fbpx

ଓଡ଼ିଶାରେ ପହଞ୍ଚିଲେ ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଭୁବନେଶ୍ୱରରେ ପହଞ୍ଚିଲେ ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ। ବିମାନ ବନ୍ଦର ନିକଟରେ ତାଙ୍କୁ ଭବ୍ୟ ସ୍ୱାଗତ ଆୟୋଜନ କରାଯାଇଛି। ଦ୍ରୌପଦୀଙ୍କୁ ସ୍ୱାଗତ କରିବା ପାଇଁ ପାରମ୍ପାରିକ ନୃତ୍ୟ ଓ ଲୋକବାଦ୍ୟରେ କମ୍ପୁଛି ବିମାନ ବନ୍ଦର ପରିସର।

ଦ୍ରୌପଦୀଙ୍କ ସ୍ୱାଗତ ପାଇଁ ବିମାନ ବନ୍ଦରରେ ଅନେକ ବିଜେଡି ଓ ବିଜେପି ବିଧାୟକ ଏବଂ ସାଂସଦ ଉପସ୍ଥିତ ରହିଥିଲେ। ବିଜେଡି ସାଂସଦ ପିନାକୀ ମିଶ୍ର, ସସ୍ମିତ ପାତ୍ର, ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀ , ମନ୍ତ୍ରୀ ଅତନୁ ସବ୍ୟସାଚି ନାୟକ, ରାଜ୍ୟ ବିଜେପି ମୁଖ୍ୟ ସମିର ମହାନ୍ତି ପ୍ରମୁଖ ଉପସ୍ଥିତ ରହି ଦ୍ରୌପଦୀଙ୍କୁ ସ୍ୱାଗତ କରିଥିଲେ।

ବିମାନ ବନ୍ଦରରୁ ଦ୍ରୌପଦୀ ରାଜ୍ୟ ଗେଷ୍ଟ ହାଉସ୍‌କୁ ଯିବେ। ପରେ ବିଧାନସଭାକୁ ଯାଇ ସେଠାରେ ବିଧାୟକମାନଙ୍କ ସହ ଆଲୋଚନା କରିବେ। ୫୪ ନମ୍ବର କକ୍ଷରେ ବିଜେଡି ସାଂସଦ ଓ ବିଧାୟକଙ୍କୁ ଭେଟିବା ପରେ ନବୀନ ନିବାସରେ ଦ୍ରୌପଦୀ ମୁର୍ମୁ ମଧ୍ୟାହ୍ନ ଭୋଜନ କରିବାର କାର୍ଯ୍ୟକ୍ରମ ରହିଛି।

 

 

 

Get real time updates directly on you device, subscribe now.