fbpx

କାଲି ଅପରାହ୍ନ ୪ଟାରେ ନବୀନଙ୍କ ରୋଡ୍ ଶୋ’, ଜାରି ହେଲା ଟ୍ରାଫିକ୍ କଟକଣା

ଭୁବନେଶ୍ୱର: କାଲି ଭୁବନେଶ୍ୱରରେ ରହିଛି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରୋଡ୍ ଶୋ’ । ଏଥିପାଇଁ କାଲି ସହରର କିଛି ସ୍ଥାନରେ ଟ୍ରାଫିକ୍ କଟକଣା ରହିବ ବୋଲି ଘୋଷଣା କରିଛି କମିଶନରେଟ୍ ପୋଲିସ୍ । କାଲି ନବୀନଙ୍କ ରୋଡ୍ ଶୋ’ ପୁନମା ଗେଟ୍‌ରୁ ଆରମ୍ଭ ହେବ । ଏହା ଏକାମ୍ର ଛକ ଯାଏ ଚାଲିବ । ଅପରାହ୍ନ ୪ ଟାରୁ ରୋଡ୍ ଶୋ’ ଆରମ୍ଭ ହେବ । ରୋଡ୍ ଶୋ’ ସରିବା ପର୍ଯ୍ୟନ୍ତ ରହିବ କଟକଣା । ଏହି ସମୟରେ ଯାତାୟତ ଉପରେ କଟକଣା ରହିବ । ଖଣ୍ଡଗିରି ଛକ ପଟୁ ଜାଗମରା ଛକ ଆଡକୁ ଯାତାୟତ ବନ୍ଦ ରହିବ । ସେହିପରି ଡେଲ୍ଟା ଛକ ପଟୁ ସିଟି ଓମେନ୍ସ କଲେଜ ଆଡକୁ ଯାତାୟତ ବନ୍ଦ ରହିବ ।

Get real time updates directly on you device, subscribe now.