ୍ୟକ । ଭାରୀ ଯାତ୍ରୀ / ମାଲ୍ ବାହନ କିମ୍ବା ଟ୍ରେଲର ପାଇଁ ଟ୍ରେନିଂ ସେଣ୍ଟର ପାଖରେ ନିକଟରେ ଦୁଇ ଏକର ଜମି ରହିବା ଆବଶ୍ୟକ ।
– ଟ୍ରେନର ଅତି କମରେ ଦ୍ୱାଦଶ ଶ୍ରେଣୀ ପାସ୍ ହେବା ଆବଶ୍ୟକ । ଏଥିସହ ତାଙ୍କ ପାଖରେ ଅତି କମରେ ୫ ବର୍ଷ ଡ୍ରାଇଭିଂ ଅଭିଜ୍ଞତା ରହିଥିବା ଉଚିତ୍ ।
– ଡ୍ରାଇଭିଂ ସେଣ୍ଟରଗୁଡ଼ିକର ସିଲାବସ୍ ଥିଓରୀ ଏବଂ ପ୍ରାକ୍ଟିକାଲ୍ ୨ ଭାଗରେ ବିଭକ୍ତ କରାଯାଇଛି ।
– ଟ୍ରେନିଂ ସେଣ୍ଟରରେ ବାୟୋମେଟ୍ରିକ୍ ସିଷ୍ଟମ୍ ରହିବା ଆବଶ୍ୟକ ।
– ମଧ୍ୟମ ଏବଂ ଭାରୀ ଯାନ, ମୋଟର ଯାନ ପାଇଁ ୬ ସପ୍ତାହରେ ୩୮ ଘଣ୍ଟା କୋର୍ସର ଅବଧି ରହିଛି । ସେଠାରେ ୮ ଘଣ୍ଟା ଥିଓରୀ କ୍ଲାସ୍ ଏବଂ ଅବଶିଷ୍ଟ ୩୧ ଘଣ୍ଟାର ପ୍ରାକ୍ଟିକାଲ ହେବ ।

Get real time updates directly on you device, subscribe now.