fbpx

ଜନ୍ମ ହେବା ମାତ୍ରେ ଜଣାପଡ଼ିଲା ବିନା ପଢ଼ାରେ ପାସ୍! ତେଣୁ ବିନ୍ଦାସ୍… ଶିଶୁର ଫଟୋ #ଭାଇରାଲ୍

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆପଣମାନେ ଶୁଣିଥିବେ ଓଡ଼ିଆରେ ଗୋଟିଏ ଋଢ଼ି ଅଛି – ଓଳିଆରୁ ପଡ଼ି ଗଜା । ଅର୍ଥାତ୍ ମୂଳରୁ ହିଁ କେହି ବେଶ୍ ସିଆଣିଆ ଅର୍ଥରେ ଆମେ ଏହି ଋଢ଼ି ବ୍ୟବହାର କରିଥାଉ । ତେବେ ଏକଥା ଆମେ ଏଥିପାଇଁ କହୁଛୁ ଯେ ସୋସିଆଲ ମିଡିଆରେ ଜଣେ ଶିଶୁର ଏଭଳି ଏକ ଫଟୋ ଭାଇରାଲ ହୋଇଛି । ଯାହା ଆପଣ ଦେଖିଲେ ହୁଏତ ଚକିତ ହେବେ ।

ଭଲଭାବେ ଦେଖନ୍ତୁ ଫଟୋଟିକୁ । ଏଥିରେ ଦେଖାଯାଉଥିବା ଶିଶୁଟି ହେଉଛି ନବଜାତ । ବଡ଼ ଆଶ୍ଚଯ୍ୟର କଥା ହେଲା ଶିଶୁଟି ଜନ୍ମ ହେଲା ପରେ ଗୋଡ଼ ଉପରେ ଗୋଡ଼ ରଖିକି ଶୋଇଛି । ଶିଶୁଟି ଠିକ ସେହିପରି ଭାବେ ଶୋଇଛି ଯେମିତିକି ବଡ଼ ଲୋକମାନେ ଶୋଇଥାନ୍ତି । ଏହି ଫଟୋଟିକୁ ଆଇପିଏସ ଅଫିସର ରୁପିନ ଶର୍ମା ନିଜ ସୋସିଆଲମିଡିଆ ଆକାଉଣ୍ଟରେ ସେୟାର କରି କୌତୁହଳପୂର୍ଣ୍ଣ କ୍ୟାପସନ ଦେଇଛନ୍ତି । ସେ ଲେଖିଛନ୍ତି ଯେ ଜନ୍ମହେବା ପରେ ଯେବେ ଜଣାପଡ଼ିବ ଯେ ଲକଡାଉନରେ ରହିବାକୁ ପଡ଼ିବ ଏବଂ ବିନା ପଢ଼ାରେ ପାସ୍! ତେବେ ବିନ୍ଦାସ୍… ଏହି ମର୍ମରେ ସେ ଲେଖିଛନ୍ତି ।

ସାଧାରଣତଃ ହସ୍ପିଟାଲ ବେଡରେ ଶିଶୁଙ୍କୁ ଚିତପଟ ଭାବେ ଶୋଇଥିବାର ଦେଖିବାକୁ ମିଳୁଥିବା ବେଳେ ଏଠାରେ କିନ୍ତୁ ଶିଶୁଟି ଗୋଡ଼ ଉପରେ ଗୋଡ଼ ରଖି ଦୁଇ ହାତକୁ ମୁଣ୍ଡ ପାଖରେ ରଖିବା ଭଳି ଦୃଶ୍ୟ ଦେଖିବାକୁ ମିଳିଛି । ଏହି ଫଟୋଟିକୁ ସେ ଜୁନ୍ ୪ ତାରିଖରେ ସେୟାର କରିଥିଲାବେଳେ ଏଥିରେ ବର୍ତ୍ତମାନ ସୁଦ୍ଧା ୧୦୦ରୁ ଅଧିକ ଲାଇକ ଏବଂ ଅନେକ କମେଣ୍ଟ ଆସିସାରିଛି । ଏଥିସହ ୟୁଜରମାନେ ଖୁବ୍ ମଜାଦାର ମତ ମଧ୍ୟ ଦେଇଛନ୍ତି ।

Get real time updates directly on you device, subscribe now.