fbpx
BJD
BJD SKY
BJD SKY

BIG BREAKING: ଡ୍ରୋନ୍ ଉଡ଼ାଉଥିବା ମହିଳାଙ୍କୁ ମାସିକ ୧୫ ହଜାର ଓ ସହଯୋଗୀଙ୍କୁ ୧୦ ହଜାର ଟଙ୍କା ଲେଖାଏଁ ଭତ୍ତା

ଓଡିଶା ଭାସ୍କର: ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ ବୈଠକରେ କେତେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏଥିରେ ଗରିବ କଲ୍ୟାଣ ଅନ୍ନ ଯୋଜନା ଅବଧିକୁ ବୃଦ୍ଧି କରାଯାଇଛି। ୨୦୨୪ ଜାନୁଆରି ପହିଲାରୁ ଏହି ଯୋଜନା କାର୍ୟ୍ୟକାରୀ ହେବ। ଏହା ଦ୍ୱାରା ୮୧ କୋଟି ୩୫ ଲକ୍ଷ ହିତାଧିକାରୀ ଉପକୃତ ହେବେ। ଏହି ୫ ବର୍ଷ ପାଇଁ ୧୧.୮୦ ଲକ୍ଷ କୋଟି ଟଙ୍କା ବ୍ୟବ ବରାଦ ହେବ ବୋଲି ଜଣାପଡ଼ିଛି।

ଅନ୍ୟପଟେ ଡ୍ରୋନ୍ ସଖୀ ଯୋଜନାକୁ ମଧ୍ୟ ଅନୁମୋଦନ ମିଳିଛି। ଏହି ଯୋଜନାରେ ମହିଳାମାନଙ୍କୁ ଡ୍ରୋନ ଉଡାଇବା ପାଇଁ ପ୍ରଶିକ୍ଷଣ ଦିଆଯିବ । ଡ୍ରୋନ୍ ଜରିଆରେ କ୍ଷେତରେ କୀଟନାଶକ ସିଞ୍ଚନ କରାଯିବ। ଡ୍ରୋନ୍ ଉଡ଼ାଉଥିବା ମହିଳାଙ୍କୁ ମାସିକ ୧୫ ହଜାର ଟଙ୍କା ଓ ସହଯୋଗୀଙ୍କୁ ମାସିକ ୧୦ ହଜାର ଟଙ୍କା ଲେଖାଏଁ ଭତ୍ତା ଦିଆଯିବ। ଏହି ଯୋଜନା ୨୦୨୬ ପର୍ୟ୍ୟନ୍ତ ଚାଲିବ ଏବଂ ମୋଟ ଖର୍ଚ୍ଚ ୧୨୬୧ କୋଟି ଟଙ୍କା ହେବ ବୋଲି କୁହାଯାଇଛି। ସେହିପରି ବୈଠକରେ ଷୋଡ଼ଶ ଅର୍ଥ ଆୟୋଗର ଟର୍ମ ଅଫ୍ ରେଫରେନ୍ସକୁ ବି କ୍ୟାବିନେଟ୍ ଅନୁମୋଦନ ଦେଇଛି। ବର୍ତ୍ତମାନର କମିଶନଙ୍କ କାର୍ୟ୍ୟକାଳ ମାର୍ଚ୍ଚ ୨୦୨୬ ପର୍ୟ୍ୟନ୍ତ ରହିଛି। ସେପଟେ ଦୁଷ୍କର୍ମ ଓ ପୋକ୍ସୋ ଆଇନ ଅଧୀନରେ ଫର୍ଟ ଟ୍ରାକ୍ ସ୍ପେଶାଲ କୋର୍ଟକୁ ୨୦୨୬ ପର୍ୟ୍ୟନ୍ତ ବଜାୟ ରଖିବାକୁ ମଧ୍ୟ କ୍ୟାବିନେଟ ବୈଠକରେ ସହମତି ମିଳିଛି।

 

Get real time updates directly on you device, subscribe now.