fbpx
BJD
BJD SKY
BJD SKY

“ଯେଉଁ ଦିନ ଜଣେ ପୁରୁଷ, ସନ୍ତାନ ଜନ୍ମ କରିବା ଆରମ୍ଭ କରିବ, ସେହି ଦିନଠାରୁ ଉଭୟଙ୍କୁ ସମାନ କୁହାଯିବ”: ଜାଣନ୍ତୁ କାହିଁକି ଏପରି କହିଲେ ନୀନା ଗୁପ୍ତା

ମୁମ୍ବାଇ: ବଲିଉଡର ବିଶିଷ୍ଟ ଅଭିନେତ୍ରୀ ନୀନା ଗୁପ୍ତା ନିଜର ବୋଲ୍ଡେ ଅନ୍ଦାଜ ପାଇଁ ସବୁବେଳେ ଚର୍ଚ୍ଚାରେ ରହିଆସିଛନ୍ତି । ନିଜ ଅଭିନୟ ଆଧାରରେ ପରିଚୟ ସୃଷ୍ଟି କରିଥିବା ନୀନା ଗୁପ୍ତା ନିଜର ବକ୍ତବ୍ୟ ଏବଂ ବୋଲ୍ଡ ଷ୍ଟାଇଲ୍ ପାଇଁ ଲୋକପ୍ରିୟ । ପ୍ରତ୍ୟେକ ଚର୍ଚ୍ଚିତ ପ୍ରସଙ୍ଗରେ ସେ ବେଶ ଖୋଲାଖୋଲି ଭାବେ କଥାବାର୍ତ୍ତା କରନ୍ତି।

ତେବେ ନିକଟରେ ଫେମିନିଜମକୁ ନେଇ ଏକ ବିବୃତି ଦେଇ ଚର୍ଚ୍ଚାକୁ ଆସିଛନ୍ତି ନୀନା ଗୁପ୍ତା। ସେ ଏହି ପ୍ରସଙ୍ଗକୁ ଫାଲତୁ ବୋଲି ବିବୃତି ଦେଇଛନ୍ତି। ନିକଟରେ ରଣବୀର ଆହ୍ଲାବାଦିଆଙ୍କ ସହ ବାର୍ତ୍ତାଳାପ ସମୟରେ ସେ ନାରୀବାଦ ଉପରେ ଏପରି ମନ୍ତବ୍ୟ ଦେଇଥିଲେ।

ନୀନା ଗୁପ୍ତା କହିଛନ୍ତି ଯେ “ଫାଲତୁ ନାରୀବାଦରେ ବିଶ୍ୱାସ କରିବା ଜରୁରୀ ନୁହେଁ। ନିଜକୁ ଛୋଟ ଭାବିବା ଅପେକ୍ଷା ନିଜର ମୂଲ୍ୟ ବୁଝିବା ଭଲ । ଯଦି ଆପଣ ଜଣେ ଗୃହିଣୀ ତେବେ ନିଜକୁ ହେୟ ମନେକରନ୍ତୁ ନାହିଁ । ଏହା ଏକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ । ଯାହା ବି ହେଉ, ପୁରୁଷ ଏବଂ ନାରୀ ଏକ ପ୍ରକାର ନୁହନ୍ତି । ଯେଉଁ ଦିନ ଜଣେ ପୁରୁଷ, ସନ୍ତାନ ଜନ୍ମ କରିବା ଆରମ୍ଭ କରିବ, ସେହି ଦିନଠାରୁ ଉଭୟଙ୍କୁ ସମାନ କୁହାଯିବ ।”

ସେ ଆହୁରି କହିଛନ୍ତି ଯେ, “ମହିଳାମାନେ ପୁରୁଷମାନଙ୍କୁ ଅଧିକ ଆବଶ୍ୟକ କରନ୍ତି । ମୋ’ ଜୀବନରେ ଏପରି କିଛି ଘଟଣା ଘଟିଛି ଯେଉଁଥିରୁ ମୁଁ ଏହାକୁ ଅନୁଭବ କରିଛି । ମୁଁ ମଧ୍ୟ ସେ ସମୟରେ ଜଣେ ପୁରୁଷର ଆବଶ୍ୟକତା ଅନୁଭବ କରିଛି ।”

ସୂଚନାଯୋଗ୍ୟ, ନୀନା ଅନେକ ଦିନ ଧରି ସିନେ ଜଗତରୁ ଦୂରେଇ ରହିଥିଲେ । ତେବେ ୨୦୦୮ ମସିହାରେ ୪୯ ବର୍ଷୀୟ ନୀନା ବିବେକ ମେହେରାଙ୍କୁ ବିବାହ କରି ସମସ୍ତଙ୍କୁ ଆଶ୍ଚର୍ୟ୍ୟ କରିଥିଲେ।

Get real time updates directly on you device, subscribe now.