fbpx

ଯନ୍ତ୍ରଣାରେ ନୀରଜ, କରାଇବେ ସର୍ଜରୀ! କୋଚିଙ୍ଗ ଷ୍ଟାଫରେ ବି ହୋଇପାରେ ବଡ଼ ପରିବର୍ତ୍ତନ

ନୂଆଦିଲ୍ଲୀ: ଭାରତର ଷ୍ଟାର ଜାଭେଲିନ୍ ଖେଳାଳି ନୀରଜ ଚୋପ୍ରା ଅଲିମ୍ପିକରେ ରୌପ୍ୟ ପଦକ ହାସଲ କରିଛନ୍ତି । ତେବେ ଦେଶବାସୀଙ୍କୁ ଗର୍ବିତ କରିବା ପରେ ନୀରଜଙ୍କୁ ନେଇ ଏକ ବଡ଼ ଅପଡେଟ୍ ସାମନାକୁ ଆସିଛି । କିଛି ଦିନରୁ ଏକ ଶାରୀରିକ ସମସ୍ୟା ଦେଇ ଗତି କରୁଛନ୍ତି ନୀରଜ । ତେଣୁ ଏଥିରୁ ମୁକ୍ତି ପାଇବା ପାଇଁ ସେ ଖୁବଶୀଘ୍ର ସର୍ଜରୀ କରାଇପାରନ୍ତି । ନୀରଜ ନିକଟ ଭବିଷ୍ୟତରେ ନିଜର ହାର୍ଣ୍ଣିଆ ଅପରେସନ୍ କରିପାରନ୍ତି ବୋଲି ଜାଣିବାକୁ ମିଳିଛି ।

ନୀରଜ ହାର୍ଣ୍ଣିଆ ସମସ୍ୟା ପାଇଁ ଗ୍ରୋଇନ୍ ଏରିଆରେ ଯନ୍ତ୍ରଣା ଭୋଗ କରୁଛନ୍ତି । ସେଥିପାଇଁ ନୀରଜ ଏବେ ଖୁବ କମ୍ ଟୁର୍ଣ୍ଣାମେଣ୍ଟରେ ମଧ୍ୟ ସାମିଳ ହେଉଛନ୍ତି । ଅଲିମ୍ପିକ୍ସର ଜାଭେଲିନ୍ ଫାଇନାଲରେ ରୌପ୍ୟ ପଦକ ହାସଲ କରିବା ପରେ ନୀରଜ ମଧ୍ୟ ଏ ନେଇ ସଂକେତ ଦେଇଛନ୍ତି । ଫାଇନାଲ ମ୍ୟାଚ ପରେ ନୀରଜ କହିଛନ୍ତି ଯେ, ମୁଁ ଟିମ୍ ସହ ଆଲୋଚନା କରିବା ପରେ ଏ ସମ୍ପର୍କରେ ନିଷ୍ପତ୍ତି ନେବି । ଶରୀରର ସ୍ଥିତିକୁ ପଛରେ ପକାଇ ମୁଁ ଆଗକୁ ବଢି ଚାଲିଛି । ମୋ ଭିତରେ ଏବେ ବି ବହୁତ କିଛି ରହିଛି, ତେଣୁ ଏଥିପାଇଁ ମୋତେ ନିଜକୁ ଫିଟ୍ ରଖିବାର ଅଛି ।

ପ୍ୟାରିସ ଅଲିମ୍ପିକ୍ସରେ ରୌପ୍ୟ ପଦକ ହାସଲ କରିବା ପରେ ନୀରଜଙ୍କ କୋଚିଙ୍ଗ ଷ୍ଟାଫରେ ମଧ୍ୟ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି । ନୀରଜଙ୍କ କୋଚ୍ କ୍ଲାଉସ ବାର୍ଟୋନିଟଜଙ୍କ ସ୍ଥାନରେ ଖୁବଶୀଘ୍ର ନୂଆ କୋଚଙ୍କ ଦାୟିତ୍ୱ ମିଳିପାରେ । ବର୍ଷକୁ କିଛି ମାସ ପାଇଁ କ୍ଲାଉସ ନୀରଜଙ୍କ ସହ କାର୍ଯ୍ୟ କରୁଥିଲେ । ତେଣୁ ନୀରଜ ଏବଂ ତାଙ୍କ ଟିମ୍ ନିଜ ବ୍ୟାକ୍ ରୁମ୍ ଷ୍ଟାଫଙ୍କୁ ଅପଗ୍ରେଡ କରିବାକୁ ଚାହୁଁଛନ୍ତି ।

Get real time updates directly on you device, subscribe now.