fbpx

ସିଆରପିଏଫ୍ ଡିଜି ଭାବରେ ଦାୟିତ୍ୱ ଗ୍ରହଣ କଲେ ଏହି ଅଧିକାରୀ, ଜାଣନ୍ତୁ ତାଙ୍କ ବିଷୟରେ

ନୂଆଦିଲ୍ଲୀ:ଆଇଟିବିପି ମହାନିର୍ଦ୍ଦେଶକ(ଡିଜି) ଏ.ଡି. ସିଂହଙ୍କୁ ସିଆରପିଏଫର ମହାନିର୍ଦ୍ଦେଶକ ଭାବରେ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି । ନଭେମ୍ବର ୩୦ରେ ବର୍ତ୍ତମାନର ସିଆରପିଏଫ୍ ଡିଜି ଏସ୍ ଏଲ୍ ଥାଓସେନ୍ ଅବସର ନେଉଥିବା କାରଣରୁ ଆଇଟିବିପି ମହାନିର୍ଦ୍ଦେଶକ ଅନୀଶ ଦୟାଲ ସିଂହଙ୍କୁ ସିଆରପିଏଫର ଅତିରିକ୍ତ ଦାୟିତ୍ୱ ଦିଆଯାଇଛି ।

କେନ୍ଦ୍ର ଗୃହ ମନ୍ତ୍ରଣାଳୟର ଏକ ଆଦେଶରେ କୁହାଯାଇଛି ଯେ, ମଣିପୁର କ୍ୟାଡରର ୧୯୮୮ ବ୍ୟାଚ୍‌ର ଆଇପିଏସ୍‌୍ ଅଧିକାରୀ ଏଡି ସିଂହ ଆଗାମୀ ଆଦେଶ ପର୍ଯ୍ୟନ୍ତ ସିଆରପିଏଫ୍ ଡିଜି ଦାୟିତ୍ୱ ସମ୍ଭାଳିବେ । ଏଠାରେ ସୂଚାଇ ଦିଆଯାଇପାରେ କି ମଧ୍ୟପ୍ରଦେଶ କ୍ୟାଡରର ୧୯୮୮ ବ୍ୟାଚର ଆଇପିଏସ୍ ଥାଓସେନ୍ ଗତ ବର୍ଷ ଅକ୍ଟୋବରରେ ସିଆରପିଏଫର ଡିଜି ଭାବରେ ନିଯୁକ୍ତ କରାଯାଇଥିଲା । ଏହି ସମୟରେ ଏଡି ସିଂହଙ୍କୁ ଭାରତ ତିଦ୍ଦତ ସୀମା ପୋଲିସ(ଆଇଟିବିପି)ର ମହାନିର୍ଦ୍ଦେଶକ ଭାବରେ ନିିଯୁକ୍ତି ଦିଆଯାଇଥିଲା ।

ଏଠାରେ ସୂଚାଇ ଦିଆଯାଇପାରେ କି ସିଆରପିଏଫ୍ ପ୍ରାୟ ୩.୨୫ ଲକ୍ଷ କର୍ମୀଙ୍କ ସହ ଦେଶର ସବୁଠାରୁ ବୃହତ୍ତ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବାହିନୀ ଅଟେ । ନକ୍ସଲ ବିରୋଧୀ ଅଭିଯାନ ସହିତ ଏହାକୁ ଦେଶର ସୁରକ୍ଷା କ୍ଷେତ୍ରରେ ବିଭିନ୍ନ ଦାୟିତ୍ୱ ପରିଚାଳନା ପାଇଁ ନିଯୁକ୍ତ କରାଯାଇଛି ।

Get real time updates directly on you device, subscribe now.