fbpx
BSKY
BJD YOUTH SKY
BJD MS SKY

ଅମର ହେବା ପାଇଁ ଆସୁଛି ମେଡିସିନ୍: ସେନା ଉପରେ ହେବ କ୍ଲିନିକାଲ ଟ୍ରାଏଲ୍

ନୂଆଦିଲ୍ଲୀ: ମହାଭାରତର ଚରିତ୍ର ଅଶ୍ୱତ୍ଥାମା । ଅମର ରହିବାର ବର ପାଇଥିବା ଅଶ୍ୱତ୍ଥାମା ନିଜ ବୟସ କମ କରିବାର ଶକ୍ତି ପାଇଥିଲେ । ସମାନ ଢଙ୍ଗରେ ଆମେରିକୀୟ ସେନା ମଧ୍ୟ ସେହିଭଳି କିଛି ସଫଳତା ହାସଲ କରିବାକୁ ଯାଉଛି । ଆମେରିକୀୟ ସେନା ବାହିନୀ ପକ୍ଷରୁ ଏକ ଔଷଧ ନିର୍ମାଣ କରାଯାଉଛି ଯାହାକୁ ଖାଇବା ଦ୍ୱାରା ଆପଣ ଆଉ ବୁଢା ହେବେ ନାହିଁ । ଏହି ଔଷଧର ବ୍ୟବହାର ଦ୍ୱାରା ସେନାର କର୍ମଚାରୀ ମାନେ ଆଉ ବୁଢା ହେବେ ନାହିଁ । ଆମେରିକୀୟ ସେନାର ସ୍ପେସାଲ ଅପରେସନ୍ କମାଣ୍ଡ (ସୋକୋମ) ପକ୍ଷରୁ ଏହି ଔଷଧ ପ୍ରସ୍ତୁତ କରାଯାଉଛି । ତେବେ ଏହି ଔଷଧର ଏଯାଏଁ ମାନବ ପରୀକ୍ଷଣ ହୋଇନାହିଁ ।

ଋିପୋର୍ଟ ଅନୁଯାୟୀ ଏହି ଔଷଧରେ ରହିଥିବା ବିଭିନ୍ନ ଉପାଦାନ ଦ୍ୱାରା ଶରୀରରେ ହେଉଥିବା ବାହ୍ୟ ପରିବର୍ତ୍ତନ ଏବଂ ସ୍ନାୟବିକ ଦୁର୍ବଳତା କମି ଯାଇଥାଏ । ଏହି ଔଷଧର ବ୍ୟବହାରରେ ଶରୀରର ସେଲ୍ ଗୁଡିକ ପୁନର୍ବାର ଜୀବନ୍ତ ହୋଇ ଉଠନ୍ତି । ବ୍ରେକିଙ୍ଗ ଡିଫେନ୍ସରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ ଏହି ଔଷଧର କ୍ଲିନିକାଲ ଟ୍ରାଏଲ ଖୁବଶୀଘ୍ର ଆରମ୍ଭ ହେବାକୁ ଯାଉଛି । ଯଦି ଏହାର କ୍ଲିନିକାଲ ଟ୍ରାଏଲ ସଫଳ ହୁଏ ତେବେ ସେନା ପାଇଁ ଏହା ଏକ ଚମକ୍ରାରୀ ଔଷଧ ହେବ । ଯବାନ ମାନଙ୍କକ ଆଘାତ ଶୀଘ୍ର ସୁସ୍ଥ ହେବା ସହିତ ସେମାନେ ଅଧିକ ଫୁର୍ତ୍ତି ମଧ୍ୟ ରହିବେ ।

ସୋକୋମର ନିଜ ପରୀକ୍ଷାଗାରରେ ଏହି ଔଷଧ ପ୍ରସ୍ତୁତ ହେଉଛି । ବାୟୋକେମ୍ ସହିତ ମିଳିତ ଭାବରେ ସୋକୋମ୍ ଏହି ଔଷଧ ପ୍ରସ୍ତୁତ କରୁଛି । ସୋକୋମର ମୁଖପାତ୍ର ଟିମ୍ ହକିଙ୍ଗସଙ୍କ ଅନୁଯାୟୀ, ଏହି ଔଷଧଟି ଶରୀରରେ ଉପସ୍ଥିତ ସେଲ ଗୁଡିକୁ ଏହା ବୁଢା ହେବାକୁ ଦେଇ ନଥାଏ । ତେବେ ଏହି ଔଷଧରେ ନୂତନ ସେଲ୍ ପ୍ରସ୍ତୁ୍ତ କରିବାର କ୍ଷମତା ନାହିଁ । ଏହି ଔଷଧ ବିକାଶ ହେଲେ ଏହା ଚିକିତ୍ସା ବିଜ୍ଞାନ ପାଇଁ ନିଶ୍ଚିତ ଭାବରେ ଚମକ୍ରାରିତା ବୋଲି କୁହାଯିବ ।

Get real time updates directly on you device, subscribe now.