fbpx
BSKY
BJD YOUTH SKY
BJD MS SKY

ନୟାଗଡ଼ରେ ଦଣ୍ଡ ଶୋଭାଯାତ୍ରା ବେଳେ ସଂଘର୍ଷ, ଜଣେ ମୃତ

ନୟାଗଡ଼(ଓଡ଼ିଶା ଭାସ୍କର): ଆଜି ପଣା ସଂକ୍ରାନ୍ତି ହୋଇଥିବା ବେଳେ ଏହି ଦିନକୁ ଓଡ଼ିଆ ନବବର୍ଷ ଭାବରେ ମଧ୍ୟ ପାଳନ କରାଯାଏ । ଏହାରି ମଧ୍ୟରେ ନୟାଗଡ଼ରେ ଘଟିଛି ଏକ ଅଭାବନୀୟ ଘଟଣା । ଦଣ୍ଡଯାତ୍ରା ବେଳେ ଗଣ୍ଡଗୋଳ ହେବା ଯୋଗୁଁ ଜଣଙ୍କର ମୃତ୍ୟୁ ହୋଇଛି ।

ସୂଚନା ଅନୁସାରେ, ଟାଉନ ଥାନା ଅଧୀନ ଦୂର୍ଗାପ୍ରସାଦ ଓ ଦେଉଳପଲ୍ଲୀ ଗାଁ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ବିପକ୍ଷ ଗୋଷ୍ଠୀର ଆକ୍ରମଣରେ ଦୁର୍ଗାପ୍ରାସାଦ ଗାଁର ଜଣଙ୍କର ମୃତ୍ୟୁ ହୋଇଛି । ଏହା ସହ ୫ରୁ ୭ ଜଣ ଆହତ ହୋଇଥିବା ବେଳେ ସେମାନଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।

ସ୍ଥିତି ନିୟନ୍ତ୍ରଣ ପାଇଁ ଯାଇଥିବା ବେଳେ ପୋଲିସ ଉପରକୁ ମଧ୍ୟ ହୋଇଥିବା ଆକ୍ରମଣ । ଢେଲାପଥର ମାଡ଼ରେ ୩ ପୋଲିସ ଆହତ ହୋଇଥିବା ଜଣାପଡିଛି । ଆକ୍ରମଣରେ ଟାଉନ ଥାନା ଆଇଆଇସିଙ୍କ ମୁଣ୍ଡ ଫାଟିଯାଇଥିବା ସୂଚନା ମିଳିଛି । ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ଥିବାରୁ ୨ ଗାଁରେ ପୋଲିସ ମୁତୟନ ହୋଇଛନ୍ତି । ପରିସ୍ଥିତି ଏବେ ନିୟନ୍ତ୍ରଣରେ ଥିବା ସୂଚନା ମିଳିଛି ।

Get real time updates directly on you device, subscribe now.