fbpx

୨୦୨୨-୨୩ରେ କମିବ ପିଲାଙ୍କ ସିଲାବସ୍, କରୋନା ଯୋଗୁଁ NCERT ନେଲା ନିଷ୍ପତ୍ତି

ନୂଆଦିଲ୍ଲୀ: ନ୍ୟାସନାଲ କାଉନସିଲ ଅଫ୍ ଏଜୁକେସନ ରିସର୍ଚ୍ଚ ଆଣ୍ଡ ଟ୍ରେନିଂ ଅର୍ଥାତ୍ NCERT ଏକାଡେମି ଅଧିବେଶନ ୨୦୨୨-୨୩ ପାଇଁ ସମସ୍ତ ଶ୍ରେଣୀର ସ୍କୁଲ ସିଲାବସକୁ କମାଇବାକୁ ନିଷ୍ପତ୍ତି ନେଇଛି । ଦେଶରେ କୋଭିଡ କାରଣରୁ ଏନସିଇଆରଟି ସିଲାବସ୍ ହ୍ରାସ କରିବାକୁ ଯାଉଛି ।

ତେବେ କୋଭିଡ ମହାମାରୀ ଯୋଗୁଁ ଦେଶର ସ୍କୁଲଗୁଡ଼ିକ ଅନେକ ସମୟ ପର୍ଯ୍ୟନ୍ତ ବନ୍ଦ ରହିଥିଲା । ଅନ୍ୟପଟେ ସଂକ୍ରମଣ ମାମଲା ପୁଣିଥରେ ବଢ଼ିବାରେ ଲାଗିଛି । ଅନେକ ସ୍କୁଲରେ ସଂକ୍ରମଣର ବଡ଼ ସଂଖ୍ୟା ବି ସାମ୍ନାକୁ ଆସିଛି, ଯେଉଁ କାରଣ ଯୋଗୁଁ ସ୍କୁଲଗୁଡ଼ିକ ବନ୍ଦ ହୋଇଛି । ଏଥିପାଇଁ NCERT ସମସ୍ତ ଶ୍ରେଣୀ ପାଇଁ ଆଗାମୀ ବର୍ଷରେ କୋର୍ସ ଓ ସିଲାବସକୁ କମ୍ କରିବାକୁ ନିଷ୍ପତ୍ତି ନେଇଛି । ଆଜି ସୁଦ୍ଧା ନୂଆ ରିପୋର୍ଟ ଦାଖଲ କରିବାକୁ ଏନସିଇଆରଟି ବିଭାଗର ମୁଖ୍ୟମାନଙ୍କୁ କୁହାଯାଇଛି ।

ରିପୋର୍ଟ ଅନୁସାରେ, ନିର୍ଦ୍ଦେଶକଙ୍କୁ ଏକାଡେମିକ ଅଧିବେଶନ ୨୦୨୨-୨୩ ପାଇଁ ସଂଶୋଧିତ ପ୍ରସ୍ତାବିତ ପରିବର୍ତ୍ତନ ସହିତ ସିଲାବସ୍ ପ୍ରକାଶନ ପାଇଁ ପଠାଇବାକୁ ନିର୍ଦ୍ଦେଶ ଦିଆଯାଇଛି । ୨୩ ଅଧିବେଶନ ପାଇଁ ସ୍କୁଲ ପାଠ୍ୟପୁସ୍ତକକୁ ହାଲୁକା କରିବାର ନିର୍ଣ୍ଣୟ ଅନଲାଇନ୍ ଓ ଅନ୍ୟ ଉପାୟରେ ପଢ଼ିବାକୁ ଛାତ୍ରଛାତ୍ରୀଙ୍କ ସଂଘର୍ଷକୁ ଦେଖି ନିଆଯାଇଛି ।

NCERT ଦାୟିତ୍ୱରେ ଥିବା ଶ୍ରୀଧର ଶ୍ରୀବାସ୍ତବ କହିଛନ୍ତି ଯେ, ‘ଆମେ ଏବେ ଜାତୀୟ ପାଠ୍ୟକ୍ରମ ଢ଼ାଞ୍ଚା ବା ଏନସିଏଫ୍ ପ୍ରସ୍ତୁତି ପ୍ରକ୍ରିୟାରେ ଅଛୁ । ଏହି କାରଣୁ ଏନସିଏଫ୍ ଉପରେ ଆଧାରିତ ପୁସ୍ତକଗୁଡ଼ିକ ଆସିବା ପାଇଁ କିଛି ସମୟ ଲାଗିପାରେ । ଛାତ୍ରଛାତ୍ରୀଙ୍କ ପାଠରେ ଶୀଘ୍ର ଉନ୍ନତି ପାଇଁ ଆଗାମୀ ଅଧିବେଶନ ପାଇଁ NCERT ପର୍ଯ୍ୟାୟକ୍ରମେ କାମ କରିବା ଆବଶ୍ୟକ ।’

Get real time updates directly on you device, subscribe now.