ଖୋଲିବ ନୂଆ ଆୟୁର୍ବେଦିକ ହସ୍ପିଟାଲ: ଆୟୁର୍ବେଦିକ ଚିକିତ୍ସାକୁ ଗୁରୁତ୍ୱ ଦେଉଛି ଓଡ଼ିଶା

ଭୁବନେଶ୍ୱର: ବର୍ତ୍ତମାନ ଆୟୁର୍ବେଦିକ ଚିକିତ୍ସା ପ୍ରତି ଗୁରୁତ୍ୱ ଦିଆଯାଉଛି । ଆସନ୍ତା ୨୯ ତାରିଖରେ ଆୟୁର୍ବେଦିକ ଦିବସ ପାଳନ କରିବା ସହ ଏହି ଦିନ ଓଡ଼ିଶାକୁ ମିଳିବ ଆଉ ଏକ ଉପହାର । ୨୯ ତାରିଖରେ ଏକ ନୂଆ ଆୟୁର୍ବେଦିକ ହସ୍ପିଟାଲ ଖୋଲିବା ନେଇ ନିଷ୍ପତ୍ତି ନିଆଯାଇଛି । ୨୯ ତାରିଖରେ ନୂଆ ଆୟୁର୍ବେଦ ଓ ନେଚରପାଥି ହସ୍ପିଟାଲ ଉଦଘାଟନ କରାଯିବ । ଖୋର୍ଦ୍ଧା ଜିଲ୍ଲା ଜଟଣୀରେ ଆୟୁର୍ବେଦ ଓ ନେଚରପାଥିର ଏକ ବଡ଼ ହସ୍ପିଟାଲ ଉଦଘାଟନ କରାଯିବ ବୋଲି ସୂଚନା ଦିଆଯାଇଛି । ଆୟୁର୍ବେଦିକ ଦିବସରେ ସାରା ଓଡ଼ିଶାବାସୀଙ୍କୁ ଏକ ବଡ଼ ଉପହାର ଦେଇଛନ୍ତି ସରକାର । ୨୧ ଏକର ଜାଗା ଉପରେ ଏହି ହସ୍ପିଟାଲ ନିର୍ମାଣ କରାଯିବ । ସେହିପରି ଗୋଠପାଟଣାରେ ସେଣ୍ଟ୍ରାଲ ରକ୍ସ ଟେଷ୍ଟିଂ ୟୁନିଟ ନିର୍ମାଣ କରାଯିବ । ବରଗଡ଼ରେ କ୍ରିଟିକାଲ ହେଲ୍‌ଥ କେୟାର ୟୁନିଟ ଉଦଘାଟନ କରାଯିବ । ଭିସି ଜରିଆରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହାକୁ ଉଦଘାଟନ କରିବେ ।