fbpx

ଦିଘାକୁ ଜଗି ରହିଛନ୍ତି ଏନଡିଆରଏଫ୍ ଟିମ୍ ; ବାତ୍ୟା ‘ମୋଚା’ ପାଇଁ ପଶ୍ଚିମବଙ୍ଗ ପୁରା ପ୍ରସ୍ତୁତ

ନୂଆଦିଲ୍ଲୀ : ସାମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ପଶ୍ଚିମବଙ୍ଗ ସରକାର ପ୍ରସ୍ତୁତିକୁ ଜୋରଦାର କରିଛନ୍ତି । ଉପକୂଳବର୍ତ୍ତୀ ଅଞ୍ଚଳ ଗୁଡିକରେ ବାତ୍ୟା ମୁକାବିଲା କାର୍ଯ୍ୟ ଆରମ୍ଭ ହୋଇସାରିଛି । ଆଜି ଦୀଘା ସି ବିଚ୍ ରେ ଏନଡିଆରଏଫ ଟିମ୍ ମୁତୟନ କରାଯାଇଛି । ପଶ୍ଚିମବଙ୍ଗ ଦିଘାରେ ଜାତୀୟ ବିପର୍ୟ୍ୟୟ ମୁକାବିଲା ଫୋର୍ସର ଆଠଟି ଦଳ ମୁତୟନ କରାଯାଇଛି । ୨୦୦ ଉଦ୍ଧାରକାରୀଙ୍କ ସହ ୧୦୦ ଜଣ ଜରୁରୀକାଳୀନ ପରିସ୍ଥିତିର ମୁକାବିଲା ପାଇଁ ନିୟୋଜିତ କରାଯାଇଛି ।

ସୂଚନାଯୋଗ୍ୟ, ଦକ୍ଷିଣ-ପୂର୍ବ ଦିଗକୁ ମୁହାଁଇଥିବା ବାତ୍ୟା ‘ମୋଚା’ ଏକ ଭୟଙ୍କର ଘୂର୍ଣ୍ଣିବଳୟରେ ପରିଣତ ହୋଇଛି। ଆଇଏମଡି ଅନୁଯାୟୀ ‘ମୋଚା’ ଗତ ୨୪ ଘଣ୍ଟା ମଧ୍ୟରେ ୯ କିଲୋମିଟର ଗତି କରିଛି। ଏହା ଘଣ୍ଟା ବେଗରେ ଉତ୍ତର ଆଡକୁ ଗତି କରୁଛି । ମେ ୧୨ ରେ ବାତ୍ୟା ପୋର୍ଟ ବ୍ଲେୟାର ଠାରୁ ପ୍ରାୟ ୫୨୦ କିଲୋମିଟର ଦୂରରେ ଥିଲା ।

ବାଂଲାଦେଶର କକ୍ସର ବଜାର ଠାରୁ ୧୦୧୦ କିଲୋମିଟର ଦୂରରେ ଥିବାବେଳେ ମିଆଁମାର ସିଟୱେ ଠାରୁ ମାତ୍ର ୯୩୦ କିଲୋମିଟର ରହିଛି ବାତ୍ୟା ମୋଚା । ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ଏକ ବିବୃତ୍ତିରେ ଏହା ପ୍ରକାଶ କରିଛି ।
ପାଣିପାଗ ବିଭାଗ କହିଛି ଯେ ଏହା ଉତ୍ତର-ପୂର୍ବ ଆଡକୁ ଗତି କରିବ ଏବଂ ତୀବ୍ର ହେବ। ଏହା ଆସନ୍ତା ୧୪ ତାରିଖ ଅପରାହ୍ନରେ ବାଂଲାଦେଶର କକ୍ସର ବଜାର ଏବଂ ମିଆଁମାର କ୍ୟୁକପିୟୁ ଉପକୂଳ ଅତିକ୍ରମ କରିବାର ସମ୍ଭାବନା ରହିଛି । ଏହିଚ ସମୟରେ ପବନର ବେଗ ୧୫୦-୧୬୦ କିଲୋମିଟରରେ ରହିବାସହିତ ଏହା ଏକ ଭୟଙ୍କର ଘୂର୍ଣ୍ଣିବଳୟ ରୂପ ନେବ ।

କେଉଁଠି ବର୍ଷା ହେବ?
ପାଣିପାଗ ବିଭାଗ ଉତ୍ତର-ପୂର୍ବର ଅନେକ ରାଜ୍ୟ ଏବଂ ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜ ପାଇଁ ବର୍ଷା ସତର୍କ ସୂଚନା ଜାରି କରିଛି। କେନ୍ଦ୍ରୀୟ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟର ଗତି ହେତୁ ଏହି ଅଞ୍ଚଳରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ୧୨, ୧୩ ଏବଂ ୧୪ ମେ ରେ ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜରେ ପ୍ରବଳରୁ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ମେ ୧୩ ଏବଂ ମେ ୧୪ ରେ ତ୍ରିପୁରା ଏବଂ ମିଜୋରାମର ଅଧିକାଂଶ ସ୍ଥାନରେ ବର୍ଷା ହେବାର ସମ୍ଭାବନା । କେତେକ ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ । ମେ ୧୪ ରେ ନାଗାଲାଣ୍ଡ, ମଣିପୁର ଏବଂ ଦକ୍ଷିଣ ଆସାମରେ ବର୍ଷା ଏବଂ କେତେକ ଅଞ୍ଚଳରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।

Get real time updates directly on you device, subscribe now.