ଏନ.ସି.ଇ.ଆର.ଟି.ର ସର୍ବ ଭାରତୀୟ ଚୟନ ପରୀକ୍ଷା, ଜାଣନ୍ତୁ ସମ୍ପୂର୍ଣ୍ଣ ସୂଚନା

ନୂଆଦିଲ୍ଲୀ : ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରାଳୟ ଅନ୍ତର୍ଗତ ଏନ.ସି.ଇ.ଆର୍.ଟି.ର ବିଭିନ୍ନ ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ ଭୁବନେଶ୍ଵର, ଭୋପାଳ, ଆଜ୍ ମେର, ମୈସୂର ଓ ଶିଲଂରେ ବି.ଇଡି, ଏମ.ଇଡି, ବିଏ.ବି.ଇଡି, ବି.ଏସ୍.ସି.ବି.ଇଡି, ଏମ୍.ଏସସି.ଇଡି ଆଦି ଉନ୍ନତମାନର ଶିକ୍ଷାଭିତ୍ତିକ ପାଠପଢ଼ାପାଇଁ ଆସନ୍ତା କାଲି ସର୍ବ ଭାରତୀୟ ଚୟନ ପରୀକ୍ଷା CEE-2024 ଅନୁଷ୍ଠିତ ହେଉଛି।

ଚଳିତବର୍ଷ ଭାରତର 29 ସହରର 58ଟି କେନ୍ଦ୍ରରେ ସକାଳ 9ଟାରୁ 11 ପର୍ଯ୍ୟନ୍ତ ହେବାକୁଥିବା ଏହି ସାଧାରଣ ଚୟନ ପରୀକ୍ଷାପାଇଁ ସମୁଦାୟ ପରୀକ୍ଷାର୍ଥୀଙ୍କ ସଂଖ୍ୟା 19,547 । ପ୍ରକାଶ ଥାଉକି, ଚଳିତ ବର୍ଷ ପ୍ରଥମଥରପାଇଁ ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ, ଭୁବନେଶ୍ଵର ଏହି ପରୀକ୍ଷା Nodal Centre ଭାବେ ପରିଚାଳନା କରୁଛି।