fbpx

ବାହାଘର କାର୍ଡ ବାଣ୍ଟୁଥିବା ଯୁବତୀଙ୍କୁ ଅପହରଣ କରି ଗଣଦୁଷ୍କର୍ମ: ଆଉ ତା’ପରେ ନେତାଙ୍କୁ…

ନୂଆଦିଲ୍ଲୀ: ୟୁପିର ଝାନ୍ସି ଜିଲ୍ଲାରୁ ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି । ବାହାଘର କାର୍ଡ ବାଣ୍ଟିବାକୁ ଯାଇଥିବା ବେଳେ ୧୮ ବର୍ଷୀୟା ଯୁବତୀଙ୍କୁ ଅପହରଣ ସହ ଗଣଦୁଷ୍କର୍ମ କରାଯାଇଥିବା ନେଇ ପୀଡ଼ିତା ଅଭିଯୋଗ କରିଛନ୍ତି । ଯୁବତୀଙ୍କ ସହ ୩ ଜଣ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି ।

କେବଳ ଏଥିକି ନୁହେଁ, ବରଂ ଅଭିଯୁକ୍ତ ତାଙ୍କୁ ଜଣେ ରାଜନୈତିକ ଦଳର ନେତାଙ୍କ ପାଖକୁ ନେଇଥିଲା ଓ ପରେ ତାଙ୍କୁ ମଧ୍ୟପ୍ରଦେଶର ପଡ଼ୋଶୀ ଦତିଆ ଜିଲ୍ଲାର ଏକ ଗାଁରେ ଅନ୍ୟ କାହା ସହ ରହିବାକୁ ବାଧ୍ୟ କରିଥିଲା ବୋଲି ମହିଳା ଅଭିଯୋଗ କରିଛନ୍ତି ।

ପୋଲିସ ନିକଟରେ କରାଯାଇଥିବା ଅଭିଯୋଗ ଅନୁସାରେ, ଏପ୍ରିଲ ୨୧ରେ ହେବାକୁ ଥିବା ନିଜ ବାହାଘରର କାର୍ଡ ବାଣ୍ଟିବାକୁ ଯୁବତୀ ଯାଇଥିଲେ । ୧୮ ଏପ୍ରିଲରେ ଗାଁର ୩ ଯୁବକ ଯୁବତୀଙ୍କୁ ଅପହରଣ କରିନେଇଥିଲେ । ସେମାନେ ଯୁବତୀଙ୍କ ଅଲଗା ଅଲଗା ସ୍ଥାନରେ ରଖିଥିଲେ ଓ ପରେ ଜଣେ ନେତାଙ୍କ ନିକଟରେ ଛାଡ଼ିଦେଇଥିଲେ । ନେତା ଜଣକ ଯୁବତୀଙ୍କୁ କିଛି ଦିନ ଝାନ୍ସିରେ ରଖିଥିଲା । ଏହା ପରେ ଯୁବତୀଙ୍କ ଇଚ୍ଛା ବିରୋଧରେ ମଧ୍ୟପ୍ରଦେଶର ଦତିଆର ଏକ ଗାଁରେ ଅନ୍ୟ କାହା ସହ ରହିବାକୁ ପଠାଇଥିଲା ।

ସେଠାରେ ଯୁବତୀ ଜଣକ କୌଣସି ପ୍ରକାରରେ ନିଜ ପିତାଙ୍କୁ ଫୋନ୍ କରିବାରେ ସଫଳ ହୋଇଥିଲେ । ଏହା ପରେ ପୋଲିସର ସହାୟତାରେ ଯୁବତୀଙ୍କୁ ପଥରୀ ଗାଁରୁ ଉଦ୍ଧାର କରାଯାଇଥିଲା । ଯୁବତୀଙ୍କୁ ଅପହରଣ, ଦୁଷ୍କର୍ମ ଓ ପରେ ବିକ୍ରି କରିବାର ଅଭିଯୋଗକୁ ଭିତ୍ତି କରି ମାମଲା ରୁଜୁ ହୋଇଛି । ମାମଲାକୁ ଗୁରୁତର ସହ ନେଇ ଦୋଷୀଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠା ନିଆଯିବ ବୋଲି ସିଓ କହିଛନ୍ତି ।

Get real time updates directly on you device, subscribe now.