fbpx

ତାତିରୁ ମିଳିବ ତ୍ରାହି: କେରଳ ଛୁଇଁଲା ମୌସୁମୀ ବାୟୁ

ନୂଆଦିଲ୍ଲୀ: ଏଣିକି ତାତିରୁ ମିଳିବ ତ୍ରାହି । କେରଳ ଛୁଇଁଛି ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ । ନିର୍ଦ୍ଧାରିତ ସମୟର ୩ ଦିନ ପୂର୍ବରୁ କେରଳ ଛୁଇଁଛି ମୌସୁମୀ । ଜୁନ୍ ୧ରେ ମୌସୁମୀ କେରଳ ଛୁଇଁବା ନେଇ ଆକଳନ କରିଥିଲା ଆଇଏମଡି ।

ତେବେ ଦକ୍ଷିଣ ଆରବ ସାଗରର ନିମ୍ନସ୍ତରରେ ପଶ୍ଚିମା ପବନ ତୀବ୍ର ହୋଇଛି । କେରଳ ଉପକୂଳ ଏବଂ ଦକ୍ଷିଣ-ପୂର୍ବ ଆରବ ସାଗରରେ ପାଗ ମେଘୁଆ ରହିଛି । ସ୍ୱାଭାବିକ ସମୟ ପୂର୍ବରୁ ଗତ ମେ ୧୬ ତାରିଖରେ ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜରେ ପହଞ୍ଚିଥିଲା ମୌସୁମୀ । ସେପଟେ ମୌସୁମୀ କେରଳ ଛୁଇଁବା ପରେ ହାଲୁକା କିମ୍ବା ମଧ୍ୟମ ଧରଣର ବର୍ଷା ହେବାର ଅନୁମାନ କରିଛି ପାଣିପାଗ ବିଭାଗ । ତେବେ ଆସନ୍ତା ୫ ଦିନ ମଧ୍ୟରେ ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, କର୍ଣ୍ଣାଟକ ଏବଂ ତାମିଲନାଡୁ, ପଣ୍ଡିଚେରୀ ଏବଂ କରାଇକଲରେ ହାଲକା ବର୍ଷା ହେବା ନେଇ ଅନୁମାନ କରାଯାଉଛି ।

Get real time updates directly on you device, subscribe now.