fbpx

ନିମ ଚା’ ଶରୀରରେ ଅନେକ ରୋଗକୁ ଦୂର କରିବାରେ ସହାୟକ ହୋଇଥାଏ

ନିମ ଚା’ ହେଉଛି ଏକ ହର୍ବାଲ୍ ତିକ୍ତଯୁକ୍ତ ଚା, ଯାହାକୁ ଆୟୁର୍ବେଦର ବିଭିନ୍ନ ଚିକିତ୍ସା ନିମନ୍ତେ ବ୍ୟବହାର କରାଯାଏ । ନିମ ଚା ଦାନ୍ତକୁ ସଫା ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ ।

ଶରୀରର ବିଭିନ୍ନ ରୋଗକୁ ଦୂର କରିବାରେ ନିମ ଚା’ର ଉପଯୋଗ କରାଯାଇଥାଏ । ଆସନ୍ତୁ ଜାଣିବା ନିମ ଚା’ର ଫାଇଦା ବିଷୟରେ ।

  • ଶରୀରରେ କୌଣସି ଅଙ୍ଗରେ ଘା’ ଓ ଚର୍ମରୋଗର ଉପଚାର ପାଇଁ ନିମ ପତ୍ରକୁ ବ୍ୟବହାର କରାଯାଇଥାଏ ।
  • ବ୍ୟାକ୍ଟେରିଆ ଓ ଭାଇରସ ବିରୋଧରେ ଏହା ଲଢ଼େଇ କରିଥାଏ । ନିମ୍ନ ଚା ସେବନ ଦ୍ୱାରା ମୁଖ ଦୁର୍ଗନ୍ଧ ଦୂର ହୋଇଥାଏ ।
  • ଯଦି ଆପଣ ଚାପରେ ରହୁଛନ୍ତି, ତେବେ ନିମ ଚା ଚାପମୁକ୍ତ କରିବାରେ ସହାୟତା କରିଥାଏ ।
  • ଏହାବ୍ୟତୀତ ଏହା ରୋଗପ୍ରତିରୋଧ ପରି କାର୍ଯ୍ୟ କରିବା ସହ ଶରୀରରେ ରକ୍ତକୁ ପରିଷ୍କାର ରଖିଥାଏ ।
  • ଶରୀରରେ ସୃଷ୍ଟି ହେଉଥିବା କ୍ୟାନସର କୋଷକୁ ନିମ ଚା ବଢ଼ିବାକୁ ଦିଏ ନାହିଁ । ଗର୍ଭବତୀ ମହିଳାମାନେ ଡାକ୍ତରଙ୍କ ସହ ପରାମର୍ଶ କରି ଏହା ସେବନ କରିବା ଦରକାର ।
  • ଅଙ୍ଗ ପ୍ରତ୍ୟାରୋପ କିମ୍ବା କୌଣସି ସର୍ଜରୀ କରାଇଥିବା ରୋଗୀମାନେ ନିମ ଚା ପିଇବା ଅନୁଚିତ ।

Get real time updates directly on you device, subscribe now.