(Gen-z-protest) ହୁତୁହୁତୁ ହୋଇ ଜଳୁଛି ନେପାଳ, ହିଂସ୍ର ହେଉଛି ସ୍ଥିତି, ଝଲାନାଥ ଖଲାନଙ୍କ ସ୍ତ୍ରୀକୁ ଜାଳିମାରିଦେଲେ ବିକ୍ଷୋଭକାରୀ

ଆନ୍ଦୋଳନ ଏବେ ହିସାଂତ୍ମକ ପରିସ୍ଥିତି ସୃଷ୍ଟି କରିଛି

ନେପାଳ: ଜଳୁଛି ଅଶାନ୍ତିର ନିଆଁ। ଉତ୍ତେଜନା ଏତେ ସାଂଘାତିକ ହେଲାଣୀ ଏଥିରେ ୨୦ରୁ ଅଧିକ ଜଣଙ୍କ ଜୀବନ ଗଲାଣି। ପରିସ୍ଥିତି ସାଂଘାତିକ ହେଲାଣୀ। ବିକ୍ଷୋଭକାରୀଙ୍କ କବଜାରେ ପୁରା ରାଜଧାନୀ କାଠମାଣ୍ଡୁ

ଏପରି ପରିସ୍ଥିତି ହେଲାଣୀ କି ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ପତ୍ନୀଙ୍କୁ ଜାଳିଦେଲେ ବିକ୍ଷୋଭକାରୀ। ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ଝଲାନାଥ ଖଲାନଙ୍କ ସ୍ତ୍ରୀକୁ ଜାଳି ମାରିଦେଲେ ବିକ୍ଷୋଭକାରୀ।

ନେପାଳ ସରକାର ସୋସିଆଲ ମିଡିଆ ଉପରେ ଲଗାଇଥିବା ପ୍ରତିବନ୍ଧକ ପାଇଁ ନେପାଳରେ ଉତ୍ତେଜନା ଦେଖାଦେଇଥିଲା।

ରାଜରାସ୍ତାକକୁ ଶହ ଶହ ଯୁବକ ଆସି ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଏହି ଆନ୍ଦୋଳନ ଏବେ ହିସାଂତ୍ମକ ପରିସ୍ଥିତି ସୃଷ୍ଟି କରିଛି। ସରକାର ସୋସିଆଲ ମିଡିଆ ଉପରୁ ପ୍ରତିିବନ୍ଧକ ହଟାଇବା ଦାବିରେ ଜୋରଦାର ହୋଇଥିଲା ବିକ୍ଷୋଭ ପ୍ରଦର୍ଶନ।

ନେପାଳର ଯୁବପିଢ଼ି ପୂର୍ବରୁ ଦୁର୍ନୀତି, ଏକଚ୍ଛତ୍ରବାଦ, ଆର୍ôଥକ ଅସମାନତା ଓ ନେତୃତ୍ୱରେ ଉତ୍ତରଦାୟିତ୍ୱର ଅଭାବ ବିରୋଧରେ ସ୍ୱର ଉତ୍ତୋଳନ କରି ଆସୁଥିଲେ।।

କିନ୍ତୁ ଯେତେବେଳେ ସରକାର ୨୬ଟି ସୋସିଆଲ ମିଡିଆ ପ୍ଲାଟଫର୍ମକୁ ସମ୍ପୂର୍ଣ୍ଣ ନିଷିଦ୍ଧ କଲେ, ଫେସବୁକ୍‌, ଇନଷ୍ଟାଗ୍ରାମ ଏବଂ ୟୁଟ୍ୟୁବରେ ନିଜ ସ୍ୱପ୍ନ ବୁଣୁଥିବା ଯୁବପିଢ଼ିଙ୍କ ସୁଅ

ରାସ୍ତାକୁ ମାଡ଼ି ଆସିଥିଲା। ଦେଖୁ ଦେଖୁ ନେପାଳର ପ୍ରମୁଖ ସହରଗୁଡ଼ିକର ରାସ୍ତା ଯୁଦ୍ଧକ୍ଷେତ୍ରରେ ପରିଣତ ହୋଇଗଲା।

ନେପାଳ ପୁଲିସ ଗୁଳିରେ ୨୧ଜଣ ଲୋକ ପ୍ରାଣ ହରାଇଲେ। ପ୍ରଦର୍ଶନକାରୀ ଏବଂ ସୁରକ୍ଷା ବାହିନୀ ମଧ୍ୟରେ ହିଂସାତ୍ମକ ସଂଘର୍ଷ ହୋଇଥିଲା। ଯୁବ ପ୍ରଦର୍ଶନକାରୀମାନେ ସଂସଦ ଭବନରେ ପ୍ରବେଶ କରିବାକୁ ଚେଷ୍ଟା କରିଥିଲେ।

