fbpx

ପ୍ରଥମେ ମହିଳାଙ୍କୁ ଡ୍ରଗ୍ସ ଦେଉଥିଲେ, ପରେ କରୁଥିଲେ ଦେହବେପାର

ମୁମ୍ବାଇ: ଦିନକୁ ଦିନ ଡ୍ରଗ୍ସ ଓ ଏହା ସହିତ ଜଡିତ ଅପରାଧିକ ମାମଲା ବଢ଼ିବାରେ ଲାଗିଛି । ଏହାରି ମଧ୍ୟରେ ଏନସିବି ଏପରି ଏକ ଘଟଣାର ଫର୍ଦ୍ଦାଫାସ କରିଛି, ଯେଉଁଥିରେ ମହିଳାଙ୍କୁ ଡ୍ରଗ୍ସ ଦେଇ ଅଭ୍ୟାସରେ ପକାଇବା ସହ ସେମାନଙ୍କ ଦେହବେପାର କରାଯାଉଥିଲା । ଏହି ମାମଲାରେ ଏନସିବି ଜଣେ ମହିଳା ଡ୍ରଗ୍ସ ପେଡଲର ଓ ଧନ୍ଦା ଚଳାଉଥିବା ଆଉ ଜଣେ ବ୍ୟକ୍ତିକୁ ଗିରଫ କରିଛି । ଏହି ଘଟଣାର ମାଷ୍ଟରମାଇଣ୍ଡକୁ ଖୋଜୁଛି ଏନସିବି, ଯେକି ଏବେ ଫେରାର୍ ଥିବା କୁହାଯାଉଛି ।

ତେବେ ଏନସିବିକୁ ଗୁପ୍ତସୂତ୍ରରୁ ଖବର ମିଳିଥିଲା ଯେ, ଅନେ୍ଧରୀ ଇଷ୍ଟର କରୋଲ ଅଞ୍ଚଳରେ ଏକ ୩ ଷ୍ଟାର ହୋଟେଲରେ ଡ୍ରଗ୍ସ କାରବାର ଚାଲିଛି । ଖବର ମିଳିବା ମାତ୍ରେ ଏନସିବି ହୋଟେଲରେ ରେଡ୍ କରିଥିଲା । ଫଳରେ ହୋଟେଲରୁ ଜଣେ ମହିଳାଙ୍କ ସମେତ ବହୁ ମାତ୍ରାରେ ଡ୍ରଗ୍ସ ଜବତ ହୋଇଥିଲା । ଗିରଫ ମହିଳାକୁ ପଚରାଉଚରା ପରେ ଏନସିବି ଆଉ ଏକ ସ୍ଥାନରେ ରେଡ କରିଥିଲା, ଯେଉଁଠାରୁ ରୋହନ ପାଣ୍ଡେ ନାମକ ଜଣେ ବ୍ୟକ୍ତିକୁ ଗିରଫ କରାଯାଇଥିଲା । ଅଭିଯୁକ୍ତକୁ ପଚରାଉଚରା ପରେ ଜଣାପଡିଥିଲା ଯେ, ସେମାନେ ମହିଳାଙ୍କୁ ପ୍ରଥମେ ଡ୍ରଗ୍ସ ଦେଇ ତାଙ୍କର ଅଭ୍ୟାସରେ ପକାଇଥାନ୍ତି । ଯେବେ ମହିଳାଙ୍କୁ ଡ୍ରଗ୍ସର ଅଭ୍ୟାସ ପଡିଯାଏ ସେବେ ସେମାନଙ୍କୁ ଦେହବେପାରରେ ଲଗାଇଥାନ୍ତି ।

ମିଳିଥିବା ସୂଚନା ମୁତାବକ, ଏହି କାରବାର ମୁମ୍ବାଇରୁ କର୍ଣ୍ଣାଟକ ମଧ୍ୟରେ ଚାଲିଥିଲା । ଏଥିରେ ପ୍ରାୟତଃ ୨୨ରୁ ୨୫ ମହିଳାଙ୍କୁ ନେଇ ଧନ୍ଦା ଚାଲିଥିଲା । ଏହି ଘଟଣାର ମାଷ୍ଟରମାଇଣ୍ଡ ଜିତୁ ଏବେ ଫେରାର ଅଛି, ଯାହାକୁ ଖୋଜିବାରେ ଲାଗିପଡିଛି ଏନସିବି ।

Get real time updates directly on you device, subscribe now.