fbpx
BJD SKY
BJD SKY

ସୁନକ ହେଲେ ବ୍ରିଟେନର ପ୍ରଧାନମନ୍ତ୍ରୀ, ଟ୍ରୋଲ ହେଲେ ନେହେରା, କୋହିନୂର ନେଇ ୟୁଜର୍ସଙ୍କ ରହିଛି ଏମିତି ଯୋଜନା

BJD

ନୂଆଦିଲ୍ଲୀ: ଋଷି ସୁନକ ବ୍ରିଟେନର ପ୍ରଥମ ଭାରତୀୟ ବଂଶୋଦ୍ଭବ ପ୍ରଧାନମନ୍ତ୍ରୀ ହେବାକୁ ଯାଉଛନ୍ତି। ବ୍ରିଟେନର ପ୍ରଥମ ହିନ୍ଦୁ ପ୍ରଧାନମନ୍ତ୍ରୀ ଭାବେ ଇତିହାସ ରଚିଥିବା ସୁନକଙ୍କୁ ନେଇ ଭାରତରେ ଖୁସିର ଲହରି ଖେଳି ଯାଇଛି। ହେଲେ ଏବେ ସୁନକଙ୍କ ତୁଳନା ପୂର୍ବତନ କ୍ରିକେଟର ଆଶିଷ ନେହେରାଙ୍କ ସହ କରାଯାଇଛି। ବର୍ତ୍ତମାନ ଉଭୟ ସାମାଜିକ ଗଣମାଧ୍ୟମରେ ଖୁବ୍ ଟ୍ରେଣ୍ଡ କରୁଛନ୍ତି। ଏପରିକି ଏବେ ବ୍ରିଟେନରୁ କୋହିନୂର କେମିତି ଫେରାଇ ଅଣାଯିବ ସେ ନେଇ ୟୁଜର ଯୋଜନା ବି କରିଛନ୍ତି।

ଟୁଇଟରରେ କିଛି ୟୁଜର୍ସଙ୍କ କହିବା କଥା ୪୨ ବର୍ଷୀୟ ସୁନକଙ୍କ ଚେହେରା ଭାରତୀୟ ଦଳର ପୂର୍ବତନ ଦ୍ରୁତ ବୋଲର ଆଶିଷ ନେହେରାଙ୍କ ସହ ମେଳ ଖାଉଛି। ୟୁଜର୍ସ ଋଷି ସୁନକଙ୍କୁ ଶୁଭେଚ୍ଛା ଜଣାଇବା ସମୟରେ ଆଶିଷ ନେହେରାଙ୍କ ଫଟୋକୁ ବ୍ୟବହାର କରିଥିଲେ। କେବଳ ଏତିକି ନୁହେଁ କିଛି ୟୁଜର୍ସ ତ ସୁନକଙ୍କ ସ୍ଥାନରେ ନେହେରାଙ୍କୁ ବ୍ରିଟେନର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ଦର୍ଶାଇ ଅଭିନନ୍ଦନ ଜଣାଇଛନ୍ତି। ଅନେକ ଲୋକ ବ୍ରିଟେନରୁ କୋହିନୂର ହୀରା ଫେରାଇ ଆଣିବା ପାଇଁ ଯୋଜନା ମଧ୍ୟ କରାଯାଉଥିବା କହିଛନ୍ତି।
ଜଣେ ୟୁଜର ଲେଖିଛନ୍ତି, ଆଶିଷ ନେହେରାଙ୍କୁ ୟୁକେର ପ୍ରଧାନମନ୍ତ୍ରୀ ହେବା ନେଇ ଅଭିନନ୍ଦନ। ଆଇପିଏଲରେ କୋଚ୍ ଭାବେ ଗୁଜରାଟ ଟାଇଟନ୍ସ ସହିତ ଟାଇଟଲ୍ ଜିତିବା ପରେ ବ୍ରିଟେନର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ହେବା ପର‌୍ୟ୍ୟନ୍ତ ଆପଣଙ୍କ ଯାତ୍ରା ଚମତ୍କାର ରହିଛି। ଡ୍ରାଇଭର ରାମୁଦୁ ନାମକ ଜଣେ ୟୁଜର ଲେଖିଛନ୍ତି, ସୁନକ ପ୍ରଧାନମନ୍ତ୍ରୀ ହେବା ପରେ ଭାରତକୁ କୋହିନୂର ଫେରାଇ ଆଣିବା ପାଇଁ ଫୁଲପ୍ରୁଫ ଯୋଜନା ରହିଛି। ସୁନକଙ୍କୁ ଭାରତ ଡକାଯିବ। ସେ ତାଙ୍କ ଶାଶୁଘର ଯିବା ସମୟରେ ଅଧା ରାସ୍ତାରେ ତାଙ୍କୁ ଅପହରଣ କରାଯିବ। ଯେବେ ସେ ବେଙ୍ଗାଲୁରୁର ଟ୍ରାଫିକ ଫସିବେ, ସେହି ସମୟରେ ନେହେରାଙ୍କୁ ବ୍ରିଟେନର ପ୍ରଧାନମନ୍ତ୍ରୀ ଭାବେ ପଠାଇ ଦେବା। ପୁଣି କୋହିନୂର ଫେରାଇ ଆଣିବା ପାଇଁ ବ୍ରିଟେନ ସଂସଦରେ ବିଲ୍ ଗୃହୀତ କରାଯିବ। ଏଥିପାଇଁ କୌଣସି ପ୍ଲାନ ବିର ଆବଶ୍ୟକତା ନାହିଁ।

ସୂଚନାଯୋଗ୍ୟ, ୪୨ ବର୍ଷୀୟ ସୁନକ ରବିବାର କଞ୍ଜରଭେଟିଭ୍ ପାର୍ଟିର ପ୍ରଧାନମନ୍ତ୍ରୀ ଭାବେ ବିଜୟ ହାସଲ କରିଛନ୍ତି। ତାଙ୍କ ପ୍ରତିଦ୍ଵନ୍ଦ୍ଵୀ ମୋର୍ଡାଣ୍ଟ ପ୍ରଧାନମନ୍ତ୍ରୀ ଦୌଡରୁ ହଟିବା ମାତ୍ରେ ସୁନକଙ୍କ ଜିତିବା ପଥ ପରିଷ୍କାର ହୋଇଥିଲା। ତାଙ୍କୁ ଅଧାରୁ ଅଧିକ ସାଂସଦଙ୍କ ସମର୍ଥନ ମିଳିଥିଲା।

Get real time updates directly on you device, subscribe now.