fbpx

ଭାରତକୁ ଶକ୍ତ ଝଟକା, ରାଜ୍ୟଗୋଷ୍ଠୀ କ୍ରୀଡା ୨୦୨୨ରୁ ବାଦ୍ ପଡିଲେ ନୀରଜ ଚୋପ୍ରା

ନୂଆଦିଲ୍ଲୀ: ବର୍ମିଂହାମରେ ଖେଳାଯିବାକୁ ଥିବା ରାଜ୍ୟଗୋଷ୍ଠୀ କ୍ରୀଡା ୨୦୨୨ ଆରମ୍ଭ ହେବାର ଠିକ୍ ପୂର୍ବରୁ ଭାରତକୁ ଶକ୍ତ ଝଟକା ଲାଗିଛି। ଟୋକିଓ ଅଲିମ୍ପିକର ସ୍ଵର୍ଣ୍ଣ ପଦକ ବିଜେତା ଜାଭେଲିନ ଫିଙ୍ଗାଳି ନୀରଜ ଚୋପ୍ରା ରାଜ୍ୟଗୋଷ୍ଠୀ କ୍ରୀଡାରୁ ବାଦ୍ ପଡିଛନ୍ତି। ନିକଟରେ ସେ ବିଶ୍ଵ ଦୌଡକୁଦ ପ୍ରତିଯୋଗିତାରେ ରୌପ୍ୟ ପଦକ ଜିତିଥିଲେ। ହେଲେ ଏବେ ଆହତ କାରଣରୁ ରାଜ୍ୟଗୋଷ୍ଠୀ କ୍ରୀଡାରୁ ବାଦ୍ ପଡିଛନ୍ତି ନୀରଜ ଚୋପ୍ରା।

ଭାରତ ସର୍ବଦା ରାଜ୍ୟଗୋଷ୍ଠୀ କ୍ରୀଡାରେ ଦମଦାର ପ୍ରଦର୍ଶନ କରି ଆସିଛି ଏବଂ ଶୀର୍ଷ ୩ରେ ରହି ଆସିଛି। ଏଥର ପ୍ରତିଟି ଭାରତୀୟଙ୍କୁ ଆଶା ଥିଲା ଯେ, ନୀରଜ ଚୋପ୍ରା ଜାଭେଲିନ ଫିଙ୍ଗାରେ ଦେଶ ପାଇଁ ସ୍ଵର୍ଣ୍ଣ ପଦକ ଜିତିବେ। ହେଲେ ମଙ୍ଗଳବାର ନୀରଜ ଚୋପ୍ରା ଖୋଦ୍ ସୂଚନା ଦେଇଛନ୍ତି ଯେ, ଆହତ କାରଣରୁ ସେ ରାଜ୍ୟଗୋଷ୍ଠୀ କ୍ରୀଡା ଖେଳି ପାରିବେ ନାହିଁ।

ରାଜ୍ୟଗୋଷ୍ଠୀ କ୍ରୀଡାରେ ନୀରଜ ଚୋପ୍ରାଙ୍କ ମ୍ୟାଚ୍ ଅଗଷ୍ଟ ୫ରେ ହେବାର ଥିଲା। ଏହି ଦିନ ଜାଭେଲିନ ଫିଙ୍ଗା ଇଭେଣ୍ଟ ଆୟୋଜନ ହେବାର ଥିଲା। ଏହି ବର୍ଗରେ ଭାରତର ଆଶା ଡିପି ମୁନୁ ଏବଂ ରୋହିତ ଯାଦବଙ୍କ ଉପରେ ରହିଛି। ଜାଭେଲିନ ଫିଙ୍ଗାରେ ଏହି ଦୁଇ ଖେଳାଳି ହିଁ ଭାରତର ପ୍ରତିନିଧିତ୍ଵ କରିବେ।
ବିଶ୍ଵ ଦୌଡକୁଦ ପ୍ରତିଯୋଗିତାରେ ନୀରଜ ଚୋପ୍ରା ରୌପ୍ୟ ପଦକ ଜିତି ଇତିହାସ ରଚିଥିଲେ। ସେ ୮୮.୧୩ ମିଟର ଫିଙ୍ଗି ଦେଶ ପାଇଁ ଗୌରବ ଆଣିଥିଲେ। ଏହି ପ୍ରତିଯୋଗିତାରେ ପଦକ ଜିତିବାରେ ସେ ଦ୍ଵିତୀୟ ଭାରତୀୟ ଖେଳାଳି ହୋଇପାରିଛନ୍ତି।

ହେଲେ ପ୍ରତିଯୋଗିତା ସମୟରେ ତାଙ୍କ ଡାହାଣ ଜଙ୍ଘରେ ହାଲୁକା ଯନ୍ତ୍ରଣା ହୋଇଥିଲା। ବିଶ୍ଵ ଆଥଲେଟିକ୍ସ ଚାମ୍ପିଅନଶିପରେ ଜଙ୍ଘରେ ପଟି ବାନ୍ଧି ଖେଳୁଥିଲେ। ତଥାପି ତାଙ୍କୁ ଯନ୍ତ୍ରଣା ହେଉଥିଲା ବୋଲି ସେ କହିଥିଲେ। ଏହି କାରଣରୁ ଥ୍ରୋ ବହୁତ ଭଲ ନଥିଲା। ଆଶା କରୁଛି ଶୀଘ୍ର ସୁସ୍ଥ ହୋଇଯିବି। ହେଲେ ଏପରି ହୋଇ ନାହିଁ। ବାଧ୍ୟ ହୋଇ ତାଙ୍କୁ ରାଜ୍ୟଗୋଷ୍ଠୀ କ୍ରୀଡାରୁ ଓହରିବାକୁ ପଡିଛି।

 

Get real time updates directly on you device, subscribe now.