ମାଆଙ୍କର ଗୋଟେ ଭୁଲ ପାଇଁ ଟ୍ରୋଲ ହେଉଛନ୍ତି ଆଲିଆ ଭଟ୍ଟ, ବ୍ରିଟିଶ ନାଗରିକତାକୁ ନେଇ ଉଠିଲା ପ୍ରଶ୍ନ

ଅଡୁଆରେ ଆଲିଆ ଭଟ୍ଟ, ଫ୍ୟାନ୍ସ କହୁଛନ୍ତି ଆମେ କରିଦେବୁ ଅନଫଲୋ

ନୂଆଦିଲ୍ଲୀ: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଚାଲୁଥିବା ବିବାଦ ମଧ୍ୟରେ ବଲିଉଡ ସେଲିବ୍ରିଟିଙ୍କ ଚୁପକୁ ନେଇ ଲୋକେ ପ୍ରଶ୍ନ ଉଠାଇଛନ୍ତି। ଅନେକ ସେଲିବ୍ରିଟି ଏ ନେଇ କୌଣସି ମତ ରଖିନାହାନ୍ତି। ଅସ୍ତ୍ରବିରତିର ଖବର ସାମ୍ନାକୁ ଆସିବା ପରେ ଲୋକେ ସଙ୍ଗେ ସଙ୍ଗେ ପ୍ରତିକ୍ରିୟା ଦେବା ଆରମ୍ଭ କରିଛନ୍ତି।

ଏହାରି ମଧ୍ୟରେ ଆଲିଆ ଭଟ୍ଟଙ୍କ ମାଆ ଏପରି କିଛି କରିଦେଇଛନ୍ତି, ଯେଉଁଥିରେ ଅଭିନେତ୍ରୀ ଅଡୁଆରେ ଫସିଯାଇଛନ୍ତି। ଆଲିଆଙ୍କ ମାଆ ଏବଂ ଅଭିନେତ୍ରୀ ସୋନୀ ରାଜଦାନ ସୋସିଆଲ ମିଡିଆରେ ଭାରତ-ପାକିସ୍ତାନ ମଧ୍ୟରେ ଯୁଦ୍ଧକୁ ରୋକିବା ଲାଗି ଏକ ପିଟିସନ ଦାଖଲ କରିଥିଲେ ଏବଂ ଲୋକଙ୍କୁ ଅନୁରୋଧ କରିଥିଲେ ଯେ, ଏହା ଉପରେ ସାଇନ କରିବା ଲାଗି।

fallback

ଏହାପରେ ଲୋକ ଆଲିଆ ଭଟ୍ଟଙ୍କୁ ଟ୍ରୋଲ କରିବା ଆରମ୍ଭ କରିଦେଇଛନ୍ତି ଏବଂ ତାଙ୍କର ବ୍ରିଟିଶ ନାଗରିକତା ଉପରେ ପ୍ରଶ୍ନ ଉଠାଇଛନ୍ତି।

ଆଲିଆଙ୍କୁ କେମିତି ମିଳିଲା ବ୍ରିଟିଶ ନାଗରିକତା: ସୋନୀ ରାଜଦାନ ବ୍ରିଟିଶ ବଶୋଂଦ୍ଭବ ଏବଂ ଆଲିଆଙ୍କ ପାଖରେ ମଧ୍ୟ ବ୍ରିଟିଶ ନାଗରିକତା ଅଛି। ଲୋକଙ୍କ ପ୍ରଶ୍ନକୁ ନେଇ ସୋନୀ ରାଜଦାନ ନିଜ ଆଡରୁ ସ୍ପଷ୍ଟୀକରଣ ଦେବାକୁ ସଂପୂର୍ଣ୍ଣ ଚେଷ୍ଟା କରୁଛନ୍ତି।

ଅଭିନେତ୍ରୀଙ୍କୁ ମିଳୁଛି ଧମକ: ଅଭିନେତ୍ରୀ ଆଲିଆ ଭଟ୍ଟଙ୍କୁ ବର୍ତ୍ତମାନ ସୋସିଆଲ ମିଡିଆରେ ଅନଫଲୋ କରିବାର ଧମକ ମିଳୁଛି। ଆଲିଆଙ୍କ ଫଟୋ ତଳେ ଲୋକେ ବିଭିନ୍ନ କଥା କମେଣ୍ଟ କରୁଛନ୍ତି। ସମସ୍ତେ ଆଲିଆଙ୍କ ଫଟୋ ତଳେ ଲେଖୁଛନ୍ତି ଦେଶଦ୍ରୋହୀ।