fbpx
BSKY SKY
BSKY SKY

ଯୁବତୀଙ୍କ ଉପର ଦେଇ ଚାଲିଗଲା ଟ୍ରେନ୍, କିନ୍ତୁ ମୋବାଇଲରେ କଥାହେବା ବନ୍ଦ ହେଲାନି: ଦେଖନ୍ତୁ Video

BSKY

ନୂଆଦିଲ୍ଲୀ: ଲୋକମାନେ ଗୋଟିଏ ପ୍ଲାଟଫର୍ମରୁ ଅନ୍ୟ ପ୍ଲାଟଫର୍ମକୁ ଯିବା ପାଇଁ ଫୁଟ୍ ଓଭର ବ୍ରିଜ୍ ଓ ଅଣ୍ଡରପାସ୍ କରନ୍ତୁ ବୋଲି ଭାରତୀୟ ରେଳବାଇ ଲଗାତାର ଚେତାବନୀ ଦେଇଚାଲିଛି । କିନ୍ତୁ ଲୋକମାନେ ଏହା ଶୁଣିବାକୁ ନାରାଜ । ଏହା ବ୍ୟତୀତ ଲୋକମାନଙ୍କୁ ଟ୍ରାକରେ ନ ଯିବାକୁ ନିବେଦନ ମଧ୍ୟ କରାଯାଇଥାଏ । ଏବେ ସୋସିଆଲ ମିଡିଆରେ ଏକ ଭିଡିଓ ଖୁବ୍ ଭାଇରାଲ ହେବାରେ ଲାଗିଛି । ଯାହାକୁ ଦେଖି ଲୋକମାନେ କହିଛନ୍ତି ଯେ, ‘ପ୍ରାଣ ଯାଉ ପଛେ ମୋବାଇଲ ନଯାଉ ।’

ଭାଇରାଲ ଭିଡିଓ ଅନୁସାରେ, ଜଣେ ଯୁବତୀ ଟ୍ରେନର ଟ୍ରାକ ମଧ୍ୟରେ ଚାଲୁଥିଲେ । ଟ୍ରାକରେ ଚାଲୁଥିବା ସମୟରେ ସେ ଫୋନରେ କଥା ହେଉଥିଲେ । ଠିକ୍ ସେହି ସମୟରେ ଏକ ମାଲଗାଡ଼ି ଦ୍ରୁତଗତିରେ ମାଡ଼ିଆସିଥିଲା । ଏହି ସମୟରେ ଯୁବତୀ ଜଣକ ନିଜର ଉପସ୍ଥିତି ବୁଦ୍ଧି ଖଟାଇ ଟ୍ରାକ୍ ମଝିରେ ଶୋଇପଡିଥିଲେ । ଏହା ପରେ ଟ୍ରେନଟି ଯୁବତୀଙ୍କ ଉପର ଦେଇ ଚାଲିଯାଇଥିଲା । ଏହା ପରେ ଯାହା ଘଟିଲା, ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଲା ।

ମାଲଗାଡ଼ିଟି ଯିବା ପରେ ଯୁବତୀ ଜଣକ ଟ୍ରାକରୁ ଉଠିପଡିଥିଲେ । ସାଧାରଣତଃ ଏଭଳି ଘଟଣା ପରେ ଲୋକମାନେ ବିଚଳିତ ହୋଇପଡନ୍ତି, କିନ୍ତୁ ତାଙ୍କ ମନରେ ଟିକେ ବି ଡର ନଥିଲା । ସେ ପ୍ରଥମେ ନିଜ ଫୋନ୍ ଉଠାଇଥିଲେ ଓ କଥା ହୋଇ ଆଗକୁ ଚାଲିଗଲେ । ଏହାକୁ ଦେଖି ସେଠାରେ ଉପସ୍ଥିତ ଥିବା ଲୋକମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଗଲେ । ତେବେ ଏହି ଭିଡିଓ କେବେ ଓ କେଉଁଠିକାର ବୋଲି ଜଣାପଡିନଥିବା ବେଳେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି ।

Get real time updates directly on you device, subscribe now.