fbpx

Video; ପ୍ୟାରିସ ଅଲିମ୍ପିକ୍ସ ପୂର୍ବରୁ ଇତିହାସ ରଚିଲେ ନୀରଜ ଚୋପ୍ରା, ଜିତିଲେ ସ୍ୱର୍ଣ୍ଣ

Advertisement

ନୂଆଦିଲ୍ଲୀ: ପୁଣି ଥରେ ସାରା ବିଶ୍ୱରେ ଦେଶର ନାଁ’କୁ ଉଜ୍ୱଳ କଲେ ଭାରତର ଷ୍ଟାର ଜାଭେଲିନ୍ ଥ୍ରୋଅର୍ ନୀରଜ ଚୋପ୍ରା । ନୀରଜ ଚୋପ୍ରା ଫିନଲ୍ୟାଣ୍ଡରେ ଚାଲିଥିବା ପାଭୋ ନୁରମି ଗେମ୍ସରେ ପ୍ରଥମ ସ୍ଥାନ ଅଧିକାର କରି ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ପାଭୋ ନୁରମି ଅଲିମ୍ପିକ୍ସରେ ପ୍ରଥମ ଥର ପାଇଁ ସ୍ୱର୍ଣ୍ଣ ପଦକ ଜିତିଛନ୍ତି ନୀରଜ । ଏହା ପୂର୍ବରୁ ସେ ୨୦୨୨ରେ ଏହି କ୍ରୀଡ଼ାରେ ଅଂଶଗ୍ରହଣ କରି ଦ୍ବିତୀୟ ସ୍ଥାନରେ ରହିଥିଲେ ।

ପାଭୋ ନୁରମି ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ଜିତିବା ନୀରଜ ଚୋପ୍ରାଙ୍କ ପାଇଁ ସହଜ ନଥିଲା । ନୀରଜଙ୍କ ଦେହରେ ଆଘାତ ହୋଇଥିବାରୁ କିଛି ଦିନ ହେବ ସେ ସଂଘର୍ଷ କରୁଥିଲେ । ଆଘାତରୁ ସୁସ୍ଥ ହେବା ପରେ ଏହା ତାଙ୍କର ପ୍ରଥମ ଇଭେଣ୍ଟ ଥିଲା ଏବଂ ଏହି ଖେଳାଳି ଚମତ୍କାର ପ୍ରତ୍ୟାବର୍ତ୍ତନ କରି ସ୍ୱର୍ଣ୍ଣ ପଦକ ଜିତିଥିଲେ । ନୀରଜ ଚୋପ୍ରାଙ୍କ ଆଗରେ ଆଣ୍ଡରସନ୍ ପିଟର୍ସ, ମ୍ୟାକ୍ସ ଡାଇହିଙ୍ଗ୍ ଓ ଅଲିଭର ହ୍ୟାଣ୍ଡଲରଙ୍କ ଭଳି ଖେଳାଳି ଥିଲେ ।

ଏଥିସହ ଫିନଲାଣ୍ଡର ଟୋନି କେରାନନ୍ ମଧ୍ୟ ତାଙ୍କୁ କଡ଼ା ଚ୍ୟାଲେଞ୍ଜ ଦେବାକୁ ଯାଉଥିଲେ । ସମାନ ଘଟଣା ଘଟିଲା ଏବଂ ନୀରଜଙ୍କୁ ସମସ୍ତଙ୍କ ଠାରୁ ଭଲ ଚ୍ୟାଲେଞ୍ଜ ମିଳିଥିଲା । କିନ୍ତୁ ନୀରଜ ଚୋପ୍ରା ତୃତୀୟ ଥ୍ରୋରେ ୮୫.୯୭ ମିଟର ଫିଙ୍ଗି ସମସ୍ତ ପ୍ରତିଦ୍ୱନ୍ଦ୍ୱୀଙ୍କୁ ପଛରେ ପକାଇ ଦେଇଥିଲେ । ଫିନଲ୍ୟାଣ୍ଡର ଜାଭେଲିନ୍ ଥ୍ରୋଅର୍ ଟୋନି କିରାନାନ୍ ୮୪.୧୯ ମିଟର ଥ୍ରୋ କରି ଦ୍ବିତୀୟ ସ୍ଥାନରେ ରହିଥିଲେ ।

 

Get real time updates directly on you device, subscribe now.