fbpx
BSKY SKY
BSKY SKY

ଶ୍ରୀଲଙ୍କା ପରେ ଭାରତର ଆଉ ଏକ ପଡେଶୀ ଦେଶରେ ଆର୍ଥିକ ସଙ୍କଟ, ୧୬.୨% ହ୍ରାସ ପାଇଲା ଜାତୀୟ ଆୟ

BSKY

କାଠମାଣ୍ଡୁ: ପଡ଼ୋଶୀ ଶ୍ରୀଲଙ୍କାରେ ଆର୍ଥିକ ସଙ୍କଟ ଦେଖାଦେବାପରେ ରାଜନୈତିକ ହଟଚମଟ ଦେଖାଦେଇଥିଲା । ନାଗରିକମାନେ ରାଜରାସ୍ତାକୁ ଓହ୍ଲାଇ ଆସିବା ଫଳରେ ଜରୁରୀକାଳିନ ପରିସ୍ଥିତି ବି ଦେଖାଦେଇଥିଲା । ଶେଷରେ ଶ୍ରାଲଙ୍କା ସରକାର ନିଜକୁ ଦେବାଳିଆ ଘୋଷଣା କରିଛନ୍ତି । ସେହିପରି ପଡ଼ୋଶୀ ନେପାଳରେ ମଧ୍ୟ ସମାନ ଅବସ୍ଥା ଦେଖାଦେଲାଣି । ଆର୍ଥିକ ସଙ୍କଟ ଧିରେ ଧିରେ ଉଗ୍ର ରୂ ନେଲାଣି । ଦେଶର ବୃହତ ଆମଦାନୀ ଅର୍ଥକୁ ନେଇ ନେପାଳ ଏବେ ମୁଣ୍ଡରେ ହାତ ଦେଲାଣି । ୨୦୧୭-୧୮ଆର୍ଥିକ ବର୍ଷରେ ପ୍ରଥମ ଥର ପାଇଁ ନେପାଳର ଆମଦାନୀ ଅର୍ଥ ଏକ ଟ୍ରିଲିୟନ ଅତିକ୍ରମ କରିଥିଲା । କିନ୍ତୁ ଚଳିତ ଆର୍ଥିକ ବର୍ଷରେ କେବଳ ପ୍ରଥମ ଛଅ ମାସରେ ନେପାଳକୁ ଆମଦାନୀ ଋଣ ସୁଝିବାକୁ ପଡ଼ିବ । ଅଧିକ ଉପଭୋକ୍ତା ସାମଗ୍ରୀର ଆମଦାନୀ ମଧ୍ୟ ବୃଦ୍ଧି ପାଇଛି । ଏହାର ଏକ ପ୍ରମୁଖ କାରଣ ହେଉଛି ଆମଦାନୀ କରାଯାଉଥିବା ଦ୍ରବ୍ୟ ଗୁଡ଼ିକ ଏବେ ଆଗ ଅପେକ୍ଷା ମହଙ୍ଗା ହୋଇଛି । ଆମଦାନୀ ବିଲ୍‌ ବୃଦ୍ଧି ହେବାର ଅନ୍ୟ ଏକ କାରଣ ହେଉଛି ଆମଦାନୀ ସାମଗ୍ରୀର ମୂଲ୍ୟରେ ପରିବର୍ତ୍ତନ ।

ଅର୍ଥନୀତିଜ୍ଞ ବିଶ୍ୱମ୍ଭର ପୁକୁରିଆଲ କାଠମାଣ୍ଡୁ ପୋଷ୍ଟ ଖବରକାଗଜକୁ କହିଛନ୍ତି, ପରିସ୍ଥିତି ଏବେ ଚିନ୍ତାଜନକଟ୍ଟ ଯଦି ଆମେ ଆମର ଜାତୀୟ ଆୟର ଏକ ଚତୁର୍ଥାଂଶ ଆମଦାନୀକୁ ମାତ୍ର ୬ ମାସ ଭିତରେ ଖର୍ଚ୍ଚ କରୁ, ତେବେ ଏହା ବ୍ୟବସାୟିକ କାର୍ଯ୍ୟକଳାପକୁ ବଢ଼ାଇପାରେ, କିନ୍ତୁ ଏହା ପରବର୍ତ୍ତି ସମୟରେ ଅର୍ଥନୈତିକ ଅଭିବୃଦ୍ଧିରେ ବାଧା ସୃଷ୍ଟି କରିବ । ବିଶେଷଜ୍ଞମାନେ କହିଛନ୍ତି ଯେ ନେପାଳରେ ଅଧିକ ଉପଭୋକ୍ତା ସାମଗ୍ରୀର ଆମଦାନୀ ବୃଦ୍ଧି ପାଇଛି । ବର୍ତ୍ତମାନ ଦେଶର ବାଣିଜ୍ୟରେ ୧.୧୬ ଟ୍ରିଲିୟନ ହ୍ରାସ ପାଇଛି । ଯାହାକି ଏବେ ନେପାଳ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଛି ।

Get real time updates directly on you device, subscribe now.