fbpx

NEET ଆବେଦନ ପ୍ରକ୍ରିୟା ଆଜିଠାରୁ ଆରମ୍ଭ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ମେଡିକାଲ ପ୍ରବେଶିକା ଏନଇଇଟି ପରୀକ୍ଷା ପାଇଁ ଆଜିଠାରୁ ଆରମ୍ଭ ହେବ ଅନଲାଇନ୍ ପ୍ରକ୍ରିୟା । ଏନଟିଏ ୱେବସାଇଟରେ ଛାତ୍ରଛାତ୍ରୀମାନେ ଆବେଦନ କରିପାରିବେ । ଆଜି ଅପରାହ୍ନ ୫ଟାରୁ ଅନଲାଇନରେ ଆବେଦନ ପ୍ରକ୍ରିୟା ଆରମ୍ଭ ହେବ । ଆସନ୍ତା ସେପ୍ଟେମ୍ବର ୧୨ ତାରିଖରେ ମେଡିକାଲ ପ୍ରବେଶିକା ପରୀକ୍ଷା ହେବ ବୋଲି ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟ୍ୱିଟ୍ କରି ଜଣାଇଛନ୍ତି ।

ତେବେ ଏହି ପରୀକ୍ଷା ସମୟରେ କୋଭିଡ୍-୧୯ର ଗାଇଲାଲାଇନକୁ ପାଳନ କରାଯିବ । ଏଥିପାଇର୍ ପରୀକ୍ଷା କେନ୍ଦ୍ର ହେବାକୁ ଥିବା ସହର ସଂଖ୍ୟା ୧୫୫ରୁ ୧୯୮କୁ ବଢ଼ାଇ ଦିଆଯାଇଛି । ଗତ ୨୦୨୦ରେ ସମଗ୍ର ଦେଶରେ ୧୫୫ଟି ସହରରେ ୩୮୬୨ଟି କେନ୍ଦ୍ରରେ ପରୀକ୍ଷା ହୋଇଥିବା ବେଳେ ଚଳିତ ବର୍ଷ ଏହି ସଂଖ୍ୟାକୁ ବୃଦ୍ଧି କରାଯିବ । ସମସ୍ତ ପରୀକ୍ଷାର୍ଥୀ ମାସ୍କ ପରିଧାନ କରି ପରୀକ୍ଷା କେନ୍ଦ୍ରରେ ପହଞ୍ଚିବେ । ପରୀକ୍ଷାର୍ଥୀମାନଙ୍କ ପ୍ରବେଶ ଓ ପ୍ରସ୍ଥାନ ସମୟରେ ସମୟରେ ଯେପରି ଭିଡ଼ ପରିଲକ୍ଷିତ ନହୁଏ, ସେଥିପାଇଁ ସମସ୍ତଙ୍କୁ ଟାଇମ୍ ସ୍ଲଟ୍ ପ୍ରଦାନ କରାଯିବ । କୋଭିଡ୍ ସଂକ୍ରମଣ ବଢ଼ୁଥିବାରୁ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ନିଟ୍ ପରୀକ୍ଷାକୁ ସ୍ଥଗିତ କରାଯାଇଥିଲା । ତେବେ ବର୍ତ୍ତମାନ ସ୍ଥିତିରେ ସାମାନ୍ୟ ଉନ୍ନତି ପରିଲକ୍ଷିତ ହେବାରୁ ପରୀକ୍ଷା କରିବାକୁ ମନ୍ତ୍ରଣାଳୟ ନିଷ୍ପତ୍ତି ନେଇଛି ।

Get real time updates directly on you device, subscribe now.