fbpx

ଖୋଲିଲା ଅର୍ଚ୍ଚନାଙ୍କ ବ୍ଲାକ୍ ସିକ୍ରେଟ୍: ଯୁବତୀଙ୍କୁ ପାନୀୟରେ ନିଶା ଦେଲେ, ନଗ୍ନ ଭିଡିଓ ଶୁଟ୍ କଲେ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଗୋଟିଏ ପରେ ଗୋଟିଏ ଗୁମର ଖୋଲୁଛି । ବ୍ଲାକମେଲର ଅର୍ଚ୍ଚନାଙ୍କ କୁହୁକ ପେଡ଼ିରୁ ନୂଆ ନୂଆ ତଥ୍ୟ ବାହାରିବାରେ ଲାଗିଛି । ତେବେ ଏହା ମଧ୍ୟରେ ଏକ ଭୟଙ୍କର ତଥ୍ୟ ସାମ୍ନାକୁ ଆସିଛି । ଚାକିରି କରାଇଦେବା ବାହାନାରେ ଅର୍ଚ୍ଚନା ପୀଡ଼ିତା ଯୁବତୀଙ୍କ ଅଶ୍ଲୀଳ ଭିଡିଓ ଶୁଟ୍ କରିଥିଲେ । ସେ ପ୍ରଥମେ ଯୁବତୀଙ୍କୁ ନିଶା ଦେବା ସହ ନିର୍ବସ୍ତ୍ର କରି ପରେ ଭିଡିଓ ଶୁଟ୍ କରିଥିଲେ ।

ଉକ୍ତ ଏତଲାରୁ ଏଭଳି ଭୟଙ୍କର ତଥ୍ୟ ପଦାକୁ ଆସିଛି । ପାନୀୟରେ ନିଶା ଦେଇ ଅର୍ଚ୍ଚନା ପୀଡ଼ିତାଙ୍କ ନଗ୍ନ ଭିଡିଓ ଶୁଟିଂ କରିଥିଲେ । ପରେ ଫିଲ୍ମ ନିର୍ଦ୍ଦେଶକ ଅକ୍ଷୟ ପରିଜାଙ୍କୁ ଡକାଇ କୌଶଳକ୍ରମେ ପୀଡ଼ିତାଙ୍କ ସହିତ ଗୁପ୍ତରେ ଭିଡିଓ ବନାଇଥିଲେ । ଗତ ୨୦୧୮ରେ ପୀଡ଼ିତା ଚାକିରି ସନ୍ଧାନରେ ଆସିଥିବା ବେଳେ ତାଙ୍କର ଅର୍ଚ୍ଚନାଙ୍କ ସହିତ ପରିଚୟ ହୋଇଥିଲା । ଗୋଟିଏ ବିଲଡିଂରେ ଘର ଭଡ଼ା ନେଇ ରହୁଥିବାରୁ ପୀଡ଼ିତାଙ୍କର ଅର୍ଚ୍ଚନାଙ୍କ ସହିତ ପରିଚୟ ବଢ଼ିଥିଲା । ପରବର୍ତ୍ତୀ ସମୟରେ ଚାକିରି କରାଇଦେବା ଆଳରେ ପୀଡ଼ିତାଙ୍କୁ ଫସାଇ ଦେଇଥିଲେ ବ୍ଲାକମେଲର ଅର୍ଚ୍ଚନା ।

ସେକ୍ସ ଭିଡିଓ କରି ବ୍ଲାକମେଲିଂ ମାଧ୍ୟମରେ ମୋଟା ଅଙ୍କର ଅର୍ଥ ରୋଜଗାର କରିବାକୁ ଅର୍ଚ୍ଚନା ପ୍ରବର୍ତ୍ତାଇଥିଲେ । ଦିନେ ରାତିରେ ପାର୍ଟି କରିବା ବାହାନା କରି ପୀଡ଼ିତାଙ୍କୁ ନିଶା ପାନୀୟ ପିଆଇ ବେହୋସ କରିଦେଇଥିଲେ ଅର୍ଚ୍ଚନା । ଏହା ପରେ ତାଙ୍କର ଖରାପ ଭିଡିଓ ଶୁଟ୍ କରିଥିଲେ । ଚେତା ଫେରିବା ବେଳକୁ ସେ ନିର୍ବସ୍ତ୍ର ଥିବା ପୀଡ଼ିତା ଉଲ୍ଲେଖ କରିଛନ୍ତି । ଉକ୍ତ ନଗ୍ନ ଭିଡିଓ ଦେଖାଇ ଅର୍ଚ୍ଚନା ଓ ତାଙ୍କ ସ୍ୱାମୀ ଜଗବନ୍ଧୁ ପୀଡ଼ିତାଙ୍କୁ ବ୍ଲାକମେଲ କରିଥିଲେ । ଗତ ଏପ୍ରିଲ ମାସରେ ଅକ୍ଷୟଙ୍କ ନମ୍ବର ଦେଇ ତାଙ୍କ ସହ ଚାଟିଂ କରିବାକୁ ଅର୍ଚ୍ଚନା ପୀଡ଼ିତାଙ୍କୁ କହିଥିଲେ । ଏହାପରେ ପୀଡ଼ିତା-ଅକ୍ଷୟଙ୍କ ମିଳାମିଶାକୁ ନେଇ ଅର୍ଚ୍ଚନା ଭିଡିଓ ଶୁଟ୍ କରି ପରେ ବ୍ଲାକମେଲିଂ କରିଥିଲେ ।

ଆଜି ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗଙ୍କ ଜାମିନ୍ ଆବେଦନର ଶୁଣାଣି ଚାଲିଥିଲା । ଖଣ୍ଡଗିରି ଥାନାରେ ଅର୍ଚ୍ଚନାଙ୍କ ବିରୋଧରେ ଜଣେ ପୀଡ଼ିତା ଏତଲା ଦାୟର କରିଥିଲେ । ଭୁବନେଶ୍ୱର ଏସଡିଜେଏମ କୋର୍ଟରେ ଅର୍ଚ୍ଚନା ଜାମିନ ଆବେଦନ କରିଥିଲେ । ଆଜି ସୁରକ୍ଷା ଦୃଷ୍ଟିରୁ ଭିଡିଓ କନଫରେନ୍ସି ମାଧ୍ୟମରେ ଜାମିନ ଆବେଦନର ଶୁଣାଣି ଚାଲିଥିଲା ।

Get real time updates directly on you device, subscribe now.