fbpx

NEET –UG ପେପର ଲିକ୍ ମାମଲା: ଝାଡ଼ଖଣ୍ଡରୁ ପ୍ରମୁଖ ଷଡ଼ଯନ୍ତ୍ରକାରୀକୁ ଗିରଫ କଲା CBI

Advertisement

ନୂଆଦିଲ୍ଲୀ: ବୁଧବାର ସେଣ୍ଟ୍ରାଲ ବୁ୍ୟରୋ ଅଫ୍ ଇନଭେଷ୍ଟିଗେସନ୍(CBI)  NEET –UG ପେପର ଲିକ୍ ମାମଲାରେ ପ୍ରମୁଖ ଷଡ଼ଯନ୍ତ୍ରକାରୀ ଅମନ ସିଂହକୁ ଧନବାଦ, ଝାଡ଼ଖଣ୍ଡରୁ ଗିରଫ କରିଛି । ଏହି ମାମଲାରେ ଏହା ହେଉଛି ୭ମ ଗିରଫ ।

ଏହା ପୂର୍ବରୁ ସିବିଆଇ ରବିବାର ଗୁଜରାଟ ପଞ୍ଚମହଲ ଜିଲ୍ଲା ସ୍ଥିତ ଗୋଧରା ଅଞ୍ଚଳରେ ଥିବା ଏକ ଘରୋଇ ସ୍କୁଲ ମାଲିକଙ୍କୁ ଗିରଫ କରିଥିଲା । ଏହା ଥିଲା ସିବିଆଇର ୬ଷଷ୍ଠ ଗିରଫ । ଅଭିଯୁକ୍ତ ଜଣଙ୍କ ହେଉଛନ୍ତି ଦିକ୍ଷିତ ପଟେଲ, ଜୟ ଜଳରାମ ସ୍କୁଲ(ଉକ୍ତ ଘରୋଇ ସ୍କୁଲ)ର ମାଲିକ । ପରୀକ୍ଷାରେ ପ୍ରାର୍ଥୀଙ୍କ ସ୍କୋର ଭଲ କରିବା ପ୍ରତିଶ୍ରୁତି ଦେଇ ତାଙ୍କ ଠାରୁ ୫ ଲକ୍ଷରୁ ୧୦ ଲକ୍ଷ ଟଙ୍କା ଦାବି କରିଥିବା ଦିକ୍ଷିତ ପଟେଲଙ୍କ ନାଁରେ ଅଭିଯୋଗ ହୋଇଛି । କୌଣସି ପ୍ରଶ୍ନର ଉତ୍ତର ଜଣାନଥିଲେ ପ୍ରଶ୍ନ ଆଟେମ୍ପ୍ଟ ନ କରିବାକୁ ଦିକ୍ଷିତ ପଟେଲ ପ୍ରାର୍ଥୀଙ୍କୁ କହିଥିବା ଗୁଜରାଟ ପୋଲିସ ଅଭିଯୋଗ କରିଥିଲା । ତେବେ ପରୀକ୍ଷା ଶେଷ ହେବା ପରେ ଅଭିଯୁକ୍ତ ଜଣଙ୍କ ପ୍ରାୟ ୨୭ ପ୍ରାର୍ଥୀଙ୍କ ଉତ୍ତର ସିଟ୍ ପୁରଣ କରିବା ପାଇଁ ଯୋଜନା କରିଥିଲେ । ଏଥିପାଇଁ ପ୍ରାର୍ଥୀଙ୍କ ଠାରୁ ସେ ୧୦ ଲକ୍ଷ ଟଙ୍କା ଦାବି କରିଥିଲେ । କୌଣସି ପ୍ରଶ୍ନର ଉତ୍ତର ଜଣାନଥିଲେ ପ୍ରଶ୍ନ ଆଟେମ୍ପ୍ଟ ନ କରିବାକୁ ଦିକ୍ଷିତ ପଟେଲ ପ୍ରାର୍ଥୀଙ୍କୁ କହିଥିବା ଗୁଜରାଟ ପୋଲିସ ଅଭିଯୋଗ କରିଥିଲା । ତେବେ ପରୀକ୍ଷା ଶେଷ ହେବା ପରେ ଅଭିଯୁକ୍ତ ଜଣଙ୍କ ପ୍ରାୟ ୨୭ ପ୍ରାର୍ଥୀଙ୍କ ଉତ୍ତର ସିଟ୍ ପୁରଣ କରିବା ପାଇଁ ଯୋଜନା କରିଥିଲେ । ଏଥିପାଇଁ ପ୍ରାର୍ଥୀଙ୍କ ଠାରୁ ସେ ୧୦ ଲକ୍ଷ ଟଙ୍କା ଦାବି କରିଥିଲେ । ଜୁନ ୨୯ରେ CBI ଏହି ମାମଲାରେ ହାଜିରାବାଗ ସ୍ଥିତ ହିନ୍ଦୀ ମିଡିଆ ସଂସ୍ଥାର ଜଣେ ମାର୍କେଟିଂ ପ୍ରଫେସନାଲ ଜମାଲୁଦ୍ଦିନ୍ ଅନସାରୀଙ୍କୁ ଗିରଫ କରିଥିଲା । ଏହା ପୂର୍ବରୁ CBI ଓଏସିସ୍ ସ୍କୁଲର ପ୍ରଧାନଶିକ୍ଷକ ଏହସାନୁଲ ହକ୍ ଏବଂ ଉପାଧ୍ୟକ୍ଷ ଇମତିଆଜ୍ ଆଲମଙ୍କୁ ଗିରଫ କରିଥିଲା । NEET –UG 2024 ପାଇଁ NTA ଏହସାନୁଲ ହକଙ୍କୁ ସହର ସଂଯୋଜକ ଭାବେ ନିଯୁକ୍ତ କରିଥିଲା । ରାଜ୍ୟସଭାରେ ମୋସନ୍ ଅଫ୍ ଥାଙ୍କ୍ସର ଉତ୍ତରରେ ପ୍ରଧାନମନ୍ତ୍ରୀ କହିଥିଲେ ଏହି ପେପର ଲିକ୍ ମାମଲାକୁ ନେଇ ରାଷ୍ଟ୍ରପତି ନିଜ ଅଭିଭାଷଣରେ ଉଲ୍ଲେଖ କରିଛନ୍ତି, ‘ମୁଁ ଆଶା କରୁଛି ସାରା ଗୃହ ରାଜନୀତି ଠାରୁ ଉପରକୁ ଉଠି ଏହି ପ୍ରସଙ୍ଗ ଉପରେ ଆଲୋଚନା କରନ୍ତୁ । ଦୁର୍ଭାଗ୍ୟବଶତଃ ଏହା ରାଜନୀତିକରଣ ହୋଇଛି ଯାହା ଦେଶର ଭବିଷ୍ୟତ ପାଇଁ ଚିନ୍ତାର ବିଷୟ ଅଟେ ।’

ସୂଚନାରୁ ପ୍ରକାଶ ଗତ ମେ ୫ ତାରିଖରେ ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି(NTA) ଆୟୋଜିତ କରିଥିବା NEET –UG ପରୀକ୍ଷାରେ ଅନିୟମିତତାକୁ ନେଇ ବିଭିନ୍ନ ସମାଲୋଚନାର ସମ୍ମୁଖୀନ ହୋଇଛି । ଏନେଇ ସାରା ଦେଶରେ ବିରୋଧ ପ୍ରଦର୍ଶନ କରାଯାଇଥିଲା ଏବଂ ବିଭିନ୍ନ ରାଜନୈତିକ ଦଳ NTAକୁ ବିଲୋପ କରିବାକୁ ଦାବି କରିଥିଲେ । ଅପରପକ୍ଷରେ ଅନିୟମିତତା ପାଇଁ ଦାୟୀ ଥିବା ଲୋକଙ୍କ ବିରୋଧରେ ପ୍ରଧାନମନ୍ତ୍ରୀ ମୋଦୀ କଠୋର କାର୍ଯ୍ୟାନୁଷ୍ଠାନ ନିଶ୍ଚିତ କରିଛନ୍ତି ।

 

Get real time updates directly on you device, subscribe now.