fbpx
BJD SKY
BJD SKY

ନିତି ଆୟୋଗ ପକ୍ଷରୁ ଆକାଂକ୍ଷୀ ଜିଲ୍ଲା ତାଲିକା ପ୍ରକାଶ, ତୃତୀୟ ସ୍ଥାନରେ ମାଲକାନଗିରି

BJD

ନୂଆଦିଲ୍ଲୀ,: ନିତି ଆୟୋଗ ପକ୍ଷରୁ ଦେଶର ଆକାଂକ୍ଷୀ ଜିଲ୍ଳା ଗୁଡ଼ିକର ତାଲିକା ପ୍ରକାଶିତ ହୋଇଛି । ନିତି ଆୟୋଗର ୱେବ୍‌ସାଇଟ୍‌ରେ ଏହିସବୁ ଜିଲ୍ଲାର ନାମ ସ୍ଥାନୀତ ହୋଇଛି । ତେବେ ଶ୍ରେଷ୍ଠ ୫ ଆକାଂକ୍ଷୀ ଜିଲ୍ଲା ତାଲିକାରେ ମାଲକାନଗିରି ତୃତୀୟ ସ୍ଥାନରେ ରହିଥିବା ସୂଚନା ମିଳିଛି । ଏହି ତାଲିକାର ପ୍ରଥମ ସ୍ଥାନରେ ଆସାମାର ଉଦଲଗିରି ରହିଥିବାବେଳେ ଦ୍ୱିତୀୟ ସ୍ଥାନରେ କର୍ଣ୍ଣାଟକର ୟାଦ୍‌ଗିରି ରହିଛି ।ସେହିପରି ଛତିଶଗଡ଼ର ସୁକୁମା ଚତୁର୍ଥ ସ୍ଥାନରେ ରହିଥିବାବେଳେ ପଞ୍ଚମ ସ୍ଥାନରେ ରହିଛି ବିହାରର ପୂର୍ଣ୍ଣିଆ ଜିଲ୍ଲା । ଶିକ୍ଷା, ସ୍ୱାସ୍ଥ୍ୟ, ମୌଳିକ ଆବଶ୍ୟକତା, ଦକ୍ଷତା ଓ ଆର୍ଥିକ ବିକାଶ ଉପରେ ଗୁରୁତ୍ୱାରୋପ କରିବାପାଇଁ କେନ୍ଦ୍ର ସରକାର ୨୦୧୮ ଜାନୁଆରୀରୁ ଆରମ୍ଭ କରିଥିଲେ ଆକାଂକ୍ଷୀ ଜିଲ୍ଲା କାର୍ଯ୍ୟକ୍ରମ । ଏଥିରେ ସମଗ୍ର ଦେଶର ମୋଟ ୧୧୫ଟି ପଛୁଆ ଜିଲ୍ଳାକୁ ନିଆଯାଇଥିଲା । ଏସବୁ ଜିଲ୍ଲା ଗୁଡ଼ିକର ବିକାଶ ପାଇଁ କେନ୍ଦ୍ର ସରକାର ବିଭିନ୍ନ ସମୟରେ ବିପୁଳ ପରିମାଣର ଅର୍ଥ ବିଭିନ୍ନ ଯୋଜନା ମାଧ୍ୟମରେ ପ୍ରଦାନ କରିଥାନ୍ତି ।

ଓଡ଼ିଶାରେ ଥିବା ୧୦ ଆକାଂକ୍ଷୀ ଜିଲ୍ଲାରେ କେନ୍ଦ୍ର ପକ୍ଷରୁ ଦିଆଯାଇଥିବା ଅନୁଦାନର କିଭଳି ବ୍ୟବହାର କରାଯାଇଛି ସେନେଇ ୧୦ ଆକାଂକ୍ଷୀ ଜିଲ୍ଲା ଗସ୍ତରେ ଅଛନ୍ତି ୧୦ କେନ୍ଦ୍ର ମନ୍ତ୍ରୀ । ମଙ୍ଗଳବାର କେନ୍ଦ୍ର ମନ୍ତ୍ରୀ ସଂଜୀବ ବାଲିଆନ୍‌ କୋରାପୁଟ ଜିଲ୍ଲା ଗସ୍ତକରି ଏହାର ସମୀକ୍ଷା କରିଥିବାବେଳେ ବୁଧବାର କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଢେଙ୍କାନାଳ ଜିଲ୍ଲା ଗସ୍ତରେ ଯାଇ ଆକାଂକ୍ଷୀ ଯୋଜନାର ସମୀକ୍ଷା କରିଛନ୍ତି । ସେ ଜିଲ୍ଲାରେ ୩ ଦିନ ଧରି କେନ୍ଦ୍ରୀୟ ଜନକଲ୍ୟାଣ ଯୋଜନାର ସମୀକ୍ଷା କରିବା କାର୍ଯ୍ୟକ୍ରମ ରହିଛି । ତାଙ୍କର ଏହି ସମୀକ୍ଷା ସମୟରେ ସେ ବିଭାଗୀୟ ଅଧିକାରୀମାନଙ୍କ ସହ ଆଲୋଚନା କରିବା ସହିତ ହିତାଧିକାରୀ, ସ୍ଥାନୀୟ ସାଂସଦ, ବିଧାୟକ, ବ୍ଲକ ଅଧ୍ୟକ୍ଷ, ସରପଞ୍ଚ ଓ ଅନ୍ୟ ଜନପ୍ରତିନିଧିମାନଙ୍କ ସହ ଆଲୋଚନା କରିବେ । ସେହି ରି ତୃତୀୟ ସ୍ଥାନରେ ରହିଥିବା ମାଲକାନଗିରି ଜିଲ୍ଳାକୁ ଯାଇ ସମୀକ୍ଷା କରିବେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ବୁଧବାର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ୪ ଦିନିଆ ଓଡ଼ିଶା ଗସ୍ତରେ ଆସି ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା । ଏହି ସମୟରେ ପାଇକଙ୍କ ଦ୍ୱାରା ନୃତ୍ୟ ପ୍ରଦର୍ଶନ କରାଯିବାର କାର୍ଯ୍ୟକ୍ରମ ରହିଛି ।

Get real time updates directly on you device, subscribe now.