fbpx

ରବିବାର ଦିନ ୧୪ ଘଣ୍ଟା ପାଇଁ କାମ କରିବନି ଏନ୍‌ଇଏଫ୍‌ଟି ସେବା, ଆଜି ରାତି ୧୨ଟା ପୂର୍ବରୁ ସାରିଦିଅନ୍ତୁ ସମସ୍ତ ଜରୁରୀ କାମ

୨୩ରେ ୧୪ ଘଣ୍ଟା ଚାଲିବନି ଏନ୍‌ଇଏଫ୍‌ଟି, ଶୀଘ୍ର ସାରିଦିଅନ୍ତୁ କାମ

ନୂଆଦିଲ୍ଲୀ,୨୨/୦୫: ରବିବାର ଅର୍ଥାତ ୨୩ ତାରିଖରେ ୧୪ ଘଣ୍ଟା ପାଇଁ ନ୍ୟାସ୍‌ନାଲ ଇଲେକ୍ଟ୍ରୋନିକ୍‌ ଫଣ୍ଡ ଟ୍ରାନ୍ସଫର(ଏନ୍‌ଇଏଫ୍‌ଟି) ସେବା ଉପଲବ୍ଧ ହେବ ନାହିଁ । ଟେକ୍ନିକାଲ ଅପ୍‌ଗ୍ରେଡେସନ୍‌ କାର୍ଯ୍ୟ ଯୋଗୁ ଏହି ଅସୁବିଧା ଦେଖା ଦେବ ବୋଲି ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ) ପକ୍ଷରୁ ସୂଚନା ଦିଆଯାଇଛି ।

ଏନ୍‌ଇଏଫ୍‌ଟିର ପ୍ରଦର୍ଶନକୁ ବଢ଼ାଇବା ପାଇଁ ଏକ ପ୍ରଯୁକ୍ତିଗତ ଅପ୍‌ଗ୍ରେଡେସନ୍‌ ଅଣାଯିବ । ମେ’ ୨୨ର କାରବାର ଶେଷ ହେବା ପରେ ଏହା କରାଯିବ । ଏହି କାରଣରୁ, ମେ ୨୨ ତାରିଖ ଶେଷ ହେବା ପରେ ଅର୍ଥାତ୍ ରାତି ୧୨ଟାରୁ ନେଇ ମେ ୨୩ ଅପରାହ୍ନ ୨ଟା ପର୍ଯ୍ୟନ୍ତ ଏହି ସୁବିଧା ଉପଲବ୍ଧ ହେବ ନାହିଁ । ଏନ୍‌ଇଏଫ୍‌ଟି  ସେବାର କାର୍ଯ୍ୟଦକ୍ଷତା ଏବଂ ନିୟନ୍ତ୍ରଣରେ ଉନ୍ନତି ଆଣିବା ପାଇଁ ଏହା କରାଯାଉଛି ।  ତେଣୁ ମେ’ ୨୩ ଅର୍ଥାତ୍‌ ରବିବାର ୧୪ ଘଣ୍ଟା ପାଇଁ ଏନ୍‌ଇଏଫ୍‌ଟି ସେବା ଉପଲବ୍ଧ ହେବ ନାହିଁ ବୋଲି ଆର୍‌ବିଆଇ ପ୍ରକାଶ କରିଛି ।

ଅନ୍ୟପକ୍ଷରେ, ଉକ୍ତ ଦିନ ଆର୍‌ଟିଜିଏସ୍‌ ସେବା ପୂର୍ବଭଳି ଜାରି ରହିବ ବୋଲି କେନ୍ଦ୍ରୀୟ ବ୍ୟାଙ୍କ ସୂଚନା ଦେଇଛି ।

Get real time updates directly on you device, subscribe now.