fbpx

ନୀରଜଙ୍କୁ ସମ୍ମାନିତ କଲା ରାଜପୁତାନା ରାଇଫଲ୍ସ

ନୂଆଦିଲ୍ଳୀ: ଟୋକିଓରେ ସ୍ୱର୍ଣ୍ଣ ପଦକ ବିଜୟୀ ନୀରଜ ଚୋପ୍ରାଙ୍କୁ ଭାରତୀୟ ଆର୍ମି ପକ୍ଷରୁ ସମ୍ମାନିତ କରାଯାଇଛି । ଭାରତୀୟ ସେନାରେ ସୁବେଦାର ଭାବରେ କାର୍ଯ୍ୟ କରୁଥିବା ନୀରଜଙ୍କୁ ରାଜପୁତାନା ରାଇଫଲ୍ସ ପକ୍ଷରୁ ସମ୍ମାନିତ କରାଯାଇଛି । ମଙ୍ଗଳବାର ସ୍ଥଳ ସେନା ମୁଖ୍ୟ ଏମ ଏମ ନରାୱଣେ ନୀରଜଙ୍କୁ ସମ୍ମାନିତ କରିଥିଲେ । ଏହା ସହିତ ନରାୱଣେ ନୀରଜଙ୍କ ମାତା ପିତାଙ୍କୁ ମଧ୍ୟ ଭେଟିଛନ୍ତି ।

ନୀରଜଙ୍କ ମାତାପିତା ପାନିପତରୁ ଦିଲ୍ଲୀ ନୀରଜଙ୍କୁ ନେବା ପାଇଁ ଆସିଥିଲେ । ଭାରତୀୟ ସେନା ପକ୍ଷରୁ ଏହି ଫଟୋ ଗୁଡିକୁ ଟ୍ୱିଟ କରାଯାଇଥିଲା । ଏହା ସହିତ ରାଜପୁତାନା ରାଇଫଲ୍ସର ଅନ୍ୟତମ ସଦସ୍ୟ ଦୀପକ ପୁନିଆଙ୍କୁ ମଧ୍ୟ ସମ୍ମାନିତ କରାଯାଇଥିଲା । ରାଜପୁତାନା ରାଇଫଲ୍ସ ପକ୍ଷରୁ ଲେଫ୍ଟନାଣ୍ଟ ଜେନେରାଲ କେଜିଏସ ଧିଲୋନ ଉଭୟ ଖେଳାଳିଙ୍କୁ ସମ୍ମାନିତ କରିବା ସହିତ ୬ ଲକ୍ଷ ଓ ୪.୫୫ ଲକ୍ଷର ଚେକ୍ ପ୍ରଦାନ କରିଥିଲେ ।

Get real time updates directly on you device, subscribe now.