fbpx
BJD SKY
BJD SKY

ନେପାଳରେ ବିମାନ ନିଖୋଜ: ୨୨ ଯାତ୍ରୀଙ୍କ ସହ ଥିଲେ ୪ ଭାରତୀୟ

BJD

କାଠମାଣ୍ଡୁ: ନେପାଳରେ ଏକ ବଡ଼ ଧରଣର ବିମାନ ଦୁର୍ଘଟଣା ହେବାର ଆଶଙ୍କା ରହିଛି । ଖବର ଅନୁସାରେ, ଘରୋଇ ବିମାନ ତାରା ୯ ଏନଏଇଟି ସହ ବିମାନବନ୍ଦରର ସମ୍ପର୍କ ହୋଇପାରୁନି । ବିମାନରେ କ୍ରୁ ମେମ୍ବର ସହିତ ୨୨ ଜଣ ଲୋକ ଥିବା ଜଣାପଡିଛି । ବିମାନ ଖୋଜିବାକୁ ନେପାଳ ସେନାର ହେଲିକପ୍ଟର ସହ ୨ଟି ଚପର୍‌ ନିୟୋଜିତ ହୋଇଛି ।

ନେପାଳର ମିଡିଆ ଅନୁସାରେ, ଏହି ବିମାନଟି ଆଜି ୯ଟା ୫୫ରୁ ପୋଖରାରୁ ଜୋସସୋମ ଯିବା ପାଇଁ ଉଡାଣ ଭରିଥିଲା । ତାହାକୁ ୧୦ଟା ୨୦ ମିନିଟରେ ଲ୍ୟାଣ୍ଡ କରିବାର ଥିଲା । କିନ୍ତୁ ୧୧ଟା ବାଜିବା ସତ୍ତ୍ୱେ ବି ବିମାନ ସହ ଯୋଗାଯୋଗ ହୋଇପାରୁନାହିଁ ।

ନିଖୋଜ ବିମାନରେ ୪ ଭାରତୀୟ, ୩ ଜାପାନୀ ନାଗରିକ ମଧ୍ୟ ଅଛନ୍ତି । ବାକି ସମସ୍ତ ନେପାଳର ବୋଲି ଜଣାପଡିଛି । କୁହାଯାଉଛି ଯେ, ବିମାନରେ କ୍ରୁଙ୍କ ସମେତ ୨୨ ଜଣ ଯାତ୍ରୀ ଥିଲେ । ବିମାନ ନିଖୋଜ ହୋଇଥିବା ବେଳେ ଏବେ ସର୍ଚ୍ଚ ଅପରେସନ ଚାଲିଥିବା ନେଇ ତାରା ଏୟାରପୋର୍ଟର ଅଧ୍ୟକ୍ଷ ସୁଦର୍ଶନ ବରତୌଲା କହିଛନ୍ତି ।

Get real time updates directly on you device, subscribe now.