fbpx

NEET ପେପର ଲିକରେ ଗୁଜରାଟ-ବିହାର ପରେ ଏବେ ମହାରାଷ୍ଟ୍ର ସହ ଲିଙ୍କ, ହେପାଜତରେ ଗଲେ ୨ ଶିକ୍ଷକ

Advertisement

ନୂଆଦିଲ୍ଲୀ: ନୀଟ ପେପର ଲିକ ମାମଲାରେ ଏପର୍ଯ୍ୟନ୍ତ ବିହାର ଏବଂ ଗୁଜରାଟ କନେକ୍ସନ ଥିବା ନେଇ ଦାବି କରାଯାଉଥିଲା, କାରଣ ଏହି ଦୁଇଟି ରାଜ୍ୟରୁ ବହୁତ ଗୁଡିଏ ଲୋକଙ୍କୁ ହେପାଜତରେ ନିଆଯାଇଛି । ବର୍ତ୍ତମାନ ନୀଟ ଦୁର୍ନୀତିରେ ମହାରାଷ୍ଟ୍ରର ମଧ୍ୟ ଲିଙ୍କ ଥିବା ଘଟଣା ସାମ୍ନାକୁ ଆସିଛି । ପେପର ଲିକ ମାମଲାରେ ନାଣ୍ଡେଡ ଏଟିଏସ ଦୁଇ ଜଣ ଶିକ୍ଷକଙ୍କୁ ମହାରାଷ୍ଟ୍ରର ଲାତୁରରୁ ହେପାଜତରେ ନେଇଛନ୍ତି । ହେପାଜତରେ ନିଆଯାଇଥିବା ଦୁଇ ଶିକ୍ଷକଙ୍କ ମଧ୍ୟରୁ ଜଣେ ଲାତୁରର ହୋଇଥିବା ବେଳେ ଅନ୍ୟଜଣେ ସୋଲାପୁରର ବୋଲି କୁହାଯାଉଛି ।

ଏହି ଦୁଇ ଜଣ ଜିଲ୍ଲା ପରିଷଦ ସ୍କୁଲରେ ଶିକ୍ଷକ ଅଟନ୍ତି । ନାଣ୍ଡେଡ ଏଟିଏସର ଟିମ ଲାତୁର ଜିଲ୍ଲାର ଦୁଇଟି ସ୍ଥାନରେ ଚଢଉ କରିଛନ୍ତି । ଯାହାପରେ ଜିଲ୍ଲା ପରିଷଦର ଦୁଇ ଶିକ୍ଷକଙ୍କୁ ହେପାଜତରେ ନିଆଯାଇଛି । ହେପାଜତରେ ନିଆଯାଇଥିବା ଶିକ୍ଷକଙ୍କ ନାମ ସଞ୍ଜୟ ତୁକାରାମ ଯାଦବ ଏବଂ ଜଲୀଲ ଉମରଖା ପଠାନ ଅଟନ୍ତି । ଏଟିଏସକୁ ସନ୍ଦେହ ରହିଛି ଯେ, ନୀଟ ପେପର ଲିକ ମାମଲାରେ ଦୁଇ ଶିକ୍ଷକଙ୍କ ସଂପୃକ୍ତି ରହିଛି । ନୀଟ ପେପେର ଲିକ ମାମଲାର ତଦନ୍ତରେ ସିବିଆଇ ନିୟୋଜିତ ରହିଛି ।

Get real time updates directly on you device, subscribe now.