fbpx

ODI WC-2023ପୂର୍ବରୁ ମିଳିଲେ ନୂଆ ବୋଲିଂ କୋଚ୍: ଧୋନୀଙ୍କ ସାଥୀ ନେବେ ନୂଆ ଦାୟିତ୍ୱ

Advertisement

ନୂଆଦିଲ୍ଲୀ: ଦିନିକିଆ ବିଶ୍ୱକପକୁ ଆଉ ମାତ୍ର ଗୋଟିଏ ମାସ ବାକି ରହିଛି । ତେବେ ବର୍ତ୍ତମାନ ଏସିଆ କପ୍ ଜାରି ରହିଥିବା ବେଳେ ବୋଲିଂ କୋଚ୍ ପରିବର୍ତ୍ତନ କରିଛି କ୍ରିକେଟ ବୋର୍ଡ । ବିଶ୍ୱକପ ପୂର୍ବରୁ ପ୍ରତ୍ୟେକ ଦଳ ନିଜ ନିଜ ରଣନୀତି ଜାରି ରଖିଛନ୍ତି । ଏହାମଧ୍ୟରେ ପୂର୍ବତନ ଅଧିନାୟକ ଏମ.ଏସ ଧୋନୀଙ୍କ ସାଥୀଙ୍କୁ ନୂଆ ବୋଲିଂ କୋଚ ଭାବରେ ନିଯୁକ୍ତି ଦିଆଯାଇଛି । ଚେନ୍ନାଇ ସୁପର କିଙ୍ଗସର ବୋଲିଂ କୋଚ୍ ଏରିକ ସିମନ୍ସ ବିଶ୍ୱକପ ପୂର୍ବରୁ ଦକ୍ଷିଣ ଆଫ୍ରିକା ଦଳରେ ବୋଲିଂ କୋଚ୍ ଦାୟିତ୍ୱ ନେଇଛନ୍ତି ।

ବିଶ୍ୱକପ ପୂର୍ବରୁ ଦକ୍ଷିଣ ଆଫ୍ରିକା ଦଳର ନୂଆ ବୋଲିଂ କୋଚ୍ ଭାବରେ ଏରିକ ସିମନ୍ସଙ୍କୁ ନିଯୁକ୍ତ କରିଛି । ଏ ନେଇ ଦଳର ସୀମିତ ଓଭର ଫର୍ମାଟର କୋଚ୍ ରବ୍ ୱାଲ୍ଟର ଏକ ବଡ଼ ଘୋଷଣା କରିଛନ୍ତି । ଅଷ୍ଟ୍ରେଲିଆ ବିପକ୍ଷ ଟି-୨୦ ସିରିଜରେ ୩-୦ରେ ପରାସ୍ତ ହେବା ପରେ ଏହି ଘୋଷଣା କରିଥିଲେ ୱାଲ୍ଟର । ତେବେ ପ୍ରଥମେ ରୋରୀ କ୍ଲେନୱେଲ୍ଟଙ୍କୁ ଏହି ପଦ ପାଇଁ ନିଯୁକ୍ତ କରିଥିବା ବେଳେ ଡରବନରେ ଟି୨୦ ସିରିଜ ପାଇଁ କ୍ୱିଣ୍ଟନ ଫ୍ରେଣ୍ଡଙ୍କୁ ଏହି ପଦରେ ନିଯୁକ୍ତ କରିଥିଲା ସାଉଥ ଆଫ୍ରିକା । ୱାଲ୍ଟର କହିଛନ୍ତି ଯେ, ଏରିକ୍ ଦିନିକିଆ ସିରିଜ୍ ଏବଂ ବିଶ୍ୱକପ୍ ପାଇଁ ଦଳ ସହ ଯୋଡ଼ି ହୋଇ ରହିବେ । ଆଇପିଏଲର ସିମନ୍ସଙ୍କ କୋଚିଂରେ ସର୍ବଶ୍ରେଷ୍ଠ ଦଳ ଚେନ୍ନାଇ ସୁପର କିଙ୍ଗସ ଚଳିତବର୍ଷ ଚମ୍ପିଆନ ହୋଇଥିଲା । ତେଣୁ ଦକ୍ଷିଣ ଆଫ୍ରିକା ପ୍ରଥମ ଥର ବିଶ୍ୱକପ ଟ୍ରଫି ହାତେଇବା ଆଶାରେ ସିମନ୍ସଙ୍କୁ ଏହି ଦାୟିତ୍ୱ ପ୍ରଦାନ କରିଛି ।

Get real time updates directly on you device, subscribe now.