ଦା’ ରେ କାଟି ପଡ଼ୋଶୀଙ୍କୁ ବିଭତ୍ସ ହତ୍ୟା, ଗାଁ ଦାଣ୍ଡରେ ପଡ଼ିଛି ଯୁବକଙ୍କ ମୃତଦେହ
ରାସ୍ତାରେ ପଡ଼ିଛି ଯୁବକଙ୍କ ରକ୍ତଭିଜା ମୃତଦେହ।
ବଣାଇ: ବିଭତ୍ସ ହତ୍ୟାକାଣ୍ଡ। ଗାଁ ଦାଣ୍ଡରେ ପଡିଛି ଯୁବକଙ୍କ ରକ୍ତ ଭିଜା ମୃତଦେହ। ସାଧାରଣ ବଚସାରୁ ହତ୍ୟାକାଣ୍ଡ। ଦା’ ରେ କାଟି ଯୁବକଙ୍କୁ ହତ୍ୟା। ଅତି ନିର୍ମମ ଭାବେ ଯୁବକଙ୍କ ବେକକୁ କାଟି ଦେଇଛି ଦୁର୍ବୃତ୍ତ।
ହଁ ସକାଳୁ ସକାଳୁ ଏପରି ଏକ ଲୋମହର୍ଷଣକାରୀ ହତ୍ୟାକାଣ୍ଡ ଘଟଣା ସାମ୍ନାକୁ ଆସିଛି। ଘଟଣା ଘଟିଛି ବଣାଇର ମହୁଲପଦା ଥାନା ସାନଝର ଗାଁରେ। ସାଧାରଣ ବଚସାରୁ ଘଟିଛି ବଡ଼ ଅଘଟଣ। ପଡ଼ୋଶୀଙ୍କୁ ଦା’ରେ କାଟି ହତ୍ୟା କରିଛି ପଡ଼ୋଶୀ।
ହତ୍ୟାକାଣ୍ଡ ପରେ ଗାଁ ଦାଣ୍ଡରେ ପଡିଛି ଯୁବକଙ୍କ ମୃତଦେହ। ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଛି ମହୁଲପଦା ଥାନା ପୋଲିସ। ମୃତଦେହକୁ ଜବତ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି। ଏହାସହ ଅଭିଯୁକ୍ତକୁ ମଧ୍ୟ ଅଟକ ରଖିଛି।