fbpx

NEET PG ୨୦୨୪ ପରୀକ୍ଷା ଫିସ୍ ହ୍ରାସ ଘୋଷଣା

ନୂଆଦିଲ୍ଲୀ: ନିଟ୍ ଆଶାୟୀଙ୍କ ପାଇଁ ନିଟ୍ ପିଜି ପରୀକ୍ଷା ଫିସ୍ ହ୍ରାସ କରାଯାଇଛି । ଚିକିତ୍ସା ବିଜ୍ଞାନରେ ଜାତୀୟ ବୋର୍ଡ ପରୀକ୍ଷା (ଏନବିଇଏମଏସ) ପକ୍ଷରୁ ଏନେଇ ଏକ ଘୋଷଣା କରାଯାଇଛି । ଏହା ଫଳରେ ଏହି ପରୀକ୍ଷା ଦେବାକୁ ଥିବା ଲକ୍ଷାଧିକ ପ୍ରାର୍ଥୀ ଉପକୃତ ହୋଇପାରିବେ । ପରୀକ୍ଷା ଫିସ୍ ୭୫୦ ଟଙ୍କା ହ୍ରାସ କରାଯାଇଛି । ଚଳିତ ବର୍ଷ ଜାନୁଆରୀ ୧ ତାରିଖରୁ ଆଗାମୀ ପରୀକ୍ଷା ପାଇଁ ଆବେଦନ ପତ୍ର ଜମା କରିବାକୁ ଥିବା ପ୍ରତ୍ୟେକ ପ୍ରାର୍ଥୀଙ୍କୁ କମ୍ ଶୁଳ୍କ ପ୍ରଦାନ କରିବାକୁ ପଡ଼ିବ ।

ଗତ ୨୦୧୩ରେ ସାଧାରଣ ବର୍ଗଙ୍କ ପାଇଁ ଆବେଦନ ଫିସ୍ ୩,୭୫୦ ଟଙ୍କା ରହିଥିବା ବେଳେ ୨୦୨୧ରେ ତାହା ୪,୨୫୦ ଟଙ୍କାକୁ ବୃଦ୍ଧି କରାଯାଇଥିଲା । ଏବେ ଉକ୍ତ ଫିସକୁ ଚଳିତ ବର୍ଷ ଜାନୁଆରୀ ପହିଲା ଠାରୁ ୩,୫୦୦ ଟଙ୍କା କରାଯାଇଛି । ୨୦୧୩ରେ ଅନୁସୂଚିତ ଜାତି (ଏସସି), ଅନୁସୂଚିତ ଜନଜାତି (ଏସଟି) ଓ ପିଡବ୍ଲ୍ୟୁଡି ପ୍ରାର୍ଥୀଙ୍କ ପାଇଁ ଆବେଦନ ଶୁଳ୍କ ୨,୭୫୦ ଟଙ୍କା ରହିଥିବା ବେଳେ ୨୦୨୧ରେ ତାହା ୩,୨୫୦କୁ ବୃଦ୍ଧି ପାଇଥିଲା । ଏବେ ଉକ୍ତ ଫିସ୍ ୨,୫୦୦ ଟଙ୍କା କରାଯାଇଛି ।

ଏନଇଇଟି ପିଜି ପରୀକ୍ଷା ଆବେଦନ ପତ୍ର ଜମା କରିବା ପାଇଁ କେବଳ ଶୁଳ୍କ ଜମା କରିବା ପାଇଁ ପ୍ରାର୍ଥୀଙ୍କୁ ପରାମର୍ଶ ଦିଆଯାଇଛି । ନିଟ-ପିଜି ଏକ ଯୋଗ୍ୟତା ତଥା ରାଙ୍କିଙ୍ଗ ପରୀକ୍ଷା ହୋଇଥିବା ବେଳ ରାଷ୍ଟ୍ରୀୟ ଚିକିତ୍ସା ଆୟୋଗ ଅଧିନିୟମ, ୨୦୧୯ ଅନୁସାରେ ବିଭିନ୍ନ ଏମଡି / ଏମଏସ ଓ ପିଜି ଡିପ୍ଲୋମା ପାଠ୍ୟକ୍ରମରେ ପ୍ରବେଶ ପରୀକ୍ଷା ଭାବେ ନିର୍ଦ୍ଧାରିତ ହୋଇଛି । ଏନବିଇଏମଏସ ଦ୍ୱାରା ଆସନ୍ତା ଜୁଲାଇ ମାସ ୭ ତାରିଖରେ ନିଟ୍ ପିଜି ପରୀକ୍ଷା ଆୟୋଜିତ ହେବ । ପେନ-ଆଣ୍ଡ-ପେପର ମୋଡ଼ରେ ଏହି ପରୀକ୍ଷା ଆୟୋଜିତ ହେବ ଓ ଏହା ୩ ଘଣ୍ଟା ୨୦ ମିନିଟ୍ ପର୍ଯ୍ୟନ୍ତ ଜାରି ରହିବ ।

Get real time updates directly on you device, subscribe now.