fbpx

ମୃତ୍ୟୁ ପୁର୍ବରୁ ହୋଇଥିଲା ଛାଡ଼ପତ୍ର, ବିମାନରେ ଏକାଠି ଯାତ୍ରାର ଦୁଃଖଦ ଅନ୍ତ

Advertisement

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବିମାନ ଯୋଗେ ନେପାଳ ବୁଲି ଯାଇଥିବା ଓଡ଼ିଆ ଦମ୍ପତ୍ତି ଅଶୋକ ତ୍ରୀପାଠୀ ଏବଂ ବୈଭବୀ ତ୍ରୀପାଠୀଙ୍କ ଯାତ୍ରାର ଦୁଃଖଦ ଅନ୍ତ ଘଟିଛି । ପ୍ରେମକରି ବିବାହ କରିଥିଲେ, ପ୍ରତିଜ୍ଞା କରିଥିଲେ ଏକାଠି ଯିଇଁବେ ଏକାଠି ମରିବେ । ମୃତ୍ୟୁ ପୁର୍ବରୁ ପାରିବାରିକ ମତାନ୍ତର ପାଇଁ ଛାଡ଼ପତ୍ର ହୋଇଯାଇଥିଲା ସିନା କିନ୍ତୁ ମରିବା ସମୟରେ ମଧ୍ୟ ଉଭୟେ ଏକାଠି ରହିଥିଲେ । ଏହି ଦୁର୍ଘଟଣାରେ ସେମାନଙ୍କ ସହ ଦୁଇ ପିଲା ମଧ୍ୟ ପ୍ରାଣ ହରାଇଥିଲେ ।

ସୂଚନା ଅନୁସାରେ ମୃତ୍ୟୁ ପୁର୍ବରୁ ଅଶୋକ ଏବଂ ବୈଭବୀଙ୍କ ମଧ୍ୟରେ ଛାଡ଼ପତ୍ର ହୋଇସାରିଥିଲା । ତେବେ କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ସାଙ୍ଗ ହୋଇ ବୁଲିବାକୁ ଯାଇଥିବା ବେଳେ ସେମାନେ ଏକାଠି ମୃତ୍ୟୁ ବରଣ କରିଛନ୍ତି । ଅଶୋକ ଭୁବନେଶ୍ୱରରେ ଏକ ଘରୋଇ କମ୍ପାନୀରେ କାର୍ଯ୍ୟ କରୁଥିଲେ । ସ୍ତ୍ରୀ ବୈଭବୀ ମୁମ୍ବାଇର ବାସିନ୍ଦା । ଉଭୟେ ପ୍ରେମବିବାହ କରିଥିଲେ । ହେଲେ କିଛି ଦିନ ତଳେ ଥାଣେସ୍ଥିତ ଫ୍ୟାମିଲି କୋର୍ଟରେ ଉଭୟଙ୍କ ଛାଡ଼ପତ୍ର ହୋଇଥିଲା । ଅଶୋକ ଭୁବନେଶ୍ୱର ଜୟଦେବ ବିହାରରେ ରହୁଥିବା ବେଳେ ବେଭବୀ ମୁମ୍ବାଇର ବିକେସି ଫାର୍ମରେ ରହୁଥିଲେ ।

ଠାଣେ ସହରରେ ଥିବା ଏକ ଆପାର୍ଟମେଣ୍ଟରେ ବୈଭବୀ ଝିଅ ରତିକା ଏବଂ ପୁଅ ଧନୁଷଙ୍କ ସହ ରହୁଥିଲେ। ସାଙ୍ଗରେ ତାଙ୍କ ମା’ଙ୍କୁ ମଧ୍ୟ ରଖିଥିଲେ। ଛାଡ଼ପତ୍ର ପରେ ପ୍ରତିବର୍ଷ ଝିଅପୁଅଙ୍କୁ ନେଇ ଅଶୋକ ଓ ବୈଭବୀ ୧୦ଦିନ ପାଇଁ ବୁଲିବାକୁ ଯିବେ ବୋଲିକୋର୍ଟଙ୍କ ନିର୍ଦ୍ଦେଶ ରହିଥିଲା। କୋର୍ଟଙ୍କ ଅନୁମତି କ୍ରମେ ଅଶୋକ ଗତ ୨୭ ତାରିଖରେ ଦିଲ୍ଲୀ ଯାଇଥିଲେ।

ବୈଭବୀ ୨ପିଲାଙ୍କୁ ଧରି ଦିଲ୍ଲୀ ଆସିବା ପରେ ସମସ୍ତେ ମିଶି ନେପାଳ ଅଭିମୁଖେ ବାହାରି ଯାଇଥିଲେ। ହେଲେ ଏହାଥିଲା ସେମାନଙ୍କ ଶେଷଯାତ୍ରା। ପୋଖରାରୁ ପ୍ରସିଦ୍ଧ ପର୍ୟ୍ୟଟନସ୍ଥଳୀ କୋମ୍‌ସୋମ୍‌କୁ ଯାଉଥିବାବେଳେ ରବିବାର ସେମାନଙ୍କ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ସୋମବାର ସମସ୍ତଙ୍କ ମୃତ୍ୟୁ ହୋଇଥିବା ସ୍ପଷ୍ଟ ହେବା ପରେ ଅଶୋକ ଏବଂ ବୈରବୀଙ୍କ ଘର ଲୋକ ଭାଙ୍ଗିପଡ଼ିଥିବାବେଳେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

ନେପାଳରେ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଘରୋଇ ବିମାନ ତାରା ଏୟାରଲାଇସେନ୍ସ ବିମାନର ଭଗ୍ନାବଶେଷ ମୁସ୍ତାଙ୍ଗରୁ ମିଳିଛି । ଏଥିରେ ଥିବା ସମସ୍ତ ୨୨ ଜଣ ଯାତ୍ରୀଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି । ଉଦ୍ଧାରକାରୀ ଟିମ୍ ଏପର୍ଯ୍ୟନ୍ତ ୨୧ ଜଣଙ୍କ ମୃତଦେହ ଉଦ୍ଧାର କରିଛନ୍ତି ।

Get real time updates directly on you device, subscribe now.