Breaking: ଶୈକ୍ଷିକ ଢାଞ୍ଚାରେ ହେବ ପରିବର୍ତ୍ତନ, ଲାଗୁ ହେବ ଜାତୀୟ ଶିକ୍ଷା ନୀତି

ଭୁବନେଶ୍ବର: ଜାତୀୟ ଶିକ୍ଷା ନୀତି (NEP)- ୨୦୨୦ ଲାଗୁ ପାଇଁ ଜାରି ହେଲା ବିଜ୍ଞପ୍ତି । ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ଏହି ନିଷ୍ପତ୍ତି ନିଆଯାଇଥିବା ବେଳେ ଗଣଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଆଞ୍ଚଳିକ ବିଷୟବସ୍ତୁକୁ ବିଚାରକୁ ନେଇ କରିକୁଲମ୍‌ ପ୍ରସ୍ତୁତି ନିଷ୍ପତ୍ତି ନେଇଛନ୍ତି ସରକାର ।

ତେବେ ଏହା ଲାଗୁ କରାଯିବ କି ନାହିଁ ସେନେଇ ଛାତ୍ରଛାତ୍ରୀ ଏବଂ ଶିକ୍ଷକଙ୍କ ମଧ୍ୟରେ ଦ୍ବନ୍ଦ ଦେଖାଯାଇଥିବା ବେଳେ ବର୍ତ୍ତମାନ ଏନେଇ ବାଟ ଫିଟିଯାଇଛି । ଏଥିରେ ଉଲ୍ଲେଖ ରହିଛି ଯେ, ରାଜ୍ୟ ସରକାର ଏହି ନୀତିକୁ ଆପଣାଇବେ ।

ପ୍ରଥମରୁ ଦ୍ବାଦଶ ଶ୍ରେଣୀ ଗଣଶିକ୍ଷା ବିଭାଗରେ ଆସୁଥିବା ବେଳେ ଏହାକୁ ଲାଗୁ କରିବେ ରାଜ୍ୟ ସରକାର । ଆଞ୍ଚଳିକ ବିଷୟବସ୍ତୁ ଥିବା ପାଠ ପଢାଯିବ ଏବଂ ସେନେଇ ପାଠ୍ୟ ଖସଡା ପ୍ରସ୍ତୁତ କରାଯିବ ।

ମହାପୁରୁଷଙ୍କ ଜୀବନୀ, ରାଜ୍ୟର ଐତିହ୍ୟ ସଂସ୍କୃତି ବିଷୟରେ ଜ୍ଞାନ ଆରୋହଣ କରିପାରିବେ । ସମସ୍ତ ବିଷୟକୁ ନେଇ ରାଜ୍ୟ ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି ।