fbpx

ନେପାଳର ସବୁଠୁ ଭୟଙ୍କର ଏୟାରପୋର୍ଟ, ଟେକ ଅଫ ଓ ଲେଣ୍ଡିଂ ସମୟରେ ଯାତ୍ରୀଙ୍କ ହୃତସ୍ପନ୍ଦନ ଅଟକିଯାଏ…..

ଓଡିଶା ଭାସ୍କର: ଭାରତର ପଡୋଶୀ ଦେଶ ନେପାଳ । ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରା ନେପାଳ ଲୋକଙ୍କୁ ଯେତିକି ଆନନ୍ଦିତ କରେ, ଏହାର ଏୟାରପୋର୍ଟ ଲୋକଙ୍କୁ ସେତିକି ଭୟଭୀତ ମଧ୍ୟ କରାଏ । ବସିଥିବା ଯାତ୍ରୀଙ୍କ ବେଳେବେଳେ ହୃତସ୍ପନ୍ଦନ ଅଟକି ଗଲା ଭଳି ଲାଗେ ଏୟାରପୋର୍ଟର ଲେଣ୍ଡିଂ ଓ ଟେକ ଅଫ ସମୟରେ । ଜାଣିବା ନେପାଳର ଏହି ଏୟାରପୋର୍ଟ ବାବଦରେ ।

ନେପାଳର ଏଡଭେଞ୍ଚରେ ଭରା ଏୟାରପୋର୍ଟ ଲୋକଙ୍କୁ ବେଶ୍ ଭୟଭୀତା କରାଇଥାଏ । ପ୍ରାକୃତିକ ପାହାଡ ମଧ୍ୟରେ ଅବସ୍ଥିତ ଏହି ଏୟାରପୋର୍ଟର ଲେଣ୍ଡିଂ ଓ ଟେକଅଫ ଯେକେହି ଦେଖିକି ଆଶ୍ଚର୍ଯ୍ୟଚକିତ ହୋଇ ଥାଆନ୍ତି । ଏହିକ୍ରମରେ ଏମିତି ଏକ ଏୟାରପୋର୍ଟର ନାମ ହେଉଛି ଲୁକଲା ଏୟାରପୋର୍ଟ । ସୋସିଆଲ ମିଡିଆରେ ଏହି ଏୟାରପୋର୍ଟର ଫଟୋ ବେଶ୍ ଭାଇରାଲ ହୋଇଥାଏ । ଏହାକୁ ସାରା ବିଶ୍ୱର ସବୁଠୁ ଭୟଙ୍କର ଏୟାରପୋର୍ଟ କୁହାଯାଏ । ଏହା ମାଉଣ୍ଟ ଏଭେରେଷ୍ଟର ବହୁ ପାଖରେ ରହିଛି । ଖରାପ ପାଣିପାଗ ଆସିଲେ ଏହାକୁ ବନ୍ଦ କରନ୍ତି ନେପାଳ ସରକାର ।

ସେହିଭଳି ଆଉ ଏକ ଏୟାରପୋର୍ଟ ହେଉଛି ସେମିକୋଟ ଏୟାରପୋର୍ଟ । ଏହା ନେପାଳର ଏକମାତ୍ର ଏମିତି ଏୟାରପୋର୍ଟ ଯାହା ଜାତୀୟ ରାଜରାସ୍ତା ସହ ଜଡିତ ହୋଇନାହିଁ । ଏହା ପ୍ରାୟ ୪୩୦୦ ଫୁଟ ଉଚ୍ଚରେ ତିଆରି । ଡୋଲ୍ପା ଜିଲ୍ଲାରେ ଲୋକେ ବୁଲିବାକୁ ଯିବା ସମୟରେ ଏହାକୁ ପ୍ରବେଶ ଭାବରେ ବ୍ୟବହାର ମଧ୍ୟ କରନ୍ତି । ସେହିଭଳି ନେପାଳର ଆଉ ଏକ ଭୟାନକ ଏୟାରପୋର୍ଟ ଅଟେ ତାଲ୍‌ଚା ଏୟାରପୋର୍ଟ । ମୃଗୁ ଜିଲ୍ଲାରେ ଥିବା ଏହି ଏୟାରପୋର୍ଟ ସମୁଦ୍ରପତ୍ତନଠୁ ପ୍ରାୟ ୨୭୩୫ ମିଟର ଉଚ୍ଚରେ ଅବସ୍ଥିତ । ଏଠାରେ ପ୍ରାୟ ସମୟରେ ବରଫ ମଧ୍ୟ ଦେଖିବାକୁ ମିଳେ । ଫଳରେ ପ୍ଲେନ ତଳକୁ ଚାଲି ଆସିବାର ସମ୍ଭାବନା ମଧ୍ୟ ଥାଏ ।

ଏହାବାଦ ନେପାଳର ଡୋଲ୍ପା ଏୟାରପୋର୍ଟ ମଧ୍ୟ ବେଶ୍ ଭୟାନକ ଅଟେ । ଏହାର ଉଚ୍ଚତା ପ୍ରାୟ ୨୪୯୯ ମିଟର । ଏତତବ୍ୟତୀତ ପୋଖରା ଏୟାରପୋର୍ଟ ମଧ୍ୟ ନେପାଳରେ ଅତ୍ୟଧିକ ଭୟାନକ ବାବରେ ପରିଗଣିତ ହୁଏ । ଏହା ଏକ ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ ମଧ୍ୟ ଅଟେ । ଏହାକୁ ଗତବର୍ଷ ଜାନୁଆରୀ ୧ ତାରିଖରେ ଖୋଲା ଯାଇଥିଲା । ୧୫ ଜାନୁଆରୀ ୨୦୨୩ ମସିହାରେ ଏଠାରେ ନେପାଳର ସବୁଠୁ ବଡ ବିମାନ ଦୁର୍ଘଟଣା ହୋଇଥିଲା ।

Get real time updates directly on you device, subscribe now.