fbpx

NEET MDS କାଉନସେଲିଂର ଶିଡ୍ୟୁଲ ଜାରି ହେଲା: ଜୁଲାଇ ପହିଲାରୁ ଆରମ୍ଭ ହେବ ପଞ୍ଜିକରଣ

Advertisement

ନୂଆଦିଲ୍ଲୀ: ନ୍ୟାସନାଲ ଏଲିଜିବିଲିଟୀ କମ୍ ଏଣ୍ଟ୍ରାନ୍ସ ଟେଷ୍ଟ ଫର ମାଷ୍ଟର୍ସ ଅଫ୍ ଡେଣ୍ଟଲ ସର୍ଜରୀ (ନୀଟ ଏମଡିଏସ) କୋର୍ସ ପାଇଁ କାଉନସେଲିଂ ଖୁବଶୀଘ୍ର ଆରମ୍ଭ ହେବ । ନୀଟ ଏମଡିଏସ କାଉନସେଲିଂର ସମ୍ପୂର୍ଣ୍ଣ ଶିଡ୍ୟୁଲ ମେଡିକାଲ କାଉନସିଲ କମିଟି ପକ୍ଷରୁ ଜାରି କରାଯାଇଛି । ଯେଉଁ ପ୍ରାର୍ଥୀମାନେ ପରୀକ୍ଷାରେ ପାସ୍ କରିସାରିଛନ୍ତି ସେମାନେ କାଉନସେଲିଂ ପାଇଁ ୱେବସାଇଟ୍ ପରିଦର୍ଶନ କରି ପଞ୍ଜିକରଣ କରିପାରିବେ । ଆସନ୍ତା ମାସ ୧ ତାରିଖରୁ ଏହି ପଞ୍ଜିକରଣ ପ୍ରକ୍ରିୟା ଆରମ୍ଭ ହୋଇ ୭ ତାରିଖ ପର୍ଯ୍ୟନ୍ତ ଚାଲିବ ।

ନୀଟ ଏମଡିଏସ କାଉନସିଲ ପାଇଁ ଜୁଲାଇ ୧ରୁ ୭ ମଧ୍ୟରେ ରେଜିଷ୍ଟ୍ରେସନ କରାଯିବ । ସେହିପରି ପେମେଣ୍ଟ ଜମା କରିବା ପାଇଁ ଜୁଲାଇ ୭ ଅନ୍ତିମ ତାରିଖ ରହିଛି । ଏହାପରେ ସେହିଦିନ ଦ୍ୱିପ୍ରହର ୩ଟା ସୁଦ୍ଧା ପ୍ରାର୍ଥୀଙ୍କୁ ଫିସ୍ ଜମା କରିବାକୁ ପଡ଼ିବ । ପରବର୍ତ୍ତୀ ଷ୍ଟେପରେ ଚଏସ ଫିଲିଂ ଓ ଲକିଂ ସୁବିଧା ପ୍ରଧାନ କରାଯିବ । ଏହି ସୁବିଧା ଜୁଲାଇ ୨ରୁ ୭ ତାରିଖ ମଧ୍ୟରେ ମିଳିବ । ଜୁଲାଇ ୭ ତାରିଖ ଦ୍ୱିପ୍ରହର ୧୨ଟା ପୂର୍ବରୁ ଲିଙ୍କ ବନ୍ଦ ହୋଇଯିବ । ଜୁଲାଇ ୮ ଓ ୯ରେ ସିଟ୍ ଆଲଟମେଣ୍ଟ କରାଯିବ ଓ ୧୦ରେ ଫଳାଫଳ ପ୍ରକାଶ ପାଇବ । ଫଳାଫଳ ପ୍ରକାଶ ପାଇବା ପରେ ୧୧ରୁ ୧୭ ପର୍ଯ୍ୟନ୍ତ ଦିଆଯାଇଥିବା କଲେଜରେ ରିପୋର୍ଟିଂ କରିବାକୁ ପଡ଼ିବ । ୧୮ ଓ ୧୯ରେ ପ୍ରାର୍ଥୀଙ୍କର ଭେରିଫିକେସନ ହେବ ।

Get real time updates directly on you device, subscribe now.