କାନ୍ଦୁଛନ୍ତି ନବୀନ, ଚାଷୀଙ୍କ ପାଇଁ ବହୁଛି ଲୁହ!

ଭୁବନେଶ୍ୱର- ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଚିଠି ଲେଖିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ଚାଷୀଙ୍କ ଅଦିନିଆ ବର୍ଷାଜନିତ କ୍ଷତିପୂରଣ ଦେବା ସହ ରାଜ୍ୟକୁ ସ୍ୱତନ୍ତ୍ର ପାହ୍ୟା ଦାବି ପାଇଁ ଲେଖିଛନ୍ତି ନବୀନ ।

ଗତ ଅଦିନିଆ ବର୍ଷାରେ ରାଜ୍ୟର ବହୁ ଚାଷୀ କ୍ଷତି ଗ୍ରସ୍ତ ହୋଇଛନ୍ତି । ସେମାନଙ୍କୁ ସବୁ ଚାଷ ପାଣିରେ ନଷ୍ଟ ହୋଇଛି । ତେଣୁ ନବୀନ ପଟ୍ଟନାୟକ ଗଞ୍ଜାମ, କଟକ, କେନ୍ଦ୍ରାପଡା,ଜଗତସିଂହପୁର, ପୁରୀ ଆଦି ଜିଲ୍ଲା ଗସ୍ତ କରି ଚାଷୀଙ୍କ ସହ ଆଲୋଚନା କରିଛନ୍ତି । ଏହି ସମୟରେ ଚାଷୀ ସେମାନଙ୍କ ଚାଷ ନଷ୍ଟର ଦୁଃଖ ଜଣାଇଥିଲେ ନବୀନଙ୍କୁ ।

ଏହା ପରେ ଗୁରୁବାର ମୁଖ୍ୟମନ୍ତ୍ରୀଙ୍କୁ ଏକ ଚିଠି ଲେଖି ଚାଷୀଙ୍କୁ ତୁରନ୍ତ ସେମାନଙ୍କ କ୍ଷତିପୂରଣ ଦେବାକୁ ଅପିଲ କରିଛନ୍ତି ନବୀନ । ସେ ଚିଠିରେ ଉଲ୍ଲେଖ କରିଛନ୍ତି କି, ନିର୍ଦ୍ଧାରିତ ସମୟ ଭିତରେ ସରକାର ଚାଷୀଙ୍କୁ ସେମାନଙ୍କ କ୍ଷତିପୂରଣ ପ୍ରଦାନ କରନ୍ତୁ ।

ଏଥିସହ ଓଡିଶା ବାରମ୍ବାର ପ୍ରାକୃତିକ ବିପର୍ଯ୍ୟୟର ସାମ୍ନା କରୁଥିବାରୁ ରାଜ୍ୟକୁ କେନ୍ଦ୍ର ସରକାର ନିକଟରେ ସ୍ୱତନ୍ତ୍ର ରାଜ୍ୟ ପାହ୍ୟାର ମାନ୍ୟତା ଦେବାକୁ ରାଜ୍ୟ ବିଜେପି ସରକାର ଦାବି ଜଣାଉ ।

ତେବେ ଦୀର୍ଘ ୨୪ ବର୍ଷର ସରକାରରେ ଏହି ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ପାଇଁ ଦାବି କରିନଥିବା ନବୀନ ପଟ୍ଟନାୟକ ବିରୋଧୀ ଦଳକୁ ଯିବାପରେ ଲୋକଙ୍କ ଏତେ ମାତ୍ରାରେ ଦରଦୀ ହୋଇଯିବା ଅନେକଙ୍କୁ ଆଶ୍ଚର୍ଯ୍ୟ କରୁଛି ।

କେନ୍ଦ୍ରରେ ବିଜେପି ସରକାର ହେଉ ବା କଂଗ୍ରେସ, ସବୁ ସରକାର ସହ ନବୀନଙ୍କର ଘନିଷ୍ଠତା ରହିଥିଲା । ସବୁ ବିପଦ ସମୟରେ କେନ୍ଦ୍ର ସରକାରକୁ ସହଯୋଗ ଥିଲା ନବୀନଙ୍କ ଲକ୍ଷ୍ୟ । ତେଣୁ କାହିଁକି ନିଜେ ନବୀନ ବା ତାଙ୍କ ସରାକର ଏହି ଦିଗରେ ମୁହଁ ଖୋଲିନଥିଲେ ତାକୁ ନେଇ ଏବେ ଲୋକେ ପ୍ରଶ୍ନ କଲେଣି ।