ଗାଧୋଇବା ବେଳେ ଦୁଇ ଇଞ୍ଜିନିୟର ବୁଡ଼ିଯିବା ଘଟଣା: ମିଳିଲା ଆଉ ଜଣଙ୍କ ମୃତଦେହ

କାଠଯୋଡି ନଦୀରେ ଗାଧୋଇବା ବେଳେ ଦୁଇ ଯୁବ ଇଞ୍ଜିନିୟର ବୁଡ଼ିଯିବା ଘଟଣା । ଗତକାଲି ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଥିବା ବେଳେ ଆଜି ଜଣଙ୍କୁ ଉଦ୍ଧାର କଲେ NDRF ଟିମ୍ ।

କଟକ: କାଠଯୋଡି ନଦୀରେ ଗାଧୋଇବା ବେଳେ ଦୁଇ ଯୁବ ଇଞ୍ଜିନିୟର ବୁଡ଼ିଯିବା ଘଟଣା । ମିଳିଲା ଆଉ ଜଣଙ୍କ ମୃତଦେହ । ଇଞ୍ଜିନିୟରଙ୍କ ମୃତଦେହ ଉଦ୍ଧାର କଲେ NDRF ଟିମ୍ ।

ଗତକାଲି ଜଣଙ୍କର ମୃତ ଦେହ ଉଦ୍ଧାର ହୋଇଥିବା ବେଳେ ଆଜି ଆଉ ଜଣଙ୍କ ମୃତଦେହ କାଠଯୋଡ଼ି ନଦୀରୁ ଉଦ୍ଧାର କଲେ ଅଗ୍ନିଶମ ବାହିନୀ । ଦୁଇ ମୃତକ ହେଲେ ରୀତିକେଶ ମାତଲ୍ ଓ ରିତିକ ଭଞ୍ଜିନି ।

ପ୍ରକାଶ ଥାଉକି, କାଠଯୋଡ଼ିରେ ଗାଧୋଇବା ସମୟରେ ବୁଡ଼ି ଯାଇଥିଲେ ଏହି ଦୁଇ ଯୁବ ଇଞ୍ଜିନିୟର । ସେମାନେ SCB ମେଡିକାଲ କଲେଜ୍ ସମ୍ପ୍ରସାରଣ କାର୍ଯ୍ୟରେ L&T କମ୍ପାନୀ ପକ୍ଷରୁ ନିୟୋଜିତ । ତେବେ ଗତକାଲି ଛୁଟି ଥିବାରୁ ନଦୀକୁ ଗାଧୋଇବାକୁ ଯାଇଥିଲେ । ହେଲେ ସ୍ରୋତ ଅଧିକ ଥିବାରୁ ଦୁଇ ଜଣ ଯୁବକ ଭାସି ଯାଇଥିବା କୁହାଯାଉଛି ।

ଏହି ଦୁଇ ଯୁବକ ସାଙ୍ଗହୋଇ CDA ରେ ମେସର୍ ରହୁଥିଲେ । ତେବେ ଗତକାଲି ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଥିବା ବେଳେ ଅନ୍ୟ ଜଣେ ନିଖୋଜ ଥିଲେ । ବହୁତ ଖୋଜା ଖୋଜି ପରେ ଆଜି ଜଣଙ୍କ ମୃତ ଦେହ ଉଦ୍ଧାର ହୋଇଛି ।