କିନ୍ତୁ ସୁରକ୍ଷା ବାହିନୀ ବଳ ପ୍ରୟୋଗ କରି ଅଞ୍ଚଳରେ କର୍ଫ୍ୟୁ ଜାରି କରିଥିଲେ। ଏହି ଘଟଣାରେ ୨୧ ଜଣଙ୍କର ମୃତ୍ୟୁ ହୋଇଛି। ଅନେକ ଆହତ ହୋଇଛନ୍ତି। ଉତ୍ତେଜନା ବୃଦ୍ଧି ପାଉଛି ଦେଖି ସରକାର ତାଙ୍କର ନିଷ୍ପତ୍ତି ପ୍ରତ୍ୟାହାର କରିନେଇଛନ୍ତି।

କିନ୍ତୁ ଏହା ସତ୍ତ୍ୱେ ପ୍ରଦର୍ଶନକାରୀମାନେ ରାସ୍ତା ଛାଡିବାକୁ ପ୍ରସ୍ତୁତ ନୁହଁନ୍ତି। ମଙ୍ଗଳବାର ସକାଳେ ସମଗ୍ର ନେପାଳରେ ଛାତ୍ରମାନଙ୍କ ନେତୃତ୍ୱରେ ସେମାନେ ନୂତନ ପ୍ରତିବାଦ ଆରମ୍ଭ କରିଛନ୍ତି।

ପ୍ରଦର୍ଶନକାରୀମାନେ ରାଷ୍ଟ୍ରପତି ପାଉଡେଲଙ୍କ ବ୍ୟକ୍ତିଗତ ବାସଭବନରେ ନିଆଁ ଲଗାଇ ଦେଇଛନ୍ତି। ସେହି ସମୟରେ ପ୍ରଧାନମନ୍ତ୍ରୀ କେପି ଓଲିଙ୍କ ବ୍ୟକ୍ତିଗତ ବାସଭବନରେ ନିଆଁ ଲଗାଇ ଦିଆଯାଇଛି।

ଏହା ବ୍ୟତୀତ ଲଳିତପୁରର ଖୁମାଲଟରରେ ଅବସ୍ଥିତ ପୂର୍ବତନ ପ୍ରଧାନମନ୍ତ୍ରୀ ପୁଷ୍ପ କମଳ ଦହଲ ‘ପ୍ରଚଣ୍ଡ’ଙ୍କ ବାସଭବନରେ ଭଙ୍ଗାରୁଜା କରାଯାଇଥିଲା । କାଠମାଣ୍ଡୁର ବୁଢାନିଲକଣ୍ଠରେ ଅବସ୍ଥିତ ପୂର୍ବତନ ପ୍ରଧାନମନ୍ତ୍ରୀ ଶେର ବାହାଦୁର ଦେଉବାଙ୍କ ଘର ସମ୍ମୁଖରେ ଏକ ପ୍ରଦର୍ଶନ କରାଯାଇଥିଲା।

ଏହାରି ଭିତରେ ନେପାଳ ପ୍ରଧାନମନ୍ତ୍ରୀ, ରାଷ୍ଟ୍ରପତି ଇସ୍ତଫା ଦେଇଛନ୍ତି। କିଛି ସମୟ ମଧ୍ୟରେ ନୂଆ ପ୍ରଧାନମନ୍ତ୍ରୀଙ୍କ ନାଁ ଘୋଷଣା କରାଯିବ। ଇସ୍ତଫା ଦେଇଥିବା ରାଷ୍ଟ୍ରପତିଙ୍କ ଘରେ ପ୍ରଦର୍ଶନକାରୀ ମଧ୍ୟ ନିଆଁ ଲଗାଇଦେଇଛନ୍ତି। ଏପରିକି ପ୍ରଦର୍ଶନକାରୀ ବିମାନବନ୍ଦରରେ ମଧ୍ୟ ନିଆଁ ଲଗାଇଦେଇଛନ୍ତି। ସୁପ୍ରିମକୋର୍ଟରେ ମଧ୍ୟ ନିଆଁ ଲଗାଇଦେଇଛନ୍ତି ପ୍ରଦର୍ଶନକାରୀ।