fbpx

NCRBର ଚାଞ୍ଚଲ୍ୟକର ରିପୋର୍ଟ: ଦିନକୁ ୮୭ ମହିଳା ଦୁଷ୍କର୍ମର ଶିକାର, ଦିନକୁ ୧୨୭୩ ମହିଳା ନିଖୋଜ

ନୂଆଦିଲ୍ଲୀ: ନିକଟରେ ମଣିପୁରରେ କିଛି ମହିଳାଙ୍କୁ ନିବସ୍ତ୍ର କରାଇ ବୁଲାଇବା ଘଟଣାକୁ ନେଇ ସାରା ଦେଶର ସ୍ଥିତି ସରଗରମ୍ ରହିଛି । ଏହି ଘଟଣାକୁ ପ୍ରଧାନମନ୍ତ୍ରୀ, ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ, ସୁପ୍ରିମକୋର୍ଟଙ୍କ ପକ୍ଷରୁ ତୀବ୍ର ନିନ୍ଦା କରାଯିବା ସହିତ ଦୋଷୀଙ୍କୁ କଠୋର ଦଣ୍ଡ ଦେବା ପାଇଁ ଦାବି ହୋଇଛି । ତେବେ ଏହା ମଧ୍ୟରେ ନ୍ୟାସନାଲ କ୍ରାଇମ ରେକର୍ଡସ ବ୍ୟୁରୋ (ଏନସିଆରବି) ଦେଶରେ ମହିଳା ହିଂସାକୁ ନେଇ ଏକ ଚାଞ୍ଚଲ୍ୟକର ରିପୋର୍ଟ ଦେଇଛି ।

ରିପୋର୍ଟ ମୁତାବକ, ଦେଶରେ ପ୍ରତ୍ୟେକ ଦିନ ୨୪୬ ଜଣ ଝିଅ ଓ ୧୦୨୭ ଜଣ ମହିଳା ନିଖୋଜ ହେଉଛନ୍ତି । ସାରା ଦେଶରେ ରାଜସ୍ଥାନରେ ଅଧିକ ଦୁଷ୍କର୍ମ ମାମଲା ଦେଖିବାକୁ ମିଳିଛି । ୨୦୨୧ ମସିହାରୁ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୬୩୩୭ ଜଣ ମହିଳାଙ୍କ ସହ ଦୁଷ୍କର୍ମ ହୋଇଛି । ଅନ୍ୟ ରାଜ୍ୟମାନଙ୍କ ମଧ୍ୟରେ ମଧ୍ୟପ୍ରଦେଶରେ ୨୯୪୭, ଉତ୍ତରପ୍ରଦେଶରେ ୨୮୪୫, ମହାରାଷ୍ଟ୍ରରେ ୨୪୯୬, ଛତିଶଗଡ଼ରେ ୧୦୯୩ ରହିଛି । ପାଞ୍ଚବର୍ଷ ବା ୧୮୨୫ ଦିନରେ ୧.୫ ଲକ୍ଷ ମହିଳା ଦୁଷ୍କର୍ମର ଶିକାର ହୋଇଛନ୍ତି । ଅର୍ଥାତ ଦିନନକୁ ୮୭ ଜଣ ମହିଳାଙ୍କ ସହ ଦୁଷ୍କର୍ମ ହୋଇଛି ।

ଦେଶରେ ୨୦୨୧ରେ ୩୧,୬୭୭, ୨୦୨୦ରେ ୨୮,୦୪୬ ଓ ୨୦୧୯ରେ ୩୨,୦୩୩ ଦୁଷ୍କର୍ମ ମାମଲା ରୁଜୁ ହୋଇଥିଲା । ୨୦୧୯ରେ ୮୨,୦୮୪ ଜଣ ଯୁବତୀ ଓ ୩,୪୨,୧୬୮ ଜଣ ମହିଳା ନିଖୋଜ ଥିଲେ । ୨୦୨୦ରେ ଏହି ସଂଖ୍ୟା ୭୯,୨୩୩ ଓ ୩୪,୪୪୨, ୨୦୨୧ରେ ୯୦,୧୧୩ ଓ ୩,୭୫,୦୫୮ ଓ ୨୦୨୧ରେ ୨୪୬, ୧୦୨୭ ରହିଥିଲା ।

Get real time updates directly on you device, subscribe now.