fbpx

ନେପାଳ ବସ୍ ଦୁର୍ଘଟଣା: ବିମାନ ଯୋଗେ ନାସିକ୍ ନିଆଯିବ ତୀର୍ଥଯାତ୍ରୀଙ୍କ ପାର୍ଥିବ ଶରୀର

ନୂଆଦିଲ୍ଲୀ: ନେପାଳ ବସ୍ ଦୁର୍ଘଟଣାରେ ପ୍ରାଣ ହରାଇଥିବା ମହାରାଷ୍ଟ୍ରର ତୀର୍ଥଯାତ୍ରୀଙ୍କ ପାର୍ଥିବ ଶରୀରକୁ ଭାରତୀୟ ବାୟୁସେନାର ଏକ ବିମାନ ଯୋଗେ ନାସିକ୍ ନିଆଯିବ । ଶୁକ୍ରବାର ଦିନ ଏକ ଭାରତୀୟ ନମ୍ବର ପ୍ଲେଟ୍ ଥିବା ଏକ ବସ୍ ନେପାଳର ମାର୍ଶୟାଙ୍ଗଡି ନଦୀକୁ ଖସି ପଡ଼ିଥିଲା । ବସରେ ୪୦ ଜଣ ଯାତ୍ରୀ ଥିବା ବେଳେ ସେମାନଙ୍କ ମଧ୍ୟରୁ ୨୭ ଜଣଙ୍କର ମୃତ୍ୟୁ ଘଟିଛି ।

ବସ୍ରେ ଥିବା ସମସ୍ତ ୪୦ ଜଣ ଯାତ୍ରୀ ମହାରାଷ୍ଟ୍ରର ଏବଂ ଉତ୍ତରପ୍ରଦେଶରୁ ବସ୍ ଯୋଗେ ନେପାଳରେ ପ୍ରବେଶ କରିଥିଲେ। ବସ୍ଟି ପୋଖରାରୁ କାଠମାଣ୍ଡୁ ଅଭିମୁଖେ ଯାଉଥିଲା । ରାଜଧାନୀ କାଠମାଣ୍ଡୁଠାରୁ ୧୧୮ କିଲୋମିଟର ଦୂର ନେପାଳର ତାନାହୁନ ଜିଲ୍ଲାରେ ଏହି ଦୁର୍ଘଟଣା ଘଟିଥିଲା । ବସ୍ ଟି ରାସ୍ତାରୁ ପ୍ରାୟ ୩୦୦ ମିଟର ତଳକୁ ଖସି ପଡ଼ିଥିଲା ।

Get real time updates directly on you device, subscribe now.