fbpx

୧୪ ଜଣ ଅଧିକାରୀଙ୍କ ଉପରେ ନବୀନଙ୍କ କାର୍ଯ୍ୟାନୁଷ୍ଠାନ, ବିଦା ହେଲେ ୪ ଅଫିସର

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଦୁର୍ନୀତିଗ୍ରସ୍ତ ଓ ଅପାରଗଙ୍କ ବିରୁଦ୍ଧରେ ବଡ଼ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆକ୍ସନ ମୋଡରେ ୧୪ ଅଧିକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ନବୀନ । ୪ ଜଣ ଅଧିକାରୀଙ୍କୁ ଚାକିରିରୁ ବହିଷ୍କାର କରିଥିବା ସୂଚନା ମିଳିଛି ।

ଏହା ସହ ୪ ଜଣଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଥିବା ବେଳେ ୬ ଜଣଙ୍କ ପେନସନ୍ ସ୍ଥଗିତ ରଖାଯାଇଛି । ୫ଟି ଓ ମୋ ସରକାରରୁ ମିଳିଥିବା ତଥ୍ୟ ଭିତ୍ତିରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ଜଣେ ଅଧିକ୍ଷକ ଯନ୍ତ୍ରୀ, ୨ ଜଣ ସହକାରୀ ଯନ୍ତ୍ରୀଙ୍କ ପ୍ରତି କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ଏହା ସହ ଜଣେ ଡିଏସପି, ଜଣେ ସିଡିପିଓ ଓ ଜଣେ ରେଞ୍ଜରଙ୍କ ପ୍ରତି କାର୍ଯ୍ୟାନଚଷ୍ଠାନ ନିଆଯାଇଛି ।

Get real time updates directly on you device, subscribe now.