fbpx

NBEMS ପକ୍ଷରୁ ଜାରି ହେଲା ବିଜ୍ଞପ୍ତି: NEET PG 2024 ପରୀକ୍ଷା ତାରିଖ ବଦଳିଲା, ପରୀକ୍ଷା କେନ୍ଦ୍ର ବଦଳିବ କି?

ନୂଆଦିଲ୍ଲୀ: ମେଡିକାଲ ଛାତ୍ରଛାତ୍ରୀଙ୍କ ପାଇଁ ଆସିଛି ଏକ ବଡ଼ ଖବର । ଜାତୀୟ ଯୋଗ୍ୟତା କମ୍ ପ୍ରବେଶିକା ପରୀକ୍ଷା (ନିଟ) ପିଜି ୨୦୨୪ ପରୀକ୍ଷା ତାରିଖ ପରିବର୍ତ୍ତନ କରଯାଇଛି । ଆସନ୍ତା ମାର୍ଚ୍ଚ ମାସ ୩ ତାରିଖରେ ନିଟ୍ ପିଜି ୨୦୨୪ ପରୀକ୍ଷା ହେବା ନେଇ ପୂର୍ବରୁ ରାଷ୍ଟ୍ରୀୟ ଚିକିତ୍ସା ଆୟୋଗ (ଏନଏମସି) ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଥିଲା । ତେବେ ଏବେ ଉକ୍ତ ତାରିଖ ପୁନଃନିର୍ଦ୍ଧାରିତ କରାଯାଇଛି ।

ସୂଚନା ମୁତାବକ, ଆସନ୍ତା ଜୁଲାଇ ମାସ ୭ ତାରିଖରେ ନିଟ୍ ପିଜି ୨୦୨୪ ପରୀକ୍ଷା ଆୟୋଜିତ ହେବ । ପୂର୍ବରୁ ସ୍ଥିରୀକୃତ ହୋଇଥିବା ପରୀକ୍ଷା କେନ୍ଦ୍ରମାନଙ୍କରେ ଏହି ପରୀକ୍ଷା ଅନୁଷ୍ଠିତ ହେବ । ଏନେଇ ଚିକିତ୍ସା ବିଜ୍ଞାନରେ ଜାତୀୟ ପରୀକ୍ଷା ବୋର୍ଡ (ଏନବିଇଏମଏସ) ପକ୍ଷରୁ ଘୋଷଣା କରାଯାଇଛି । ଇଣ୍ଟର୍ଣ୍ଣଶିପ୍ ସମାପ୍ତ ପାଇଁ ନିଟ୍ ପିଜି ୨୦୨୪ କଟ-ଅଫ୍ ତାରିଖ ଆସନ୍ତା ଅଗଷ୍ଟ ମାସ ୧୫ ତାରିଖ ରହିଛି । ନିଟ ପିଜି ୨୦୨୪ ପରୀକ୍ଷା ତାରିଖ, ନିଟ ପିଜି ରେଜିଷ୍ଟ୍ରେସନ ତାରିଖ, ନିଟ ପିଜି ୨୦୨୪ ସ୍ଥଗିତ, ନିଟ ପିଜି ଆଡମିଶନ ଫର୍ମ ଓ ଅନ୍ୟ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ପାଇଁ ଛାତ୍ରଛାତ୍ରୀମାନେ ଅଫିସିଆଲ ୱେବସାଇଟ୍ natboard.edu.inକୁ ଯାଇ ଚେକ୍ କରିପାରିବେ ।

ସୂଚନାଯୋଗ୍ୟ ଯେ, ପ୍ରତିବର୍ଷ ମେଡିକାଲ ପାଠ୍ୟକ୍ରମରେ ଆଡମିଶନ ନେବା ପାଇଁ ନ୍ୟାସନାଲ ଟେଷ୍ଟିଙ୍ଗ ଏଜେନ୍ସି (ଏନଟିଏ) ଦ୍ୱାରା ନିଟ୍ ପରୀକ୍ଷା ଆୟୋଜିତ କରାଯାଇଥାଏ । ଚଳିତ ବର୍ଷ ନିଟ୍ ପିଜି କାଉନସେଲିଂ ଅନଲାଇନ୍ ମୋଡ଼ରେ କରାଯିବ । ଆସନ୍ତା ଅଗଷ୍ଟ ମାସରେ ଏହି କାଉନସେଲିଂ ପ୍ରକ୍ରିୟା ଆରମ୍ଭ ହେବାର ସମ୍ଭାବନା ରହିଛି । ସବୁଠାରୁ ବଡ଼କଥା ହେଉଛି, ଏଥର କାଉନସେଲିଂ ପାଇଁ କୌଣସି ପ୍ରାର୍ଥୀଙ୍କୁ ଅଫଲାଇନରେ ଉପସ୍ଥିତ ହେବାକୁ ପଡ଼ିବ ନାହିଁ ।

Get real time updates directly on you device, subscribe now.