“ସପ୍ତାହେ ଭିତରେ କ୍ଷମା ମାଗନ୍ତୁ ନବୀନ”; ଭକ୍ତ ଦାସ
କଂଗ୍ରେସକୁ ନବୀନ ପଟ୍ଟନାୟକ କ୍ଷମା ମାଗନ୍ତୁ। ୭ ଦିନ ଭିତରେ କ୍ଷମା ମାଗନ୍ତୁ କହିଲେ ପିସିସି ସଭାପତି ଭକ୍ତ ଦାସ।
ଭୁବନେଶ୍ୱର: ବିଜେଡି ଉପରେ ଆକ୍ରୋଶ ଝାଡ଼ିଲେ ପିସିସି ସଭାପତି ଭକ୍ତ ଦାସ। ସିଧାସିଧା କହିଲେ ନବୀନ ଶୀଘ୍ର କଂଗ୍ରେସକୁ କ୍ଷମା ମାଗନ୍ତୁ। “ନବୀନଙ୍କୁ ୭ ଦିନ ସମୟ ଦେଉଛୁ ୭ ଦିନ ଭିତରେ ନବୀନ କ୍ଷମା ମାଗନ୍ତୁ। ନେହେଲେ ସ୍ଥିତି କିଛି ଭଲ ହେବନି”।
ବିଜେଡିର ଜଣେ ଗୋଲାମ, ଯିଏକି ଗୋଲାମ ହେଇ ଟିକେଟ ପାଇଥିଲେ। ହେଲେ ନିର୍ବାଚନ ହାରିଲେ। ସେ ପୁଣି ପଣ୍ଡିତ ଜବାହାରଲାଲ୍ ନେହେରୁଙ୍କୁ ପାଣ୍ଡିଆନଙ୍କ ସହ ତୁଳନା କଲେ। ନେହେରୁଙ୍କ ବାବଦରେ କହିବାକୁ ସେ କିଏ? ତେଣୁ ନବୀନ ଯଥୀଶୀଘ୍ର ସମ୍ଭବ କ୍ଷମା ମାଗନ୍ତୁ।
ସୂଚନାନୂସାରେ, ଗତ ୧୧ ତାରିଖ ଦିନ ଜବାହରଲାଲ ନେହେରୁ ଯିଏକି ସ୍ୱାଧୀନ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ। ଶେଷରେ ତାଙ୍କ ସହ ବି ପାଣ୍ଡିଆନଙ୍କୁ ତୁଳନା କରିବାକୁ ପଛାଇନଥିଲେ ବିଜେଡି ନେତା।
ବିଜେଡି ନେତା ସଂତୃପ୍ତ ମିଶ୍ର ନେହେରୁଙ୍କ ସହ ପାଣ୍ଡିଆନଙ୍କୁ ତୁଳନା କରିଥିଲେ। ଆଉ କହିଥିଲେ, ‘ନେହେରୁ’ଙ୍କ ଭଳି ଓଡ଼ିଶା ରାଜନୀତିରେ ‘ପାଣ୍ଡିଆନ’। “ପାଣ୍ଡିଆନ ନିଜେ ଜାଣିନଥିବେ ତାଙ୍କ ଗୁରୁତ୍ୱ କେତେ”?
ଆଉ ସଂତୃପ୍ତ ମିଶ୍ରଙ୍କ ଏହି ବୟାନ ପରେ ଏବେ ଆକ୍ରୋଶ ଝାଡ଼ିଛି କଂଗ୍ରେସ। ରାଜ୍ୟ କଂଗ୍ରେସ ସଭାପତି ଭକ୍ତ ଚରଣ ଦାସ କହିଛନ୍ତି ଏହି ଭୁଲ ପାଇଁ ନବୀନ ଶୀଘ୍ର କ୍ଷମା ମାଗନ୍ତୁ। ନେହେଲେ କିଛି ଭଲ ହେବନାହିଁ।